ଦର ବୃଦ୍ଧି ସତ୍ତ୍ୱେ ଧନତେରସରେ ୨୫ କୋଟିର ବ୍ୟବସାୟ

ବ୍ରହ୍ମପୁର,୩୦।୧୦(ସ୍ମୃତି ରଞ୍ଜନ ମହାଲିକ): ଧନତେରସ ଓ ଅକ୍ଷୟ ତୃତୀୟା ଭଳି ଦିନରେ ଗହଣା ସାମଗ୍ରୀ କିଣିଲେ ଶୁଭ ଓ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଯାହାକୁ ନେଇ ଏହି ଦିନ ମାନଙ୍କରେ ସହରର ସୁନା ଦୋକାନ ଗୁଡିକରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଥାଏ। ଏହାକୁ ଦୃଷ୍ଟିରେ ରଖି ସୁନା ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ଡିଜାଇନର ଗହଣା କିଣା ମୂଲ୍ୟ ଉପରେ ରିହାତି ଅଫର ରଖିଥିଲେ। ଯାହାକୁ ନେଇ ମଙ୍ଗଳବାର ଧନ ତେରାସ […] The post ଦର ବୃଦ୍ଧି ସତ୍ତ୍ୱେ ଧନତେରସରେ ୨୫ କୋଟିର ବ୍ୟବସାୟ appeared first on Dharitri Odia News.

ଦର ବୃଦ୍ଧି ସତ୍ତ୍ୱେ ଧନତେରସରେ ୨୫ କୋଟିର ବ୍ୟବସାୟ

ବ୍ରହ୍ମପୁର,୩୦।୧୦(ସ୍ମୃତି ରଞ୍ଜନ ମହାଲିକ): ଧନତେରସ ଓ ଅକ୍ଷୟ ତୃତୀୟା ଭଳି ଦିନରେ ଗହଣା ସାମଗ୍ରୀ କିଣିଲେ ଶୁଭ ଓ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଯାହାକୁ ନେଇ ଏହି ଦିନ ମାନଙ୍କରେ ସହରର ସୁନା ଦୋକାନ ଗୁଡିକରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଥାଏ। ଏହାକୁ ଦୃଷ୍ଟିରେ ରଖି ସୁନା ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ଡିଜାଇନର ଗହଣା କିଣା ମୂଲ୍ୟ ଉପରେ ରିହାତି ଅଫର ରଖିଥିଲେ। ଯାହାକୁ ନେଇ ମଙ୍ଗଳବାର ଧନ ତେରାସ ଅବସରରେ ସହରର ସାନ ବଜାର ଓ ବଡ ବଜାର ଅଂଚଳର ଗହଣା ଦୋକାନ ଗୁଡିକରେ ସକାଳୁ ରାତ୍ରି ୧୧ଟା ଯାଏଁ ସୁନା କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଥିଲା। ଦରବୃଦ୍ଧି ସତ୍ତ୍ୱେ ଧନତେରାସରେ ବ୍ରହ୍ମପୁର ବଜାରରେ ୨୫ କୋଟି ଟଙ୍କା ବ୍ୟବସାୟ ହୋଇଥିବା ଗଞ୍ଜାମ ଜିଲା ଜୁଏଲାରୀ ଆସୋସିଏସନ ସଭାପତି ପି ସତ୍ୟ ନାରାୟଣ ସେନାପତି କହିଛନ୍ତି। ମଙ୍ଗଳବାର ୯୧୬ ହଲ ମାର୍କ ସୁନା ୧୦ ଗ୍ରାମକୁ ୭୩,୫୦୦ ଟଙ୍କା ରହିଥିବା ବେଳେ ରୂପା ୧ ଲକ୍ଷ ୭ ହଜାର ଥିଲା। ଧନ ତେରାସ ଅବସରରେ ସୁନା ଗ୍ରାମ ପିଛ ୫୧% ଛାଡ ଓ ରୂପା ଏବଂ ବ୍ରୋଞ୍ଜ ଗହଣା ଉପରେ ୨୦% ଛାଡ ରହିଥିଲା। ସେହିପରି ମୂଲ୍ୟବାନ ଗହଣାରେ ୫% ଛାଡ ରହିଥିଲା। ଗହଣା କିଣା ଉପରେ ଦାମ ଛାଡକୁ ନେଇ ବହୁ ଗ୍ରାହକ ଖୁସି ପ୍ରକାଶ କରିଥିଲେ। ଦର ଦାମ ବୃଦ୍ଧି ସତ୍ତ୍ୱେ ବି ଗହଣା ପ୍ରେମୀ ଅଳଙ୍କାର କିଣିବାକୁ ପଛାଇ ନ ଥିଲେ। ସଂଘ ସହିତ ରହିଥିବା ୧୧୨ ସୁନା ଦୋକାନରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା। କେହି କେହି ରୂପା କଏନ କିଣିଥିଲେ। ଯାହାର ଦାମ ୫ ଗ୍ରାମକୁ ୪୫୦ଟଙ୍କା ଓ ୧୦ ଗ୍ରାମକୁ ୮୦୦ରୁ ୯୦୦ ଟଙ୍କା ରହିଥିଲା। ସେହିଭଳି ଧନ ତେରାସରେ ଝାଡୁ କିଣିବା ନେଇ ନିୟମ ପ୍ରକାରେ ସହରର ବିଭିନ୍ନ ଦୋକାନ ବଜାରଠାରୁ ଆରମ୍ଭ କରି ମୁଖ୍ୟ ଛକ ଗୁଡିକରେ ବହୁ ପରିମାଣରେ ଝାଡୁ ବିକ୍ରି ହେଉଥିବା ଦେଖିବାକୁ ମିଳୁଥିଲା। ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଝାଡୁ ବିକ୍ରି କରିଥିଲେ। ଯାହାର ଦର ଉଚ୍ଚା ରହିଥିଲା। ଝାଡୁର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ ହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା। ଏହାକୁ କିଣିବା ପାଇଁ ମଧ୍ୟ ଲୋକଙ୍କ ଭିଡ ଜମିଥିଲା।

The post ଦର ବୃଦ୍ଧି ସତ୍ତ୍ୱେ ଧନତେରସରେ ୨୫ କୋଟିର ବ୍ୟବସାୟ appeared first on Dharitri Odia News.