ଥମୁନି ପିସିବି ଝଗଡ଼ା: ଶେଷରେ ଇସ୍ତଫା ଦେଲେ କୋଚ୍‌

କରାଚୀ, ୨୯ା୧୦: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସହିତ ମତାନ୍ତର ହେବାରୁ ଦେଶର ହ୍ବାଇଟ ବଲ୍‌ କୋଚ୍‌ ଗ୍ୟାରୀ କର୍ଷ୍ଟେନ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ପିସିବି କର୍ଷ୍ଟେନଙ୍କୁ ୬ମାସ ପୂର୍ବେ ନିଯୁକ୍ତି ଦେଇଥିଲା। ଦକ୍ଷିଣ ଆଫ୍ରିକାର ଏହି ୫୬ ବର୍ଷୀୟଙ୍କ ନେତୃତ୍ୱରେ ଭାରତ ୨୦୧୧ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ଚାମ୍ପିୟନ ହୋଇପାରିଥିଲା। ପିସିବି ତାଙ୍କୁ ଚଳିତବର୍ଷ ଏପ୍ରିଲ ଶେଷରେ ନିଯୁକ୍ତି ଦେଇଥିଲା। କର୍ଷ୍ଟେନଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଛି। ଆସନ୍ତା ମାସ ୪ରୁ ପାକିସ୍ତାନ ପୁରୁଷ ଦଳର […] The post ଥମୁନି ପିସିବି ଝଗଡ଼ା: ଶେଷରେ ଇସ୍ତଫା ଦେଲେ କୋଚ୍‌ appeared first on Dharitri Odia News.

ଥମୁନି ପିସିବି ଝଗଡ଼ା: ଶେଷରେ ଇସ୍ତଫା ଦେଲେ କୋଚ୍‌

କରାଚୀ, ୨୯ା୧୦: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସହିତ ମତାନ୍ତର ହେବାରୁ ଦେଶର ହ୍ବାଇଟ ବଲ୍‌ କୋଚ୍‌ ଗ୍ୟାରୀ କର୍ଷ୍ଟେନ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ପିସିବି କର୍ଷ୍ଟେନଙ୍କୁ ୬ମାସ ପୂର୍ବେ ନିଯୁକ୍ତି ଦେଇଥିଲା।

ଦକ୍ଷିଣ ଆଫ୍ରିକାର ଏହି ୫୬ ବର୍ଷୀୟଙ୍କ ନେତୃତ୍ୱରେ ଭାରତ ୨୦୧୧ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ଚାମ୍ପିୟନ ହୋଇପାରିଥିଲା। ପିସିବି ତାଙ୍କୁ ଚଳିତବର୍ଷ ଏପ୍ରିଲ ଶେଷରେ ନିଯୁକ୍ତି ଦେଇଥିଲା। କର୍ଷ୍ଟେନଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଛି। ଆସନ୍ତା ମାସ ୪ରୁ ପାକିସ୍ତାନ ପୁରୁଷ ଦଳର ଅଷ୍ଟ୍ରେଲିଆ ହ୍ବାଇଟ୍‌ ବଲ୍‌ ଟୁର୍‌ ପାଇଁ ପିସିବି ତାଙ୍କ ସ୍ଥାନରେ ଜାସନ ଗିଲେସ୍ପିଙ୍କୁ କୋଚ୍‌ ଭାବେ ନିଯୁକ୍ତି ଦେଇଛି।

ରେଡ୍‌-ବଲ୍‌ କୋଚ୍‌ ଗିଲେସ୍ପି କିନ୍ତୁ ସ୍ପଷ୍ଟ କରିଛନ୍ତି ଯେ, ସେ କେବଳ କାମଚଳା ଭାବେ ହ୍ବାଇଟ୍‌ବଲ ଟୁର୍‌ ପାଇଁ ରାଜି ହୋଇଛନ୍ତି। ନିୟମିତ ସୀମିତ ଓଭର କୋଚ୍‌ ହେବାକୁ ତାଙ୍କର ଆଗ୍ରହ ନ ଥିବା କୁଆଡେ ପିସିବିକୁ କହିଛନ୍ତି। ପରେ ଜିମ୍ବାଓ୍ବେ ଟୁର୍‌ ଓ ଆଗକୁ ଖେଳାଯିବାକୁ ଥିବା ମ୍ୟାଚଗୁଡ଼ିକ ପାଇଁ କର୍ଷ୍ଟେନଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ମନୋନୀତ କରିବା ଲାଗି ସେ କହିଛନ୍ତି। କର୍ଷ୍ଟେନଙ୍କ ଆକସ୍ମିକ ଇସ୍ତଫା ଉପରେ ପିସିବି ତରଫରୁ କୌଣସି ଟିପ୍ପଣୀ ଦିଆଯାଇନାହିଁ। ତେବେ ରବିବାର ଅଷ୍ଟ୍ରେଲିଆ ଓ ଜିମ୍ବାଓ୍ବେ ଟୁର୍‌ ପାଇଁ ହ୍ବାଇଟ ବଲ୍‌ ଫର୍ମାଟ ଲାଗି ନୂଆ ଅଧିନାୟକ ମନୋନୟନ ବେଳେ ତାଙ୍କୁ ସାମିଲ କରାଯାଇ ନ ଥିବାରୁ କର୍ଷ୍ଟେନ ଇସ୍ତଫା ଦେଇଥିବା କୁହାଯାଉଛି।

ପିସିବି କୋଚ୍‌ମାନଙ୍କଠାରୁ ଦଳ ମନୋନୟନ ଅଧିକାର କରିନେଇଛି। ଏଣିକି କେବଳ ସିଲେକ୍ସନ କମିଟି ଦଳର ଖେଳାଳି ଚୟନ କରିବ। ଖେଳାଳି ଚୟନ ହେଉ ଅବା ଦଳର ଅନ୍ୟାନ୍ୟ ବ୍ୟାପାରରେ ତାଙ୍କଠାରୁ କ୍ଷମତା ପ୍ରତ୍ୟାହାର କରିନିଆଯିବା ପିସିବିର ମନମୁଖି କାର୍ଯ୍ୟ। ଏହାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି କର୍ଷ୍ଟେନ ତାଙ୍କ ଇସ୍ତଫା ଦେବା ପୂର୍ବରୁ ଚେୟାରମ୍ୟାନ ମୋହସିନ ନକ୍‌ବୀଙ୍କୁ ସ୍ପଷ୍ଟ କରିଦେଇଥିଲେ।

The post ଥମୁନି ପିସିବି ଝଗଡ଼ା: ଶେଷରେ ଇସ୍ତଫା ଦେଲେ କୋଚ୍‌ appeared first on Dharitri Odia News.