ଥମୁନି କାରବାର, ରାଜଧାନୀରୁ ପୁଣି ବିପୁଳ ପରିମାଣର ବ୍ରାଉନ୍‌ସୁାଗର ଜବତ

ଭୁବନେଶ୍ବର ୨୯।୦୪ : ରାଜଧାନୀରେ ଥମୁନି ବ୍ରାଉନ୍‌ସୁଗାର କାରବାର । ପୁଣି ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ କରିଛି ଅବକାରୀ ବିଭାଗ । ଏହାସହି ବେପାରୀଙ୍କ ନିକଟରୁ ଗୋଟିଏ ସ୍କୁଟି ଜବତ ହୋଇଛି । ଖବର ଅନୁଯାୟୀ, ଖଣ୍ଡଗିରି ଅଞ୍ଚଳରେ ଦୀର୍ଘଦିନ ଧରି ବ୍ରାଉନସୁଗାର ବେପାର ଚାଲିଥିବା ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା ଅବକାରୀ ବିଭାଗ । ଆଉ ଏହି ଚଢାଉରେ ଅବକାରୀ ବିଭାଗକୁ ୧୧୨ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହାସହ ବେପାରୀଙ୍କ ନିକଟରୁ ଗୋଟିଏ ସ୍କୁଟି ଜବତ ହୋଇଛି । ସେପଟେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ଅବକାରୀ ବିଭାଗ । ଗିରଫ ବ୍ୟକ୍ତିଙ୍କ ମଧ୍ୟ ପଚରାଉଚରା କରୁଛି ଅବକାରୀ ବିଭାଗ । 

ଥମୁନି କାରବାର, ରାଜଧାନୀରୁ ପୁଣି ବିପୁଳ ପରିମାଣର ବ୍ରାଉନ୍‌ସୁାଗର ଜବତ

ଭୁବନେଶ୍ବର ୨୯।୦୪ : ରାଜଧାନୀରେ ଥମୁନି ବ୍ରାଉନ୍‌ସୁଗାର କାରବାର । ପୁଣି ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ କରିଛି ଅବକାରୀ ବିଭାଗ । ଏହାସହି ବେପାରୀଙ୍କ ନିକଟରୁ ଗୋଟିଏ ସ୍କୁଟି ଜବତ ହୋଇଛି । 

ଖବର ଅନୁଯାୟୀ, ଖଣ୍ଡଗିରି ଅଞ୍ଚଳରେ ଦୀର୍ଘଦିନ ଧରି ବ୍ରାଉନସୁଗାର ବେପାର ଚାଲିଥିବା ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା ଅବକାରୀ ବିଭାଗ । ଆଉ ଏହି ଚଢାଉରେ ଅବକାରୀ ବିଭାଗକୁ ୧୧୨ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହାସହ ବେପାରୀଙ୍କ ନିକଟରୁ ଗୋଟିଏ ସ୍କୁଟି ଜବତ ହୋଇଛି । 

ସେପଟେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ଅବକାରୀ ବିଭାଗ । ଗିରଫ ବ୍ୟକ୍ତିଙ୍କ ମଧ୍ୟ ପଚରାଉଚରା କରୁଛି ଅବକାରୀ ବିଭାଗ ।