ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। କର୍ମୀ ଜଣକ ଗୁରୁତର ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ପୋଲିସ ପକ୍ଷରୁ ଏଯାବତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ବାଲେଶ୍ୱର ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଏସ୍‌ପି ସାଗରିକା ନାଥଙ୍କୁ ଭେଟି ଦାବିପତ୍ର ପ୍ରଦାନ […] The post ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ appeared first on Dharitri Odia News.

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। କର୍ମୀ ଜଣକ ଗୁରୁତର ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ପୋଲିସ ପକ୍ଷରୁ ଏଯାବତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ବାଲେଶ୍ୱର ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଏସ୍‌ପି ସାଗରିକା ନାଥଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି।

ସିଂଲା ଥାନା ଅଧୀନ ମହାପଦା ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ଊର୍ମିଳା ସାମଲ ଗତ ୧୯ ତାରିଖ କେନ୍ଦ୍ର ପରିଚାଳନା କରୁଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ କେନ୍ଦ୍ରକୁ ଯାଇ ହୋ-ହଲ୍ଲା କରିଥିଲେ। କର୍ମୀ ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ଅସଦାଚରଣ କରିଥିବା ଏତଲାରେ ଦର୍ଶାଯାଇଛି। ଖବରପାଇ ସିଡିପିଓ ପାର୍ବତୀ ମୁର୍ମୁ ଓ ସଂଘର କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ କୌଣସି ସମାଧାନ ହୋଇପାରି ନ ଥିଲା। କର୍ମୀଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ସିଂଲା ଥାନାରେ ପୋଲିସ ଏକ ମାମଲା (ନଂ. ୧୬୩/୨୪) ରୁଜୁ କରି ତଦନ୍ତ କରୁଛି। ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସଂଘର ଜିଲା ସଭାପତି ପ୍ରତିଭା ପାଲ ଓ ଜିଲା ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସଙ୍କ ନେତୃତ୍ୱରେ ସଦସ୍ୟାମାନେ ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି।

ସୂଚନା ଯେ, ଆକ୍ରମଣକାରୀମାନେ ଉକ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ‘ସୁଭଦ୍ରା’ କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ ତାଗିଦ୍‌ କରିଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କର୍ମୀଜଣକ କାର୍ଯ୍ୟ କରିଥିବାରୁ ଆକ୍ରୋଶ ମୂଳକ ଭାବେ ସେମାନେ ମାଡ଼ ମାରିଥିବା ନେଇ ଜିଲାପାଳଙ୍କଠାରେ ଅଭିଯୋଗ ହୋଇଛି। ଅପରପକ୍ଷରେ କେନ୍ଦ୍ରରେ ଜଣେ ପିଲାଙ୍କୁ କର୍ମୀ ଜଣଙ୍କ ବିଳମ୍ବିତ ସମୟ ପର୍ଯ୍ୟନ୍ତ ରଖିବା ଏବଂ ଅଣ୍ଡା ନ ଦେବାକୁ ନେଇ ଏଭଳି ଘଟଣା ଘଟିଥିବା ନେଇ ଆକ୍ରମଣକାରୀମାନେ ଅଭିଯୋଗ ଆଣିଛନ୍ତି।

The post ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ appeared first on Dharitri Odia News.