ଥିଏଟର ପରେ OTTରେ ଧମାଲ କରିବ ଭିକିଙ୍କ ‘ସାମ୍ ବାହାଦୂର’, ଜାଣନ୍ତୁ ରିଲିଜ୍ ଡେଟ୍
ମୁମ୍ଵାଇ ୨୩।୦୧: ବଲିଉଡ୍ ଅଭିନେତା ଭିକି କୌଶଲ। ଗତ ବର୍ଷ ଡିସେମ୍ବର ୧ରେ ଅଭିନେତାଙ୍କ ଫିଲ୍ମ 'ସାମ ବାହାଦୂର' ମୁକ୍ତିଲାଭ କରିଥିଲା। ଫିଲ୍ମଟି ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମରେ ଧମାଲ କରିବାକୁ ପ୍ରସ୍ତୁତ । ଗଣତନ୍ତ୍ର ଦିବସ ଅବସରରେ ୨୬ ଜାନୁଆରୀରେ ‘ସାମ୍ ବାହାଦୂର’ ZEE5 ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରଟି ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଜୀବନୀ ଉପରେ ଆଧାରିତ ଥିଲା । ଯେଉଁଥିରେ ଭିକି ମୁଖ୍ୟ ଭୂମିକାରେ ଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ମେଘନା ଗୁଲଜାର। View this post on Instagram A post shared by ZEE5 (@zee5) ଡିଜିଟାଲ୍ ପ୍ରିମିୟର୍ ଘୋଷଣା କହିବାକୁ ଗଲେ ZEE5 ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିକିଙ୍କ ଅଭିନୀତ 'ସାମ ବାହାଦୂର'ର ସ୍ୱତନ୍ତ୍ର ଡିଜିଟାଲ ପ୍ରିମିୟର ଘୋଷଣା କରିଛି। ଭିକିଙ୍କ ବ୍ୟତୀତ ଫାତିମା ସନା ଶେଖ, ସାନିଆ ମଲହୋତ୍ରା, ନୀରଜ କାବି ଏବଂ ମହମ୍ମଦ ଜିଶାନ ଆୟୁବଙ୍କ ଭଳି ଷ୍ଟାରମାନେ ଏହି ଫିଲ୍ମରେ ନଜର ଆସିଥିଲେ। ଏହି ଫିଲ୍ମରେ ଫିଲ୍ଡ ମାର୍ଶଲ ସାମ ମନେକଶାଙ୍କର ସେନା ମୁଖ୍ୟ ହେବା ଠାରୁ ଅବସର ପର୍ଯ୍ୟନ୍ତ ତାଙ୍କର ଚମତ୍କାର ଯାତ୍ରା ଚିତ୍ରିତ ହୋଇଛି। ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁଭାଲାଙ୍କ ଦ୍ୱାରା ପ୍ରସ୍ତୁତ କରା
ମୁମ୍ଵାଇ ୨୩।୦୧: ବଲିଉଡ୍ ଅଭିନେତା ଭିକି କୌଶଲ। ଗତ ବର୍ଷ ଡିସେମ୍ବର ୧ରେ ଅଭିନେତାଙ୍କ ଫିଲ୍ମ 'ସାମ ବାହାଦୂର' ମୁକ୍ତିଲାଭ କରିଥିଲା। ଫିଲ୍ମଟି ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମରେ ଧମାଲ କରିବାକୁ ପ୍ରସ୍ତୁତ । ଗଣତନ୍ତ୍ର ଦିବସ ଅବସରରେ ୨୬ ଜାନୁଆରୀରେ ‘ସାମ୍ ବାହାଦୂର’ ZEE5 ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରଟି ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଜୀବନୀ ଉପରେ ଆଧାରିତ ଥିଲା । ଯେଉଁଥିରେ ଭିକି ମୁଖ୍ୟ ଭୂମିକାରେ ଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ମେଘନା ଗୁଲଜାର।
ଡିଜିଟାଲ୍ ପ୍ରିମିୟର୍ ଘୋଷଣା
କହିବାକୁ ଗଲେ ZEE5 ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିକିଙ୍କ ଅଭିନୀତ 'ସାମ ବାହାଦୂର'ର ସ୍ୱତନ୍ତ୍ର ଡିଜିଟାଲ ପ୍ରିମିୟର ଘୋଷଣା କରିଛି। ଭିକିଙ୍କ ବ୍ୟତୀତ ଫାତିମା ସନା ଶେଖ, ସାନିଆ ମଲହୋତ୍ରା, ନୀରଜ କାବି ଏବଂ ମହମ୍ମଦ ଜିଶାନ ଆୟୁବଙ୍କ ଭଳି ଷ୍ଟାରମାନେ ଏହି ଫିଲ୍ମରେ ନଜର ଆସିଥିଲେ। ଏହି ଫିଲ୍ମରେ ଫିଲ୍ଡ ମାର୍ଶଲ ସାମ ମନେକଶାଙ୍କର ସେନା ମୁଖ୍ୟ ହେବା ଠାରୁ ଅବସର ପର୍ଯ୍ୟନ୍ତ ତାଙ୍କର ଚମତ୍କାର ଯାତ୍ରା ଚିତ୍ରିତ ହୋଇଛି। ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁଭାଲାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।
ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ଭିକି ସାମ ବାହାଦୂରଙ୍କ ସଫଳତା ପାର୍ଟିର କିଛି ଫଟୋ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେୟାର କରିଥିଲେ। ଫିଲ୍ମର କାଷ୍ଟ ବ୍ୟତୀତ କ୍ରୁ ସଦସ୍ୟମାନେ ମଧ୍ୟ ଏହି ପାର୍ଟୀରେ ଭାଗ ନେଇଥିଲେ। ବିକିଙ୍କ ବ୍ୟତୀତ ସେୟାର ହୋଇଥିବା ଫଟୋ ଗୁଡ଼ିକରେ ମେଘନା ଗୁଲଜାର ଏବଂ ନିର୍ମାତାଙ୍କ ସହ କେକ୍ କାଟିଥିବାର ନଜର ଆସିଥିଲେ।
The post ଥିଏଟର ପରେ OTTରେ ଧମାଲ କରିବ ଭିକିଙ୍କ ‘ସାମ୍ ବାହାଦୂର’, ଜାଣନ୍ତୁ ରିଲିଜ୍ ଡେଟ୍ appeared first on Prameya News7.