ଥାଲେସ ଗ୍ରୁପ ସହ ମିଶି ୭୦ଏମ୍‌ମ୍‌ ଲେଜର ଗାଇଡେଡ୍ ରକେଟ ତିଆରି କରିବ ଆଦାନୀ ଡିଫେନ୍ସ ଓ ଏରୋସ୍ପେଶ୍‌

ନୂଆଦିଲ୍ଲୀ: ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ଆଦାନୀ ଡିଫେନ୍ସ ଓ ଏରୋସ୍ପେଶ୍‌ କମ୍ପାନୀ ବଡ଼ ପଦକ୍ଷେପ ନେଇଛି। ଫ୍ରାନ୍ସ କମ୍ପାନୀ ‘ଥାଲେ ଗ୍ରୁପ’ ସହ ମିଶି ଭାରତୀୟ ଯୁଦ୍ଧ ହେଲିକପ୍ଟର ପାଇଁ ୭୦ଏମ୍‌ମ୍‌ ଲେଜର ଗାଇଡେଡ୍ ରକେଟ ତିଆରି କରିବ ଆଦାନୀ ଗ୍ରୁପ। ୭୦ ଏମ୍‌ମ୍ ରକେଟ୍, ଲଞ୍ଚର୍ ଏବଂ ଫାୟାରିଙ୍ଗ୍ କଣ୍ଟ୍ରୋଲ୍ ସିଷ୍ଟମ୍ ତିଆରି କରିବାରେ ଥାଲେସ୍ ବିଶ୍ୱର ଏକ ନମ୍ବର କମ୍ପାନୀ। ଏହି କମ୍ପାନୀ ସାରା ବିଶ୍ୱରେ ୮ ଲକ୍ଷ ରକେଟ୍ ରପ୍ତାନୀ କରିଛି। ସଠିକ୍ ଲେଜର ଗାଇଡାନ୍ସ ଯୋଗୁ ୭୦ ଏମ୍‌ଏମ୍‌ ରକେଟ୍ ଏକାଧିକ ମିଶନରେ ସଫଳ ହୋଇଛି। ହେଲିକପ୍ଟରରୁ ଏହି ରକେଟ୍ ମାଡ଼ କରିବାରେ ସୁବିଧା ହେଉଥିବାରୁ ଏହାକୁ ଗୋଲ୍ଡ ଷ୍ଟାଣ୍ଡାର୍ଡରେ ରଖାଯାଇଛି। ଥାଲେ ଗ୍ରୁପ ଦ୍ୱାରା ତିଆରି କରାଯାଉଥିବା ୭୦ ଏମ୍‌ଏମ୍‌ ରକେଟ୍ ସଫ୍ଟ ଓ ହାଲୁକା ଥାଲେସ୍ ନରମ ଓ ହାଲୁକା ଯୁଦ୍ଧ ଯାନ, ଏୟର ଡିଫେନ୍ସ ଫେସିଲିଟି, ରାଡାର୍ ସାଇଟ୍ ଏବଂ ଲେଜର-ଗାଇଡ୍ ସଠିକତା ସହିତ ଯୋଗାଯୋଗ ସ୍ଥାପନ ଯନ୍ତ୍ରପାତି ବିରୁଦ୍ଧରେ ବ୍ୟବହାର କରାଯାଇପାରିବ।ଏହି ରକେଟ୍‌ର ସଠିକତାକୁ ପରୀକ୍ଷା କରିବା ପାଇଁ କମ୍ପାନୀ ସ୍ୱିଡେନରେ ଏହାର ପରୀକ୍ଷଣ କରିଥିଲା। ଏୟାରବସ ଏଚ୍୧୪୫ଏମ ଆକ୍ରମଣକାରୀ ହେଲିକପ୍ଟରରେ ୭୦ ଏମ୍‌ଏମ୍‌ ରକେଟ ଲୋଡ୍ କରି ମାଡ଼ କରାଯାଇଥିଲା। ୪.୫ କିମି ଦୂରତାରୁ ଏହାକୁ ଟେଷ୍ଟ କରାଯାଇଥିଲେ ବି ମିସାଇଲ୍ ଲକ୍ଷ୍ୟ ଭେଦ କରିବାରେ ସକ୍ଷ

ଥାଲେସ ଗ୍ରୁପ ସହ ମିଶି ୭୦ଏମ୍‌ମ୍‌ ଲେଜର ଗାଇଡେଡ୍ ରକେଟ ତିଆରି କରିବ ଆଦାନୀ ଡିଫେନ୍ସ ଓ ଏରୋସ୍ପେଶ୍‌

ନୂଆଦିଲ୍ଲୀ: ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ଆଦାନୀ ଡିଫେନ୍ସ ଓ ଏରୋସ୍ପେଶ୍‌ କମ୍ପାନୀ ବଡ଼ ପଦକ୍ଷେପ ନେଇଛି। ଫ୍ରାନ୍ସ କମ୍ପାନୀ ‘ଥାଲେ ଗ୍ରୁପ’ ସହ ମିଶି ଭାରତୀୟ ଯୁଦ୍ଧ ହେଲିକପ୍ଟର ପାଇଁ ୭୦ଏମ୍‌ମ୍‌ ଲେଜର ଗାଇଡେଡ୍ ରକେଟ ତିଆରି କରିବ ଆଦାନୀ ଗ୍ରୁପ। 
୭୦ ଏମ୍‌ମ୍ ରକେଟ୍, ଲଞ୍ଚର୍ ଏବଂ ଫାୟାରିଙ୍ଗ୍ କଣ୍ଟ୍ରୋଲ୍ ସିଷ୍ଟମ୍ ତିଆରି କରିବାରେ ଥାଲେସ୍ ବିଶ୍ୱର ଏକ ନମ୍ବର କମ୍ପାନୀ। ଏହି କମ୍ପାନୀ ସାରା ବିଶ୍ୱରେ ୮ ଲକ୍ଷ ରକେଟ୍ ରପ୍ତାନୀ କରିଛି। ସଠିକ୍ ଲେଜର ଗାଇଡାନ୍ସ ଯୋଗୁ ୭୦ ଏମ୍‌ଏମ୍‌ ରକେଟ୍ ଏକାଧିକ ମିଶନରେ ସଫଳ ହୋଇଛି। ହେଲିକପ୍ଟରରୁ ଏହି ରକେଟ୍ ମାଡ଼ କରିବାରେ ସୁବିଧା ହେଉଥିବାରୁ ଏହାକୁ ଗୋଲ୍ଡ ଷ୍ଟାଣ୍ଡାର୍ଡରେ ରଖାଯାଇଛି। 

ଥାଲେ ଗ୍ରୁପ ଦ୍ୱାରା ତିଆରି କରାଯାଉଥିବା ୭୦ ଏମ୍‌ଏମ୍‌ ରକେଟ୍ ସଫ୍ଟ ଓ ହାଲୁକା ଥାଲେସ୍ ନରମ ଓ ହାଲୁକା ଯୁଦ୍ଧ ଯାନ, ଏୟର ଡିଫେନ୍ସ ଫେସିଲିଟି, ରାଡାର୍ ସାଇଟ୍ ଏବଂ ଲେଜର-ଗାଇଡ୍ ସଠିକତା ସହିତ ଯୋଗାଯୋଗ ସ୍ଥାପନ ଯନ୍ତ୍ରପାତି ବିରୁଦ୍ଧରେ ବ୍ୟବହାର କରାଯାଇପାରିବ।

ଏହି ରକେଟ୍‌ର ସଠିକତାକୁ ପରୀକ୍ଷା କରିବା ପାଇଁ କମ୍ପାନୀ ସ୍ୱିଡେନରେ ଏହାର ପରୀକ୍ଷଣ କରିଥିଲା। ଏୟାରବସ ଏଚ୍୧୪୫ଏମ ଆକ୍ରମଣକାରୀ ହେଲିକପ୍ଟରରେ ୭୦ ଏମ୍‌ଏମ୍‌ ରକେଟ ଲୋଡ୍ କରି ମାଡ଼ କରାଯାଇଥିଲା। ୪.୫ କିମି ଦୂରତାରୁ ଏହାକୁ ଟେଷ୍ଟ କରାଯାଇଥିଲେ ବି ମିସାଇଲ୍ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା।