ଥାଇଲାଣ୍ଡରେ ଛାତିଥରା ଦୁର୍ଘଟଣା, ବସ୍‌ରେ ଅଗ୍ନିକାଣ୍ଡ, ୨୫ ପିଲା ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ବସ୍‌। ଜୀବନ୍ତ ଜଳିଗଲେ ୨୫ ଜଣ ପିଲା। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଥାଇଲାଣ୍ଡ୍‌ର ଖୁ ଖୋଟର ଫାହୋନ ୟୋଥିନ୍‌ ରୋଡ୍‌ ସ୍ଥିତ ଜିୟର ରଙ୍ଗସିଟ୍ ସପିଂ ମଲ୍‌ ନିକଟରେ । ଏଠାରେ ୪୪ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଆଉ ଏହି ଭୟଙ୍କର ଅଗ୍ନିକାଣ୍ଡରେ ୨୫ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଅନୁମାନ କରାଯାଉଛି।ଘଟଣା ଥାଇଲାଣ୍ଡର ସ୍ଥାନୀୟ ସମୟ ଅନୁଯାୟୀ, ୧୨ଟା ୩୦ରେ ଘଟିଥିଲା। ବସ୍‌ରେ ଶିକ୍ଷକ ମଧ୍ୟ ଥିଲେ। ଅବଶ୍ୟ, କିଭଳି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ବସ୍‌ଟି ରାଜଧାନୀ ବ୍ୟାଂକକ୍‌ରୁ ପ୍ରାୟ ୨୫୦ କିମି ଉତ୍ତରକୁ ଯାଉଥିଲା।ତେବେ ବସ୍‌ କେଉଁ ଆଡ଼େ ଯାଉଥିଲା ତାହା ମଧ୍ୟ ଜଣାପଡ଼ିନାହିଁ। ପିଲାଙ୍କ ବୟସ ଏବଂ ଅନ୍ୟ ତଥ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି ଯେ, ବସ୍‌ରେ ୩୮ ଛାତ୍ରଛାତ୍ରୀ ଏବଂ ୬ ଶିକ୍ଷକଙ୍କ ସମେତ ୪୪ ଜଣ ଯାତ୍ରା କରୁଥିଲେ।ତେବେ ସେମାନଙ୍କ ମଧ୍ୟରୁ ୧୯ ଜଣ ଓହ୍ଲାଇସାରିଥିଲେ। ଜଣାପଡ଼ିଛି ଯେ, ପ୍ରଥମେ ବସ୍‌ଟିର ଟାୟାର ଫାଟିଯାଇଥିଲା । ଆଉ ବସ୍‌ଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ବ୍ୟାରିୟରରେ ଧକ୍କା ହୋଇଥିଲା ଆଉ ଏଥରୁ ହିଁ ବସ୍‌ରେ ଅଗ୍ନିକାଣ୍ଡ ହୋଇଥିଲା ବୋଲି ଜଣେ ଉଦ୍ଧାରକାରୀ ଗଣମାଧ୍ୟମରେ କହିଛନ୍ତି। ଥାଇଲାଣ୍ଡ ପରିବହ

ଥାଇଲାଣ୍ଡରେ ଛାତିଥରା ଦୁର୍ଘଟଣା, ବସ୍‌ରେ ଅଗ୍ନିକାଣ୍ଡ, ୨୫ ପିଲା ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ବସ୍‌। ଜୀବନ୍ତ ଜଳିଗଲେ ୨୫ ଜଣ ପିଲା। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଥାଇଲାଣ୍ଡ୍‌ର ଖୁ ଖୋଟର ଫାହୋନ ୟୋଥିନ୍‌ ରୋଡ୍‌ ସ୍ଥିତ ଜିୟର ରଙ୍ଗସିଟ୍ ସପିଂ ମଲ୍‌ ନିକଟରେ । ଏଠାରେ ୪୪ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଆଉ ଏହି ଭୟଙ୍କର ଅଗ୍ନିକାଣ୍ଡରେ ୨୫ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଅନୁମାନ କରାଯାଉଛି।

ଘଟଣା ଥାଇଲାଣ୍ଡର ସ୍ଥାନୀୟ ସମୟ ଅନୁଯାୟୀ, ୧୨ଟା ୩୦ରେ ଘଟିଥିଲା। ବସ୍‌ରେ ଶିକ୍ଷକ ମଧ୍ୟ ଥିଲେ। ଅବଶ୍ୟ, କିଭଳି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ବସ୍‌ଟି ରାଜଧାନୀ ବ୍ୟାଂକକ୍‌ରୁ ପ୍ରାୟ ୨୫୦ କିମି ଉତ୍ତରକୁ ଯାଉଥିଲା।ତେବେ ବସ୍‌ କେଉଁ ଆଡ଼େ ଯାଉଥିଲା ତାହା ମଧ୍ୟ ଜଣାପଡ଼ିନାହିଁ। ପିଲାଙ୍କ ବୟସ ଏବଂ ଅନ୍ୟ ତଥ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 

ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି ଯେ, ବସ୍‌ରେ ୩୮ ଛାତ୍ରଛାତ୍ରୀ ଏବଂ ୬ ଶିକ୍ଷକଙ୍କ ସମେତ ୪୪ ଜଣ ଯାତ୍ରା କରୁଥିଲେ।ତେବେ ସେମାନଙ୍କ ମଧ୍ୟରୁ ୧୯ ଜଣ ଓହ୍ଲାଇସାରିଥିଲେ। ଜଣାପଡ଼ିଛି ଯେ, ପ୍ରଥମେ ବସ୍‌ଟିର ଟାୟାର ଫାଟିଯାଇଥିଲା । ଆଉ ବସ୍‌ଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ବ୍ୟାରିୟରରେ ଧକ୍କା ହୋଇଥିଲା ଆଉ ଏଥରୁ ହିଁ ବସ୍‌ରେ ଅଗ୍ନିକାଣ୍ଡ ହୋଇଥିଲା ବୋଲି ଜଣେ ଉଦ୍ଧାରକାରୀ ଗଣମାଧ୍ୟମରେ କହିଛନ୍ତି। ଥାଇଲାଣ୍ଡ ପରିବହନ ମନ୍ତ୍ରୀ ସୁରିୟା ଜୁଆଙ୍ଗରୁଙ୍ଗ ଆଗାକିଟ କହିଛନ୍ତି ଘଟଣାର କାରଣ ଜାଣିବା ପାଇଁ ଯାଞ୍ଚ ଚାଲିଛି।

ସେପଟେ,ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟର୍ନ ଶିନଓ୍ବାତ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।ଏହା ସହ ଆହତଙ୍କ ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଘୋଷଣା କରିବା ସହ କ୍ଷତିପୂରଣ ଘୋଷଣା ମଧ୍ୟ କରିଛନ୍ତି। ଏହି ଘଟଣା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି କିଭଳି ବସ୍‌ଟି ହୁତହୁତ ହୋଇ ଜଳୁଛି।