ଦକ୍ଷିଣ କୋରିଆର ମୁଖ୍ୟ ବିରୋଧୀ ନେତା ଲି ଜେ-ମ୍ୟୁଙ୍ଗଙ୍କ ବେକରେ ଛୁରୀ ଭୁସିଦେଲେ ଦୁର୍ବୃତ୍ତ

ଦକ୍ଷିଣ କୋରିଆର ମୁଖ୍ୟ ବିରୋଧୀ ଦଳ ନେତା ଲି ଜେ-ମ୍ୟୁଙ୍ଗଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରାଯାଇଛି। ବୁସାନ ଗସ୍ତ ସମୟରେ ଜଣେ ଅଜ୍ଞାତ ଆକ୍ରମଣକାରୀ ତାଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି। ଏଥିରେ ଲି ଜେ-ମ୍ୟୁଙ୍ଗ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ନ୍ୟୁଜ୍ ଏଜେନ୍ସି ‘Yonhap’ ମୁତାବକ, ଦକ୍ଷିଣ କୋରିଆର ମୁଖ୍ୟ ବିରୋଧୀ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ଲି ଜେ-ମ୍ୟୁଙ୍ଗ ସାମ୍ବାଦିକଙ୍କ […] The post ଦକ୍ଷିଣ କୋରିଆର ମୁଖ୍ୟ ବିରୋଧୀ ନେତା ଲି ଜେ-ମ୍ୟୁଙ୍ଗଙ୍କ ବେକରେ ଛୁରୀ ଭୁସିଦେଲେ ଦୁର୍ବୃତ୍ତ appeared first on KNews Odisha.

ଦକ୍ଷିଣ କୋରିଆର ମୁଖ୍ୟ ବିରୋଧୀ ନେତା ଲି ଜେ-ମ୍ୟୁଙ୍ଗଙ୍କ ବେକରେ ଛୁରୀ ଭୁସିଦେଲେ ଦୁର୍ବୃତ୍ତ
knife

ଦକ୍ଷିଣ କୋରିଆର ମୁଖ୍ୟ ବିରୋଧୀ ଦଳ ନେତା ଲି ଜେ-ମ୍ୟୁଙ୍ଗଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରାଯାଇଛି। ବୁସାନ ଗସ୍ତ ସମୟରେ ଜଣେ ଅଜ୍ଞାତ ଆକ୍ରମଣକାରୀ ତାଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି। ଏଥିରେ ଲି ଜେ-ମ୍ୟୁଙ୍ଗ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ନ୍ୟୁଜ୍ ଏଜେନ୍ସି ‘Yonhap’ ମୁତାବକ, ଦକ୍ଷିଣ କୋରିଆର ମୁଖ୍ୟ ବିରୋଧୀ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ଲି ଜେ-ମ୍ୟୁଙ୍ଗ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କିଛି ପ୍ରଶ୍ନର ଉତ୍ତର ଦେଉଥିଲେ। ସେହି ସମୟରେ ଜଣେ ଆକ୍ରମଣକାରୀ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଲିଙ୍କ ବେକର ବାମ ପାର୍ଶ୍ୱରେ ଆଘାତ ଲାଗିଛି।

ଏଜେନ୍ସି ଅନୁସାରେ, ଲି ଜେ-ମ୍ୟୁଙ୍ଗଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ ଲିଙ୍କ ଆଘାତ ସମ୍ପର୍କରେ ଅଧିକ ସୂଚନା ସାମ୍ନାକୁ ଆସିନାହିଁ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ସେ ଆଖି ବନ୍ଦ କରି ଚଟାଣରେ ପଡ଼ିଛନ୍ତି। ତାଙ୍କ ଚାରିପାଖରେ ବହୁ ସଂଖ୍ୟାରେ ଅଧିକାରୀ ଛିଡା ହୋଇ ତାଙ୍କ ବେକକୁ କପଡାରେ ଚାପି ରଖିଛନ୍ତି।

କହି ରଖୁଛୁ, ଲି ଜେ-ମ୍ୟୁଙ୍ଗ ହେଉଛନ୍ତି ଦକ୍ଷିଣ କୋରିଆର ମୁଖ୍ୟ ବିରୋଧୀ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ।

The post ଦକ୍ଷିଣ କୋରିଆର ମୁଖ୍ୟ ବିରୋଧୀ ନେତା ଲି ଜେ-ମ୍ୟୁଙ୍ଗଙ୍କ ବେକରେ ଛୁରୀ ଭୁସିଦେଲେ ଦୁର୍ବୃତ୍ତ appeared first on KNews Odisha.