ଦମଦାର ବ୍ୟାଟିଂ ପରେ ବି କାହିଁକି ଟ୍ରୋଲ ହେଉଛନ୍ତି ବିରାଟ କୋହଲି, କ'ଣ ରହିଛି ଏହା ପଛର କାରଣ ?

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ ପଏଣ୍ଟ ଟେବୁଲ ଧିରେ ଧିରେ ପ୍ରତିଯୋଗିତାମୂଳକ ରୂପ ନେବାରେ ଲାଗିଛି। ଅରେଞ୍ଜ କ୍ୟାପ୍ ଓ ପର୍ପଲ କ୍ୟାପ୍ ଦୌଡ଼ ମଧ୍ୟ ରୋଚକ ହେବାରେ ଲାଗିଛି। ବର୍ତ୍ତମାନ ବିରାଟ କୋହଲିଙ୍କ ପାଖରେ ଅରେଞ୍ଜ କ୍ୟାପ୍ ରହିଛି। ସେ ଏ ପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ରେ ୯୦.୫୦ ହାରରେ ୧୮୧ ରନ କରିଛନ୍ତି। ଆଇପିଏଲ୍ ୨୦୨୪ରେ କୋହଲି ଲଗାତାର ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ତାଙ୍କୁ ଟ୍ରୋଲ ହେବାକୁ ପଡୁଛି। ଦମଦାର ପ୍ରଦର୍ଶନ ପରେ ବି କାହିଁକି ବିରାଟ କୋହଲିଙ୍କ ଉପରେ ପ୍ରଶଂସକ ଏମିତି ଟିପ୍ପଣୀ କରୁଛନ୍ତି।Also read: ଓ୍ୱାଙ୍ଖଡେ ମ୍ୟାଚ ପୂର୍ବରୁ ଆଇପିଏଲରୁ ଆଉଟ୍ ପାଣ୍ଡ୍ୟା ! ପାରିବାରିକ ସମସ୍ୟା ଦେଖାଇଲେ ଏମଆଇ ଅଧିନାୟକଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍‌ ସିଏସକେ ବିପକ୍ଷରେ କୋହଲି ୨୦ ବଲରୁ ୨୧ ରନ କରି ଆଉଟ୍ ହୋଇଥିଲେ। ପୁଣି ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ସେ ୪୯ ବଲ୍‌ରେ ୭୭ ରନର ଇନିଂସ ଖେଳିଥିଲେ। ଏଥିରେ ୧୧ ଚୌକା ଓ ୨ ଛକା ସାମିଲ। ଉକ୍ତ ମ୍ୟାଚ୍‌ରେ ମଧ୍ୟ କୋହଲି ସେହି ସମୟରେ ଆଉଟ୍ ହୋଇଥିଲେ ଯେତେବେଳେ ଆରସିବିକୁ ୨୪ ବଲ୍‌ରେ ୪୭ ରନ ଦରକାର ଥିଲା। ଦିନେଶ କାର୍ତ୍ତିକ ଓ ମହିପାଲ ଲୋମରୋର ବିସ୍ଫୋରକ ବ୍ୟାଟିଂ କରି କୌଣସି ମତେ ଦଳକୁ ଜିତାଇ ଦେଇଥିଲେ। ଯଦି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଆଉଟ୍ ହୋଇଥିଲେ ବେଙ୍ଗଲୁରୁର ବିଜୟ ମୁସ୍କିଲ ହୋଇଯା

ଦମଦାର ବ୍ୟାଟିଂ ପରେ ବି କାହିଁକି ଟ୍ରୋଲ ହେଉଛନ୍ତି ବିରାଟ କୋହଲି, କ'ଣ ରହିଛି ଏହା ପଛର କାରଣ ?

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ ପଏଣ୍ଟ ଟେବୁଲ ଧିରେ ଧିରେ ପ୍ରତିଯୋଗିତାମୂଳକ ରୂପ ନେବାରେ ଲାଗିଛି। ଅରେଞ୍ଜ କ୍ୟାପ୍ ଓ ପର୍ପଲ କ୍ୟାପ୍ ଦୌଡ଼ ମଧ୍ୟ ରୋଚକ ହେବାରେ ଲାଗିଛି। ବର୍ତ୍ତମାନ ବିରାଟ କୋହଲିଙ୍କ ପାଖରେ ଅରେଞ୍ଜ କ୍ୟାପ୍ ରହିଛି। ସେ ଏ ପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ରେ ୯୦.୫୦ ହାରରେ ୧୮୧ ରନ କରିଛନ୍ତି। ଆଇପିଏଲ୍ ୨୦୨୪ରେ କୋହଲି ଲଗାତାର ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ତାଙ୍କୁ ଟ୍ରୋଲ ହେବାକୁ ପଡୁଛି। ଦମଦାର ପ୍ରଦର୍ଶନ ପରେ ବି କାହିଁକି ବିରାଟ କୋହଲିଙ୍କ ଉପରେ ପ୍ରଶଂସକ ଏମିତି ଟିପ୍ପଣୀ କରୁଛନ୍ତି।

Also read: ଓ୍ୱାଙ୍ଖଡେ ମ୍ୟାଚ ପୂର୍ବରୁ ଆଇପିଏଲରୁ ଆଉଟ୍ ପାଣ୍ଡ୍ୟା ! ପାରିବାରିକ ସମସ୍ୟା ଦେଖାଇଲେ ଏମଆଇ ଅଧିନାୟକ

ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍‌ ସିଏସକେ ବିପକ୍ଷରେ କୋହଲି ୨୦ ବଲରୁ ୨୧ ରନ କରି ଆଉଟ୍ ହୋଇଥିଲେ। ପୁଣି ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ସେ ୪୯ ବଲ୍‌ରେ ୭୭ ରନର ଇନିଂସ ଖେଳିଥିଲେ। ଏଥିରେ ୧୧ ଚୌକା ଓ ୨ ଛକା ସାମିଲ। ଉକ୍ତ ମ୍ୟାଚ୍‌ରେ ମଧ୍ୟ କୋହଲି ସେହି ସମୟରେ ଆଉଟ୍ ହୋଇଥିଲେ ଯେତେବେଳେ ଆରସିବିକୁ ୨୪ ବଲ୍‌ରେ ୪୭ ରନ ଦରକାର ଥିଲା। ଦିନେଶ କାର୍ତ୍ତିକ ଓ ମହିପାଲ ଲୋମରୋର ବିସ୍ଫୋରକ ବ୍ୟାଟିଂ କରି କୌଣସି ମତେ ଦଳକୁ ଜିତାଇ ଦେଇଥିଲେ। ଯଦି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଆଉଟ୍ ହୋଇଥିଲେ ବେଙ୍ଗଲୁରୁର ବିଜୟ ମୁସ୍କିଲ ହୋଇଯାଇଥାନ୍ତା। ବଡ଼ ଇନିଂସ ଖେଳିବା ସତ୍ତ୍ଵେ ମ୍ୟାଚ୍‌କୁ ଶେଷ ନ କରିବା କାରଣରୁ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅନ୍ୟପଟେ କେକେଆର ବିପକ୍ଷ ମ୍ୟାଚ୍‌ରେ ସେ ୫୯ ବଲ୍‌ରୁ ୮୩ ରନର ଇନିଂସ ଖେଳିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୪୦.୬୮ ରହିଛି। ଟି-ଫର୍ମାଟକୁ ଚୌକା ଓ ଛକା ବର୍ଷା ପାଇଁ ପରିଚିତ। ମାତ୍ର କୋହଲି କେକେଆର ବିପକ୍ଷ ମ୍ୟାଚ୍‌ରେ ବାଉଣ୍ଡରୀ  ହାର ବହୁତ କମ ରହିଥିଲା। 

ଗୋଟିଏ ପଟେ ତାଙ୍କୁ ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ଦେବାକୁ ଦାବି ଉଠୁଥିବା ବେଳେ ଅନ୍ୟପଟେ ଷ୍ଟ୍ରାଇକ୍ ରେଟ୍ ତାଙ୍କୁ ଦଳରେ ନେବାରେ ବଡ଼ ବାଧକ ସାଜିପାରେ। ଆଇପିଏଲ୍‌ରେ କୋହଲି ଏ ପର୍ଯ୍ୟନ୍ତ ୧୪୧ ଷ୍ଟ୍ରାଇକ୍ ରେଟ୍‌ରେ ୧୮୧ ରନ କରିଛନ୍ତି। ଯଦି ବିଶ୍ଵକପ୍ ଦଳରେ କୋହଲିଙ୍କୁ ନିଜର ସ୍ଥାନ ସୁନିଶ୍ଚିତ କରିବାର ଅଛି ତେବେ ତାଙ୍କୁ ରନ କରିବା ସହ ଷ୍ଟ୍ରାଇଟ୍ ଉନ୍ନତ କରିବାକୁ ପଡ଼ିବ।