ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ନେଇ ଏମିତି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୧୫।୭: ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ କଟକ ଭୁବନେଶ୍ୱର ସମେତ ସବୁ ଜିଲାରେ ଶୀଘ୍ର ମଣ୍ଡି ଖୋଲିବ। ଏ ନେଇ ସୋମବାର କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର। ସେ କହିଛନ୍ତି, କୃଷକମାନେ ମଣ୍ଡିକୁ ଉତ୍ପାଦନ ସାମଗ୍ରୀ ଆଣିବେ । ଆଉ ସେଠାରୁ ହିଁ ବିକ୍ରି ହେବ । ପାଇକାରି ଦର କମ ଥିବାବେଳେ ୪ଥାକରେ ଗ୍ରାହକଙ୍କ ପାଖରେ ପହଞ୍ଚୁଛି ପନିପରିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ। ବଡ଼ କଥା […] The post ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ନେଇ ଏମିତି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ appeared first on Dharitri Odia News.

ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ନେଇ ଏମିତି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୧୫।୭: ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ କଟକ ଭୁବନେଶ୍ୱର ସମେତ ସବୁ ଜିଲାରେ ଶୀଘ୍ର ମଣ୍ଡି ଖୋଲିବ। ଏ ନେଇ ସୋମବାର କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର। ସେ କହିଛନ୍ତି, କୃଷକମାନେ ମଣ୍ଡିକୁ ଉତ୍ପାଦନ ସାମଗ୍ରୀ ଆଣିବେ । ଆଉ ସେଠାରୁ ହିଁ ବିକ୍ରି ହେବ । ପାଇକାରି ଦର କମ ଥିବାବେଳେ ୪ଥାକରେ ଗ୍ରାହକଙ୍କ ପାଖରେ ପହଞ୍ଚୁଛି ପନିପରିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ।
ବଡ଼ କଥା ମଣ୍ଡି ହେଲେ ମିଡିଲ ମ୍ୟାନଙ୍କ ପ୍ରାଦୁର୍ଭାବ କମିବ। ଫଳରେ ଦର୍‌ ଉପରେ ନିୟନ୍ତ୍ରଣ ଲାଗିବ। ଦୋକାନରେ ପ୍ରକୃତ ଦରର ଲିଷ୍ଟ ଲାଗିବ। ଏନେଇ ଖୁବ ଶୀଘ୍ର କୃଷି ବିଭାଗ କୋପରେଶନ ଓ ଖାଉଟି ବିଭାଗର ଖୁବଶୀଘ୍ର ବସିବ ସମନୟ ବୈଠକ। ପ୍ରଥମେ ୧୩୭ ଲକ୍ଷ ଟନ୍‌ରୁ ୨୦୦ ଲକ୍ଷ ଟନ୍‌ ଉତ୍ପାଦନ କେମିତି ହେବ ସେନେଇ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହେବ। ଚାଷ ବା କୃଷି ଉତ୍ପାଦନ କିଭଳି ବୃଦ୍ଧି ହେବ ସେ ନେଇ ବୈଠକରେ ନିଷ୍ପତି ହେବ।

 

The post ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ନେଇ ଏମିତି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ appeared first on Dharitri Odia News.