ଦନ୍ତେୱାଡ଼ାରେ ନକ୍ସଲଙ୍କ ବଡ଼ ବଙ୍କର ଠାବ; ପୁଲିସ ଛାନିଆ
ଦନ୍ତେୱାଡ଼ାରେ ନକ୍ସଲ ଅପରେସନ ବେଳେ ଏଭଳି ବଙ୍କର ଠାବ କରିଛି ପୁଲିସ।
ଛତିଶଗଡ଼ ଦନ୍ତେୱାଡ଼ାରେ ନକ୍ସଲଙ୍କର ରହିଛି ବଡ଼ ବଙ୍କର। ଜଙ୍ଗଲ ଭିତରେ ନକ୍ସଲଙ୍କ ଏତେ ବଡ଼ ବଙ୍କର ଦେଖି ପୁଲିସ ଛାନିଆ ହୋଇଯାଇଛି। ଗାଜାରେ ହମାସ ଆତଙ୍କୀଙ୍କ ସୁଡ଼ଙ୍ଗ ଭଳି ମାଟି ତଳେ ସୁଡ଼ଙ୍ଗ ଓ ବଙ୍କର କରିଛନ୍ତି ନକ୍ସଲ।
ଦନ୍ତେୱାଡ଼ାରେ ନକ୍ସଲ ଅପରେସନ ବେଳେ ଏଭଳି ବଙ୍କର ଠାବ କରିଛି ପୁଲିସ। ବଙ୍କର ଉପରକୁ କାଠ ଓ ମାଟିରେ ଘୋଡ଼ାଇ ରଖିଥିଲେ ନକ୍ସଲ। ଯେମିତି କେହି ଜାଣିପାରିବେ ନାହିଁ। ତେବେ ପୁଲିସ ସର୍ଚ୍ଚ ଅପରେସନ ବେଳେ ବଙ୍କର ଓ ସୁଡ଼ଙ୍ଗ ଠାବ କରିଛି। ଏହି ସୁଡ଼ଙ୍ଗରୁ ନକ୍ସଲ ପୁଲିସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି ।
ଗତକାଲି ଛତିଶଗଡ଼ର ବସ୍ତର ଅଞ୍ଚଳରେ ବଡ଼ ଧରଣର ନକ୍ସଲ ହମଲାରେ ୩ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଆହତ
ହୋଇଥିଲେ। ଆହତଙ୍କୁ ଜଗଦଲପୁର ଏବଂ ରାୟପୁର ହସପିଟାଲକୁ ଏୟାରଲିଫ୍ଟ କରାଯାଇଛି। ସେହିପରି ଏନକାଉଣ୍ଟରରେ ୬ଜଣ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି।