ଥାନାରେ କାମୁଡ଼ି ଦେଲା ସାପ, ୨ ବର୍ଷର ଶିଶୁ ମୃତ

ଡାକ୍ତରଖାନାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଥାନାରେ କାମୁଡ଼ି ଦେଲା ସାପ, ୨ ବର୍ଷର ଶିଶୁ ମୃତ

ଦୁଇ ବର୍ଷର ଶିଶୁକୁ ଥାନାରେ ସାପ କାମୁଡ଼ି ଦେବାରୁ ତା’ର ମୃତ୍ୟୁ ଘଟିଛି। ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ପରିସରରେ ଘଟିଛି ଏହି ଅଭାବନୀୟ ଘଟଣା। 

ସୂଚନା ଅନୁଯାୟୀ, ଜଣେ ମହିଳା ତାଙ୍କର ଦୁଇ ବର୍ଷର ଶିଶୁକୁ ନେଇ ଥାନାକୁ ଆସିଥିଲେ। ଥାନା ପରିସରରେ ଅପେକ୍ଷା କରିଥିଲା ବେଳେ ପିଲାଟିକୁ ସାପ କାମୁଡ଼ି ଦେଇଥିଲା। ସଙ୍ଗେ ସଙ୍ଗେ ଶିଶୁଟିକୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

ଏହି ଘଟଣା ପରେ ଅସ୍ତରଙ୍ଗ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଉକ୍ତ ମହିଳା ଓ ତାଙ୍କ ପରିବାର ଲୋକେ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। 

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।