ଦଙ୍ଗା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ: ଲୋକଙ୍କୁ ନିବେଦନ କଲେ ଏସଡିପିଓ

ରାଇକିଆ,୨୦।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲାରେ ଗତ କିଛି ଦିନ ହେଲା ଦଙ୍ଗାକୁ ନେଇ ଗୁଜବ ଜୋର୍‌ ଧରିଛି । ବିଭିନ୍ନ ସୋସିଆଲ ମିଡ଼ିଆରେ ଏ ନେଇ ପ୍ରଚାର ହେବା ଫଳରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏପରିକି ଭୟରେ କିଛି ଲୋକ ଜିଲା ବାହାରକୁ ମଧ୍ୟ ଚାଲି ଯାଉଥିବା ନ଼େଇ ପ୍ରଶାସନ ପାଖରେ ଖବର ପହଞ୍ଚିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଇକିଆ ପୋଲିସ ତରଫରୁ ମଙ୍ଗଳାବର ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜି […] The post ଦଙ୍ଗା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ: ଲୋକଙ୍କୁ ନିବେଦନ କଲେ ଏସଡିପିଓ appeared first on Dharitri Odia News.

ଦଙ୍ଗା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ: ଲୋକଙ୍କୁ ନିବେଦନ କଲେ ଏସଡିପିଓ

ରାଇକିଆ,୨୦।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲାରେ ଗତ କିଛି ଦିନ ହେଲା ଦଙ୍ଗାକୁ ନେଇ ଗୁଜବ ଜୋର୍‌ ଧରିଛି । ବିଭିନ୍ନ ସୋସିଆଲ ମିଡ଼ିଆରେ ଏ ନେଇ ପ୍ରଚାର ହେବା ଫଳରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏପରିକି ଭୟରେ କିଛି ଲୋକ ଜିଲା ବାହାରକୁ ମଧ୍ୟ ଚାଲି ଯାଉଥିବା ନ଼େଇ ପ୍ରଶାସନ ପାଖରେ ଖବର ପହଞ୍ଚିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଇକିଆ ପୋଲିସ ତରଫରୁ ମଙ୍ଗଳାବର ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜି ଉଦୟଗିରି ଏସଡ଼ିପିଓ ବିଜୟ କୁମାର ବିଶି ଯୋଗଦେଇ ଶାନ୍ତି ବଜାୟ ରଖିବା ସହ ଉଭୟ ସମ୍ପ୍ରଦାୟର ଲୋକ ଏଭଳି ଗୁଜବରେ ବିଶ୍ୱାସ ନ କରିବା ପାଇଁ ପରାମର୍ଶ ଦେବା ସହ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ କେହି ଅସାମାଜିକ ବ୍ୟକ୍ତି ଏଭଳି ଗୁଜବ ସୃଷ୍ଟି କରି ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର କରିଛି। ଏ ଦିଗରେ ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ କହିଛନ୍ତି। ଏ ନେଇ ରାଇକିଆ ସହର ଏବଂ ଗ୍ରାମାଞ୍ଚଳରେ ସଚେନତା ସୃଷ୍ଟି କରାଯିବା ସହିତ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗୁଜବରୁ ଦୂରେଇ ରହିବା ପାଇଁ ପ୍ରଚାର କରାଯିବ ଏବଂ ପାଟ୍ରୋଲିଂ ମଧ୍ୟ କରାଯିବ ବୋଲି କହିଛନ୍ତି।
ବୈଠକରେ ବିଡ଼ିଓ ସିମାଞ୍ଚଳ ମଣ୍ଡଳ, ତହସିଲଦାର ସୁଭଦ୍ରା ମୁଣ୍ଡିକା, ଥାନା ଅଧିକାରୀ ଆଶୁତୋଷ ପାଇକରାୟ, ସିଡିପିଓ, ଜିଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ସୁଗଡବାଡି ସରପଞ୍ଚ ସୁରଞ୍ଜନ ପ୍ରଧାନଙ୍କ ସମେତ ଉଭୟ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

The post ଦଙ୍ଗା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ: ଲୋକଙ୍କୁ ନିବେଦନ କଲେ ଏସଡିପିଓ appeared first on Dharitri Odia News.