ଦଖିଣକୁରୁଆ ଗାଁରେ ମାଙ୍କଡ଼ ଉତ୍ପାତ, ୧୦ରୁ ଅଧିକ ଲୋକ ଗୁରୁତର

ଭଦ୍ରକ ୧୮।୦୬ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ଖଡିପଦା ପଞ୍ଚାୟତର ଦଖିଣକୁରୁଆ ଗାଁରେ ମାଙ୍କଡ଼ ଉତ୍ପାତ। ମାଙ୍କଡ଼ କାମୁଡ଼ାରେ ୧୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ୩ ଜଣ ମହିଳା ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ବାକି ଅନ୍ୟ ୨ ଜଣ ମହିଳା କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ମାଙ୍କଡ଼ ଆକ୍ରମଣ ପାଇଁ ଗାଁରେ ମହିଳାଙ୍କ ଠାରୁ ଆରମ୍ଭ କରି ପିଲାମାନେ ଘରୁ ବାହାରୁ ନାହାନ୍ତି । ଦଖୀଣକୁରୁଆ ଗାଁରେ ଆତଙ୍କ ଖେଳାଇଥିବା ମାଙ୍କଡ ଭୟରେ ପୁରୁଷ ମାନେ ହାତରେ ବାଡି ଧରି ଘଉଡାଇବା ପାଇଁ ଉଦ୍ୟମ କରୁଛନ୍ତି ।ସେପଟେ ମାଙ୍କଡ଼ ଉତ୍ପାତ ନେଇ ସ୍ଥାନୀୟ ବାସିନ୍ଦା ବନବିଭାଗକୁ ଖବର ଦେଇଥିଲେ । ଏହାପରେ  ଘଟଣାସ୍ଥଳରେ ପହଞ୍ଚି ମାଙ୍କଡକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହି ମାଙ୍କଡ଼ ପଲ କିଛି ଦିନ ହେବ ଗାଁରେ ଉତ୍ପାତ ଜାରି ରଖିଛନ୍ତି।

ଦଖିଣକୁରୁଆ ଗାଁରେ ମାଙ୍କଡ଼ ଉତ୍ପାତ, ୧୦ରୁ ଅଧିକ ଲୋକ ଗୁରୁତର

ଭଦ୍ରକ ୧୮।୦୬ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ଖଡିପଦା ପଞ୍ଚାୟତର ଦଖିଣକୁରୁଆ ଗାଁରେ ମାଙ୍କଡ଼ ଉତ୍ପାତ। ମାଙ୍କଡ଼ କାମୁଡ଼ାରେ ୧୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ୩ ଜଣ ମହିଳା ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ବାକି ଅନ୍ୟ ୨ ଜଣ ମହିଳା କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। 


ତେବେ ମାଙ୍କଡ଼ ଆକ୍ରମଣ ପାଇଁ ଗାଁରେ ମହିଳାଙ୍କ ଠାରୁ ଆରମ୍ଭ କରି ପିଲାମାନେ ଘରୁ ବାହାରୁ ନାହାନ୍ତି । ଦଖୀଣକୁରୁଆ ଗାଁରେ ଆତଙ୍କ ଖେଳାଇଥିବା ମାଙ୍କଡ ଭୟରେ ପୁରୁଷ ମାନେ ହାତରେ ବାଡି ଧରି ଘଉଡାଇବା ପାଇଁ ଉଦ୍ୟମ କରୁଛନ୍ତି ।

ସେପଟେ ମାଙ୍କଡ଼ ଉତ୍ପାତ ନେଇ ସ୍ଥାନୀୟ ବାସିନ୍ଦା ବନବିଭାଗକୁ ଖବର ଦେଇଥିଲେ । ଏହାପରେ  ଘଟଣାସ୍ଥଳରେ ପହଞ୍ଚି ମାଙ୍କଡକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହି ମାଙ୍କଡ଼ ପଲ କିଛି ଦିନ ହେବ ଗାଁରେ ଉତ୍ପାତ ଜାରି ରଖିଛନ୍ତି।