ଥାନାରେ ଫିନାଇଲ୍ ପିଇଦେଲେ
ଭଦ୍ରକ,୧୯।୧(ସନାତନ ରାଉତ): ବିବାହ ପରେ ସ୍ବାମୀଙ୍କ ପ୍ରତାରଣାର ଶିକାର ହେଲେ। ବ୍ୟବସାୟ କରିବାର ଆଳ ଦେଖାଇ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ସ୍ବାମୀ ଫେରାର ହୋଇଗଲେ। ଏନେଇ ଗୁଜରାଟରୁ ଭଦ୍ରକ ଆସି ବାରମ୍ବାର ବନ୍ତ ଥାନାରେ ଅଭିଯୋଗ କଲେ। ଏପରି କି ଭଦ୍ରକ ଏସ୍ପିଙ୍କ କାର୍ଯ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦେଖାକରି ନ୍ୟାୟ ଭିକ୍ଷା କଲେ। ହେଲେ କେଉଁଠାରୁ ନ୍ୟାୟ ପାଇଲେ ନାହିଁ। ମହିଳା ଜଣକ ଶନିବାର ଅପରାହ୍ନରେ ବନ୍ତ ଥାନାରେ ଫିନାଇଲ […] The post ଥାନାରେ ଫିନାଇଲ୍ ପିଇଦେଲେ appeared first on Dharitri Odia News.
ଭଦ୍ରକ,୧୯।୧(ସନାତନ ରାଉତ): ବିବାହ ପରେ ସ୍ବାମୀଙ୍କ ପ୍ରତାରଣାର ଶିକାର ହେଲେ। ବ୍ୟବସାୟ କରିବାର ଆଳ ଦେଖାଇ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ସ୍ବାମୀ ଫେରାର ହୋଇଗଲେ। ଏନେଇ ଗୁଜରାଟରୁ ଭଦ୍ରକ ଆସି ବାରମ୍ବାର ବନ୍ତ ଥାନାରେ ଅଭିଯୋଗ କଲେ। ଏପରି କି ଭଦ୍ରକ ଏସ୍ପିଙ୍କ କାର୍ଯ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦେଖାକରି ନ୍ୟାୟ ଭିକ୍ଷା କଲେ। ହେଲେ କେଉଁଠାରୁ ନ୍ୟାୟ ପାଇଲେ ନାହିଁ। ମହିଳା ଜଣକ ଶନିବାର ଅପରାହ୍ନରେ ବନ୍ତ ଥାନାରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣକ ହେଲେ ଗୁଜରାଟ ଅହମଦାବାଦର ହୀରାଲ ହସମୁଖ୍ଲାଲ ମୋଦି। ପୋଲିସ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।
ହୀରାଲ ଦର୍ଶାଇଛନ୍ତି ଯେ, ବନ୍ତ ଥାନା ଅଧୀନ ନରସିଂହପୁର ଗ୍ରାମର ମନୋଜ ନାୟକ ଅହମଦାବାଦରେ ରହିବା ବେଳେ ତାଙ୍କ ସମ୍ପର୍କରେ ଆସିଥିଲେ। ମନୋଜଙ୍କ ଗାଁରେ ଆଳୁ, ପିଆଜର ବଡ଼ ବ୍ୟବସାୟ ଚାଲିଥିବା ବେଳେ ୩୫ ଏକର ଜମି, ଦାମୀ କାର୍ ଥିବା ପ୍ରଲୋଭନ ଦେଖାଇ ତାଙ୍କୁ ପ୍ରେମଜାଲରେ ଫସାଇ ୨୦୧୯ ଡିସେମ୍ବର ୯ରେ ବିବାହ କରିଥିଲେ। ପରେ ବ୍ୟବସାୟ କରିବା ପାଇଁ ଅଧିକ ଟଙ୍କା ଆବଶ୍ୟକ ଦର୍ଶାଇ ତାଙ୍କ ପରିବାରଠାରୁ ବିିଭିନ୍ନ କିସ୍ତିରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇଥିଲେ। ବିବାହର ବର୍ଷେ ପରେ ମନୋଜ ତାଙ୍କୁ ଗଁାକୁ ଆଣିଥିବା ବେଳେ ସେ ସବୁ ସତ ଜାଣିପାରିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ସ୍ବାମୀ ପ୍ରତାରଣା କରିବାରୁ ସେ ଅହମଦାବାଦରୁ ଆସି ୨୦୨୪ ନଭେମ୍ବର ୯ରେ ବନ୍ତ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନାରେ ମାମଲା (ନଂ.୧୭୬/୨୪) ରୁଜୁ ହୋଇଥିଲା। ମନୋଜ ଫେରାର ଥିବାବେଳେ ପୋଲିସ ତାଙ୍କୁ ଗିରଫ କରୁ ନ ଥିବାରୁ ହୀରାଲ ନ୍ୟାୟ ପାଇଁ ବାରମ୍ବାର ଅହମଦାବାଦରୁ ଭଦ୍ରକକୁ ଆସି ବନ୍ତ ଥାନା ଓ ଏସ୍ପିଙ୍କୁ ଦେଖା କରି ମଧ୍ୟ ନିରାଶ ହୋଇଛନ୍ତି। ୩ ବର୍ଷର ପୁଅ ଓ ଭାଇଙ୍କୁ ସାଙ୍ଗରେ ଧରି ସେ ବାରମ୍ବାର ନ୍ୟାୟ ପାଇଁ ଦୌଡ଼ୁଥିବା ବେଳେ ଶନିବାର ଏଥିରେ ମର୍ମାହତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ଥାନା ଭିତରେ ଫିନାଇଲ ପିଇବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଅଳ୍ପ କିଛି ଫିନାଇଲ ମହିଳାଙ୍କ ପାଟିରେ ପଡ଼ିଥିବା ପୋଲିସ କହିଛି।
The post ଥାନାରେ ଫିନାଇଲ୍ ପିଇଦେଲେ appeared first on Dharitri Odia News.