ଥରୁଛି ଦାରିଙ୍ଗବାଡି, ନିଆଁ ଭରସା
ଦାରିଙ୍ଗବାଡି, ୨୬।୧୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ଦିନ ହେଲା ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ତାପମାତ୍ରା ସର୍ବନିମ୍ନ ୧୦ ଡିଗ୍ରୀ ରେକର୍ଡ ସଂଗ୍ରହ କରାଯାଇଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଘନ କୁହୁଡି ଯୋଗୁ ଗାଡି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ବିଶେଷ କରି ଦୁର୍ଗମ ଓ ଗ୍ରାମାଞ୍ଚଳରେ ନିଆଁ […] The post ଥରୁଛି ଦାରିଙ୍ଗବାଡି, ନିଆଁ ଭରସା appeared first on Dharitri Odia News.
ଦାରିଙ୍ଗବାଡି, ୨୬।୧୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ଦିନ ହେଲା ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ତାପମାତ୍ରା ସର୍ବନିମ୍ନ ୧୦ ଡିଗ୍ରୀ ରେକର୍ଡ ସଂଗ୍ରହ କରାଯାଇଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଘନ କୁହୁଡି ଯୋଗୁ ଗାଡି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ବିଶେଷ କରି ଦୁର୍ଗମ ଓ ଗ୍ରାମାଞ୍ଚଳରେ ନିଆଁ ଏକ ମାତ୍ର ଭରସା ପାଲଟିଛି। ଚଳିତ ବର୍ଷ ଜଳବାୟୁରେ ଅଧିକା ପରିମାଣରେ ଆର୍ଦ୍ରତା ଯୋଗୁ ଶୀତ ବିଳମ୍ବରେ ଆସିଛି ସତ କିନ୍ତୁ ଏବେ ଯେଉଁ ଭଳି ଶୀତ ଅନୁଭୂତ ହେଉଛି ଆଗକୁ ଆହୁରି ଅଧିକା ବଢିବା ଆଶଙ୍କା କରାଯାଉଛି।
The post ଥରୁଛି ଦାରିଙ୍ଗବାଡି, ନିଆଁ ଭରସା appeared first on Dharitri Odia News.