ଥାନା ସମ୍ମୁଖରୁ ଅଟୋ ଚୋରି, ୨ ଅଭିଯୁକ୍ତକୁ ବରମୁଣ୍ଡା ବସଷ୍ଟାଣ୍ଡରୁ କାବୁ କଲା ପୋଲିସ

ଭୁବନେଶ୍ଵର: ଥାନା ସମ୍ମୁଖରେ ରଖାଯାଇଥିବା  ଅଟୋ ଚୋରି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଟୋକୁ ଜବତ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ମୈତ୍ରିବିହାର ଥାନା ଅନ୍ତର୍ଗତ ବିଡିଏ କୋଲନୀର ଶକ୍ତି ମହାପାତ୍ର(୨୪) ଓ ବିଓଏ କଲୋନୀ ନୀଳମାଧବ ବସ୍ତିର ଦାମ ରାଓ(୪୦)। ଉଭୟଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୬ ତାରିଖରେ ଭରତପୁର ଥାନା ଏସଆଇ ଏସ କେ ବେହୁରାଙ୍କ ଦ୍ବାରା ଭରତପୁର ଥାନାରେ ଗୋଟିଏ ଅଟୋ କୁ ଜବତ କରାଯାଇ ପୁରୁଣା ଭରତପୁରଥାନା ସମ୍ମୁଖରେ ରାସ୍ତାର ବିପରିତପାର୍ଶ୍ବରେ ରଖାଯାଇଥଲା। ତେବେ ଏପ୍ରିଲ ୧୦ ତାରିଖରେ ସନ୍ତୋଷ ତାଙ୍କର ଡ୍ୟୁଟିରେ ନିୟୋଜିତ ଥିବା ବେଳେ ସେ ଉକ୍ତ ଅଟୋଟିକୁ ଘଟଣସ୍ଥଳରେ  ଦେଖିବାକୁ ପାଇନଥିଲେ । ଏନେଇ ସେ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଭରତପୁର ଥାନା ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ କରି ଗତ ରାତିରେ ବରମୁଣ୍ଡା ବସ ପ୍ରବେଶ ଗେଟ ନିକଟରେ ବ୍ଲକିଂ ଜାରି ରଖିଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ଦୁହିଁଙ୍କୁ ଉକ୍ତ ଅଟୋରେ ଖଣ୍ଡଗିରୀ ପାର୍ଶ୍ବରୁ ଅସୁଥିବାର ଦେଖିଥିଲେ । Also read: ସୁଧ ଟଙ୍କା ଆଦାୟକୁ ନେଇ ଗାଁରେ ଲଙ୍କାକାଣ୍ଡ, ୨ ପ୍ଲାଟୁନ ଫୋର୍ସ ମୁତୟନଅଭିଯୁକ୍ତ ମାନେ ପୁଲିସ ଟିମକୁ ଦେଖି ଚୋରି ଅଟୋଟିକୁ ଛାଡି ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ପୁଲିସ କୌଶଳ କ୍ରମେ ସେମାନଙ୍କୁ କାବୁ କରିନେଇଥିଲେ। ସେମାନଙ୍

ଥାନା ସମ୍ମୁଖରୁ ଅଟୋ ଚୋରି, ୨ ଅଭିଯୁକ୍ତକୁ ବରମୁଣ୍ଡା ବସଷ୍ଟାଣ୍ଡରୁ କାବୁ କଲା ପୋଲିସ

ଭୁବନେଶ୍ଵର: ଥାନା ସମ୍ମୁଖରେ ରଖାଯାଇଥିବା  ଅଟୋ ଚୋରି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଟୋକୁ ଜବତ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ମୈତ୍ରିବିହାର ଥାନା ଅନ୍ତର୍ଗତ ବିଡିଏ କୋଲନୀର ଶକ୍ତି ମହାପାତ୍ର(୨୪) ଓ ବିଓଏ କଲୋନୀ ନୀଳମାଧବ ବସ୍ତିର ଦାମ ରାଓ(୪୦)। ଉଭୟଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। 

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୬ ତାରିଖରେ ଭରତପୁର ଥାନା ଏସଆଇ ଏସ କେ ବେହୁରାଙ୍କ ଦ୍ବାରା ଭରତପୁର ଥାନାରେ ଗୋଟିଏ ଅଟୋ କୁ ଜବତ କରାଯାଇ ପୁରୁଣା ଭରତପୁରଥାନା ସମ୍ମୁଖରେ ରାସ୍ତାର ବିପରିତପାର୍ଶ୍ବରେ ରଖାଯାଇଥଲା। ତେବେ ଏପ୍ରିଲ ୧୦ ତାରିଖରେ ସନ୍ତୋଷ ତାଙ୍କର ଡ୍ୟୁଟିରେ ନିୟୋଜିତ ଥିବା ବେଳେ ସେ ଉକ୍ତ ଅଟୋଟିକୁ ଘଟଣସ୍ଥଳରେ  ଦେଖିବାକୁ ପାଇନଥିଲେ । ଏନେଇ ସେ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଭରତପୁର ଥାନା ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ କରି ଗତ ରାତିରେ ବରମୁଣ୍ଡା ବସ ପ୍ରବେଶ ଗେଟ ନିକଟରେ ବ୍ଲକିଂ ଜାରି ରଖିଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ଦୁହିଁଙ୍କୁ ଉକ୍ତ ଅଟୋରେ ଖଣ୍ଡଗିରୀ ପାର୍ଶ୍ବରୁ ଅସୁଥିବାର ଦେଖିଥିଲେ । 

Also read: ସୁଧ ଟଙ୍କା ଆଦାୟକୁ ନେଇ ଗାଁରେ ଲଙ୍କାକାଣ୍ଡ, ୨ ପ୍ଲାଟୁନ ଫୋର୍ସ ମୁତୟନ

ଅଭିଯୁକ୍ତ ମାନେ ପୁଲିସ ଟିମକୁ ଦେଖି ଚୋରି ଅଟୋଟିକୁ ଛାଡି ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ପୁଲିସ କୌଶଳ କ୍ରମେ ସେମାନଙ୍କୁ କାବୁ କରିନେଇଥିଲେ। ସେମାନଙ୍କ ହେପାଜତରୁ ଚୋରି ଅଟୋଟିକୁ ଜବତ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ପଚାର ଉଚରା ବେଳେ ଉଭୟେ ଅଭିଯୁକ୍ତ ସେମାନଙ୍କର ଅପରାଧ ସ୍ଵୀକାର କରିବା ସହ ଉଭୟେ ମିଳିତ ଭାବରେ ମାର୍ଚ୍ଚ ୮ତାରିଖ  ରାତିରେ ଉକ୍ତ ଅଟୋଟିକୁ ଚୋରି କରିଥିଲେ। ଗତ ରାତିରେ ଅଟୋ ଟିକୁ ବିକ୍ରୟ ନିମନ୍ତେ ନେଇଯାଉଥିବାର ଦର୍ଶାଇଥିଲେ।

ଅଭିଯୁକ୍ତ ଦାମ ରାଓ ଜଣେ ପେଶାଗତ ଅପରାଧୀ ଓ ତାଙ୍କ ନାମରେ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନାରେ ୬ଟି ଚୋରୀ ଓ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।ଭରତପୁରଥାନା ପୁଲିସ ଅଭିଯୋଗକାରୀ ସନ୍ତୋଷ କୁମାର ମହାରଣାଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।