ଦକ୍ଷିଣ ଭାରତରେ ଜଳ ସଂକଟ; ଜଳଭଣ୍ଡାରରେ ରହିଛି ମାତ୍ର ୧୭ ପ୍ରତିଶତ ପାଣି
ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ଦକ୍ଷିଣ ଭାରତରେ ଜଳ ସଂକଟ ସାମ୍ନାକୁ ଆସିଛି । ଅଧିକାଂଶ ଡ୍ୟାମ ଏବଂ ଜଳାଶୟରେ ଆଉ ମାତ୍ର ୧୭ ପ୍ରତିଶତ ପାନୀୟ ଉପଯୋଗୀ ପାଣି ରହିଛି । କେନ୍ଦ୍ରୀୟ ଜଳ ଆୟୋଗ ବା ସିଡବ୍ଲ୍ୟୁସି ଏକ ବୁଲେଟିନରେ ସୂଚନା ଦେଇ କହିଛି, ଦକ୍ଷିଣ ଭାରତ ତଥା ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡ଼ୁର ୪୨ଟି ଜଳାଶୟର ଜଳ ଧାରଣ କ୍ଷମତା ୫୩.୩୩୪ ଆରବ ଘନ ମିଟର ରହିଥିବା ବେଳେ ଏହି ସବୁ ଡ୍ୟାମରୁ ଜଳସ୍ତର ହ୍ରାସ ପାଇଛି । ବର୍ତ୍ତମାନ ସମୟରେ ଜଳଶାୟରେ ୧୭ ପ୍ରତିଶତ ଅର୍ଥାତ୍ ୮, ୮୬୫ ଆରବ ଘନ ମିଟର ପାଣି ରହିଛି । ଗତବର୍ଷର ରିପୋର୍ଟ ଉପରେ ନଜର ପକାଇଲେ ସମାନ ସମୟରେ ଜଳଭଣ୍ଡାରର ଜଳସ୍ତର ୨୯ ପ୍ରତିଶତରେ ରହିଛି । ଗତ ୧୦ ବର୍ଷକୁ ୨୩ ପ୍ରତିଶତ ତୁଳନାରେ ବହୁ କମ୍ । ଦକ୍ଷିଣ ଭାରତରେ ଜଳଭଣ୍ଡାରର ଜଳସ୍ତର ହ୍ରାସ ଯୋଗୁ ରାଜ୍ୟ ଗୁଡ଼ିକରେ ପାନୀୟଜଳ, ଜଳସେଚନରେ ସାମସ୍ୟା ହେବା ସହିତ ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ଲାଣ୍ଟରେ ବିଜୁଳି ଉତ୍ପାଦନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହେବ ।ହେଲେ ଏହାର ବିପରୀତ ତଥା ଭାରତର ପୂର୍ବ କ୍ଷେତ୍ରର, ଆସାମ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଗତ ବର୍ଷ ଏବଂ ଗତ ୧୦ ବର୍ଷରେ ଜଳ ଭଣ୍ଡାରର ଜଳସ୍ତର ସକରାତ୍ମକ ଭାବେ ସୁଧାର ଆସିଛି । ଜଳ ଆୟୋଗ ପକ୍ଷରୁ କୁହାଯାଇଛି, ଏହିସବୁ କ୍ଷେତ୍ରରେ ୨୦.୪୩୦ ଆରବ ଘନ ମିଟର କ୍ଷମତା ବିଶିଷ୍ଟ ୨୩ଟି ଜଳଭଣ୍ଡାରରେ ବର୍ତ୍ତମାନ ୭.୮୮
ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ଦକ୍ଷିଣ ଭାରତରେ ଜଳ ସଂକଟ ସାମ୍ନାକୁ ଆସିଛି । ଅଧିକାଂଶ ଡ୍ୟାମ ଏବଂ ଜଳାଶୟରେ ଆଉ ମାତ୍ର ୧୭ ପ୍ରତିଶତ ପାନୀୟ ଉପଯୋଗୀ ପାଣି ରହିଛି । କେନ୍ଦ୍ରୀୟ ଜଳ ଆୟୋଗ ବା ସିଡବ୍ଲ୍ୟୁସି ଏକ ବୁଲେଟିନରେ ସୂଚନା ଦେଇ କହିଛି, ଦକ୍ଷିଣ ଭାରତ ତଥା ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡ଼ୁର ୪୨ଟି ଜଳାଶୟର ଜଳ ଧାରଣ କ୍ଷମତା ୫୩.୩୩୪ ଆରବ ଘନ ମିଟର ରହିଥିବା ବେଳେ ଏହି ସବୁ ଡ୍ୟାମରୁ ଜଳସ୍ତର ହ୍ରାସ ପାଇଛି । ବର୍ତ୍ତମାନ ସମୟରେ ଜଳଶାୟରେ ୧୭ ପ୍ରତିଶତ ଅର୍ଥାତ୍ ୮, ୮୬୫ ଆରବ ଘନ ମିଟର ପାଣି ରହିଛି ।
ଗତବର୍ଷର ରିପୋର୍ଟ ଉପରେ ନଜର ପକାଇଲେ ସମାନ ସମୟରେ ଜଳଭଣ୍ଡାରର ଜଳସ୍ତର ୨୯ ପ୍ରତିଶତରେ ରହିଛି । ଗତ ୧୦ ବର୍ଷକୁ ୨୩ ପ୍ରତିଶତ ତୁଳନାରେ ବହୁ କମ୍ । ଦକ୍ଷିଣ ଭାରତରେ ଜଳଭଣ୍ଡାରର ଜଳସ୍ତର ହ୍ରାସ ଯୋଗୁ ରାଜ୍ୟ ଗୁଡ଼ିକରେ ପାନୀୟଜଳ, ଜଳସେଚନରେ ସାମସ୍ୟା ହେବା ସହିତ ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ଲାଣ୍ଟରେ ବିଜୁଳି ଉତ୍ପାଦନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହେବ ।
ହେଲେ ଏହାର ବିପରୀତ ତଥା ଭାରତର ପୂର୍ବ କ୍ଷେତ୍ରର, ଆସାମ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଗତ ବର୍ଷ ଏବଂ ଗତ ୧୦ ବର୍ଷରେ ଜଳ ଭଣ୍ଡାରର ଜଳସ୍ତର ସକରାତ୍ମକ ଭାବେ ସୁଧାର ଆସିଛି । ଜଳ ଆୟୋଗ ପକ୍ଷରୁ କୁହାଯାଇଛି, ଏହିସବୁ କ୍ଷେତ୍ରରେ ୨୦.୪୩୦ ଆରବ ଘନ ମିଟର କ୍ଷମତା ବିଶିଷ୍ଟ ୨୩ଟି ଜଳଭଣ୍ଡାରରେ ବର୍ତ୍ତମାନ ୭.୮୮୯ଆରବ ଘନ ମିଟର, ଯାହାର ମୋଟ୍ ଜଳଧାରଣ କ୍ଷମତା ୩୯ ପ୍ରତିଶତ । ଗତ ବର୍ଷର ସାମନ ଅବଧିରେ ୩୪ ପ୍ରତିଶତ ଏବଂ ଦଶ ବର୍ଷରେ ୩୪ ପ୍ରତିଶତ ତୁଳନାରେ ସୁଧାର ସଙ୍କେତ ବୋଲି କୁହାଯାଉଛି ।