ଦକ୍ଷିଣ କୋରିଆରେ ଛାତିଥରା ବିମାନ ଦୁର୍ଘଟଣା; ଜଳିଗଲେ ୧୭୯ ଯାତ୍ରୀ, ୨ ଜୀବିତ !
ନୂଆଦିଲ୍ଲୀ: ବର୍ଷ ଶେଷରେ ଛାତିଥରା ବିମାନ ଦୁର୍ଘଟଣା । ରନଓ୍ବେରେ ଅବତରଣ ବେଳେ ବିମାନ କ୍ରାଶ୍ । ୧୮୧ ଯାତ୍ରୀଙ୍କ ମଧ୍ୟରୁ ଜଳିଗଲେ ୧୭୯ । ଜାତୀୟ ଗଣମାଧ୍ୟମ ଅନୁଯାୟୀ, ରବିବାର ଦକ୍ଷିଣ କୋରିଆରେ ସକାଳ ୯.୦୭ ମିନିଟରେ ହୋଇଥିବା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ୧୭୯ଜଣ ପ୍ରାଣ ହରାଇବା ସୂଚନା ରହିଛି । ଏହି ଭୟଙ୍କର ପ୍ଲେନ୍ କ୍ରାଶ୍ ମାତ୍ର ଦୁଇ ଜଣ ଜୀବିତ ରହିଥିବା କୁହାଯାଉଛି । ରବିବାର ସକାଳ ୯.୦୭ ମିନିଟରେ ଥାଇଲାଣ୍ଡରୁ ଦକ୍ଷିଣ କୋରିଆ ଫେରୁଥିଲା । ମୁଆନ ଅନ୍ତର୍ଜାତିକ ବିମାନ ବନ୍ଦରରେ ଜେଜୁ ଏୟାରର ବୋଇଂ ୭୩୭-୮୦୦ ବିମାନ ଅବତରଣ ବେଳେ ରନଓ୍ବେରେ ନିଆଁ ଲାଗିଯିବା ପରେ ବିସ୍ଫୋରଣ ହୋଇଥିଲା । ଏଥିରେ ୧୭୫ ଯାତ୍ରୀ ସହିତ ୬ଜଣ କ୍ରୁ ଥିଲେ । ମୋଟ୍ ୧୮୧ଜଣ ମଧ୍ୟରୁ ୧୭୯ ସାଉଥ୍ କୋରିଆ ଏବଂ ୨ଜଣ ଥାଇଲାଣ୍ଡର ଯାତ୍ରୀ ଥିଲେ । ମୋଟ୍ ଯାତ୍ରୀଙ୍କ ମଧ୍ୟରୁ ୮୫ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ବାକି ୯୪ ଜଣ ଯାତ୍ରୀ ପ୍ରାଣ ହରାଇଥିବା ସାଉଥ କୋରିଆ ମୁଆନ ଅଗ୍ନିଶମ ବାହିନୀ ମୁଖ୍ୟ ଲି-ଯୋଙ୍ଗ-ଏଙ୍ଗ କହିଛନ୍ତି । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ବିମାନରେ କୌଣସି ପକ୍ଷୀ ମାଡ଼ ହେବା କିମ୍ବା ଲ୍ୟାଣ୍ଡିଂ ଫେଲ୍ ପାଇଁ ଏତେ ବଡ଼ ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି । ବିମାନ ଦୁର୍ଘଟଣାକୁ ନେଇ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ନୂଆଦିଲ୍ଲୀ: ବର୍ଷ ଶେଷରେ ଛାତିଥରା ବିମାନ ଦୁର୍ଘଟଣା । ରନଓ୍ବେରେ ଅବତରଣ ବେଳେ ବିମାନ କ୍ରାଶ୍ । ୧୮୧ ଯାତ୍ରୀଙ୍କ ମଧ୍ୟରୁ ଜଳିଗଲେ ୧୭୯ । ଜାତୀୟ ଗଣମାଧ୍ୟମ ଅନୁଯାୟୀ, ରବିବାର ଦକ୍ଷିଣ କୋରିଆରେ ସକାଳ ୯.୦୭ ମିନିଟରେ ହୋଇଥିବା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ୧୭୯ଜଣ ପ୍ରାଣ ହରାଇବା ସୂଚନା ରହିଛି । ଏହି ଭୟଙ୍କର ପ୍ଲେନ୍ କ୍ରାଶ୍ ମାତ୍ର ଦୁଇ ଜଣ ଜୀବିତ ରହିଥିବା କୁହାଯାଉଛି ।
ରବିବାର ସକାଳ ୯.୦୭ ମିନିଟରେ ଥାଇଲାଣ୍ଡରୁ ଦକ୍ଷିଣ କୋରିଆ ଫେରୁଥିଲା । ମୁଆନ ଅନ୍ତର୍ଜାତିକ ବିମାନ ବନ୍ଦରରେ ଜେଜୁ ଏୟାରର ବୋଇଂ ୭୩୭-୮୦୦ ବିମାନ ଅବତରଣ ବେଳେ ରନଓ୍ବେରେ ନିଆଁ ଲାଗିଯିବା ପରେ ବିସ୍ଫୋରଣ ହୋଇଥିଲା । ଏଥିରେ ୧୭୫ ଯାତ୍ରୀ ସହିତ ୬ଜଣ କ୍ରୁ ଥିଲେ । ମୋଟ୍ ୧୮୧ଜଣ ମଧ୍ୟରୁ ୧୭୯ ସାଉଥ୍ କୋରିଆ ଏବଂ ୨ଜଣ ଥାଇଲାଣ୍ଡର ଯାତ୍ରୀ ଥିଲେ । ମୋଟ୍ ଯାତ୍ରୀଙ୍କ ମଧ୍ୟରୁ ୮୫ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ବାକି ୯୪ ଜଣ ଯାତ୍ରୀ ପ୍ରାଣ ହରାଇଥିବା ସାଉଥ କୋରିଆ ମୁଆନ ଅଗ୍ନିଶମ ବାହିନୀ ମୁଖ୍ୟ ଲି-ଯୋଙ୍ଗ-ଏଙ୍ଗ କହିଛନ୍ତି ।
ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ବିମାନରେ କୌଣସି ପକ୍ଷୀ ମାଡ଼ ହେବା କିମ୍ବା ଲ୍ୟାଣ୍ଡିଂ ଫେଲ୍ ପାଇଁ ଏତେ ବଡ଼ ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି । ବିମାନ ଦୁର୍ଘଟଣାକୁ ନେଇ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।