ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା-ରୁପା ଅଳଙ୍କାର, ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ

ରାୟଗଡ଼ା୧୩।୫: ମାରଣାସ୍ତ୍ର ଧରି ଘରେ ପଶିଲେ । ଦମ୍ପତିଙ୍କୁ ଭୁଜାଲିରେ ହାଣିଲେ । ଲୁଟିନେଲେ ସୁନା ଓ ରୁପା ଅଳଙ୍କାର । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ ।ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ପ୍ରାୟ ୮ରୁ ୧୦ ଜଣ ଦୁର୍ବୃତ୍ତ ସିକରପାଇ ଗାଁର ବ୍ୟବସାୟୀ ଗୋପାଳଚେଟି ଉପେନ୍ଦ୍ରଙ୍କ ଘରେ ମାରଣାସ୍ତ୍ର ଧରି ପଶିଥିଲେ । ଭୁଜାଲିରେ ଦମ୍ପତି ଆକ୍ରମଣ କରିଥିଲେ । ତାଙ୍କ ସ୍ତ୍ରୀ ପିନ୍ଧିଥିବା ପ୍ରାୟ ୧୪ ଭରି ସୁନା ଅଳଙ୍କାର ଟାଣି ନେବା ସହିତ ଘରେ ଥିବା ଅତି ପୁରୁଣା ଆଲମାରୀ ମଧ୍ୟ ଉଠାଇ ନେଇଯାଇଛନ୍ତି । ସେଥିରେ ପ୍ରାୟ ୧୦ରୁ ୧୧ କେଜି ସୁନା ଥିବା ଜଣାପଡିଛି । ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ଗୋପାଳଚେଟି ଉପେନ୍ଦ୍ର ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ରାୟଗଡ଼ା ଏସଡିପିଓ ଗୌରହରୀ ସାହୁ ଓ କଲ୍ୟାଣସିଂହପୁର ପୋଲିସ ପହଞ୍ଚି ଘଟଣାର ତନାଘନା କହୁଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।You Can Read:ଓଲଟିଲା ଟାଟା ମ୍ୟାଜିକ୍ ଭ୍ୟାନ୍ : ଜଣେ ମହିଳାଙ୍କ ସମେତ ୨ ମୃତ, ୫ ଆହତ

ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା-ରୁପା ଅଳଙ୍କାର, ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ

ରାୟଗଡ଼ା: ମାରଣାସ୍ତ୍ର ଧରି ଘରେ ପଶିଲେ । ଦମ୍ପତିଙ୍କୁ ଭୁଜାଲିରେ ହାଣିଲେ । ଲୁଟିନେଲେ ସୁନା ଓ ରୁପା ଅଳଙ୍କାର । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ ।


ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ପ୍ରାୟ ୮ରୁ ୧୦ ଜଣ ଦୁର୍ବୃତ୍ତ ସିକରପାଇ ଗାଁର ବ୍ୟବସାୟୀ ଗୋପାଳଚେଟି ଉପେନ୍ଦ୍ରଙ୍କ ଘରେ ମାରଣାସ୍ତ୍ର ଧରି ପଶିଥିଲେ । ଭୁଜାଲିରେ ଦମ୍ପତି ଆକ୍ରମଣ କରିଥିଲେ । ତାଙ୍କ ସ୍ତ୍ରୀ ପିନ୍ଧିଥିବା ପ୍ରାୟ ୧୪ ଭରି ସୁନା ଅଳଙ୍କାର ଟାଣି ନେବା ସହିତ ଘରେ ଥିବା ଅତି ପୁରୁଣା ଆଲମାରୀ ମଧ୍ୟ ଉଠାଇ ନେଇଯାଇଛନ୍ତି । ସେଥିରେ ପ୍ରାୟ ୧୦ରୁ ୧୧ କେଜି ସୁନା ଥିବା ଜଣାପଡିଛି । ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ଗୋପାଳଚେଟି ଉପେନ୍ଦ୍ର ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ରାୟଗଡ଼ା ଏସଡିପିଓ ଗୌରହରୀ ସାହୁ ଓ କଲ୍ୟାଣସିଂହପୁର ପୋଲିସ ପହଞ୍ଚି ଘଟଣାର ତନାଘନା କହୁଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

You Can Read:

ଓଲଟିଲା ଟାଟା ମ୍ୟାଜିକ୍ ଭ୍ୟାନ୍ : ଜଣେ ମହିଳାଙ୍କ ସମେତ ୨ ମୃତ, ୫ ଆହତ