ଦରବୃଦ୍ଧି ସମସ୍ଯାରେ ଘାଣ୍ଟି ହେଉଛନ୍ତି ଲୋକ, ରଙ୍ଗ ବଦଳାଇବାରେ ବ୍ଯସ୍ତ ରାଜ୍ଯ ସରକାର
ନନ୍ଦିଘୋଷ ବ୍ୟୁରୋ: ଲକ୍ଷ୍ମୀବସ, ଓମଫେଡ କ୍ଷୀର ପରେ ଏବେ ଟାର୍ଗେଟ ରାଜଧାନୀ ରାସ୍ତାକଡ଼ ପାଚେରୀ । ଧୀରେଧୀରେ ହଟୁଛି ସବୁଜ... The post ଦରବୃଦ୍ଧି ସମସ୍ଯାରେ ଘାଣ୍ଟି ହେଉଛନ୍ତି ଲୋକ, ରଙ୍ଗ ବଦଳାଇବାରେ ବ୍ଯସ୍ତ ରାଜ୍ଯ ସରକାର appeared first on .
ନନ୍ଦିଘୋଷ ବ୍ୟୁରୋ: ଲକ୍ଷ୍ମୀବସ, ଓମଫେଡ କ୍ଷୀର ପରେ ଏବେ ଟାର୍ଗେଟ ରାଜଧାନୀ ରାସ୍ତାକଡ଼ ପାଚେରୀ । ଧୀରେଧୀରେ ହଟୁଛି ସବୁଜ ଆଉ ହେଉଛି ଗେରୁଆ ରଙ୍ଗ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଜୋରସୋର ଚାଲିଛି ରଙ୍ଗ ପରିବର୍ତ୍ତନ ରାଜନୀତି । ଯାହାକୁ ନେଇ ଲୋକେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଦରଦାମ ବୃଦ୍ଧି ନିୟନ୍ତ୍ରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ସରକାର ଗୁରୁତ୍ୱ ନ ଦେଇ ରଙ୍ଗ ପରିବର୍ତ୍ତନରେ ମାତିଥିବାରୁ ସବୁ ମହଲରୁ ହୋଇଛି ସମାଲୋଚନା ।
ରାଜଧାନୀରେ ରଙ୍ଗ ପରିବର୍ତ୍ତନ ରାଜନୀତି। ଗେରୁଆ ହେଉଛି ଭୁବନେଶ୍ବର । ହଟୁଛି ସବୁଜ, ଲାଗୁଛି ଗେରୁଆ ରଙ୍ଗ । ଦରବୃଦ୍ଧି ସମସ୍ଯାରେ ଲୋକ ଘାଣ୍ଟି ହେଉଥିବାବେଳେ ରଙ୍ଗ ବଦଳାଇବାରେ ବ୍ଯସ୍ତ ରାଜ୍ଯ ବିଜେପି ସରକାର । ପ୍ରଥମେ ଲକ୍ଷ୍ମୀ ବସର ରଙ୍ଗ ପରିବର୍ତ୍ତନକୁ ନେଇ ରାଜନୀତି ଥମି ନଥିବାବେଳେ ଓମଫେଡ଼ କ୍ଷୀର ନୂଆ ଗେରୁଆ ରଙ୍ଗରେ ମାର୍କେଟକୁ ଆସିଲା । ଆଉ ଏବେ ରାଜଧାନୀର ରାସ୍ତାକଡ଼ ପାଚେରୀରୁ ସବୁଜ ରଙ୍ଗ ଉଠାଇ ଗେରୁଆ ରଙ୍ଗରେ ଦିଆଯାଉଛି ବିଜ୍ଞାପନ । ଲୋକଙ୍କ ସେବା ଓ ସଚେତନତା ପାଇଁ ଏହା ଲେଖାଯାଇଥିଲେ ମଧ୍ୟ ରଙ୍ଗ ପରିବର୍ତ୍ତନକୁ ନାପସନ୍ଦ କରିଛନ୍ତି ଲୋକେ ।
ଡବଲ ଇଞ୍ଜିନ ନାରା ଦେଇ ରାଜ୍ଯରେ ସରକାରକୁ ଆସିଲା ବିଜେପି । ବଜେଟ ଉପରେ ଥିଲା ରାଜ୍ଯବାସୀଙ୍କ ନଜର । ନୂଆ ଓ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିବେ ବୋଲି ଆଶା ରଖିଥିଲେ ଜନତା । ହେଲେ ଯୋଜନାର ନାଁ ବଦଳାଇ ପୁରୁଣା ନଥିରେ ଗେରୁଆ ମଲାଟ ପକାଇଦେଲେ । ରାଜ୍ୟରେ ଦରଦାମ ବୃଦ୍ଧି ସମେତ ଅନ୍ଯାନ୍ଯ ପ୍ରସଙ୍ଗ ଭଳି ମୌଳିକ ସମସ୍ୟାର ସମାଧାନ ନ କରି ରଙ୍ଗ ଓ ନାଁ ପରିବର୍ତ୍ତନକୁ ସରକାର ଗୁରୁତ୍ୱ ଦେଉଥିବାରୁ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ନାପସନ୍ଦ କରାଯାଇଛି। ନୂଆ ସରକାରଙ୍କ ଉପରେ ଅନେକ କିଛି ଆଶା ରଖିଛନ୍ତି ରାଜ୍ଯବାସୀ । ତେଣୁ ଲୋକଙ୍କ ମୌଳିକ ସମସ୍ଯାର ସମାଧାନ ଦିଗରେ ପଦକ୍ଷେପ ନେଇ ରଙ୍ଗ ପରିବର୍ତ୍ତନ ରାଜନୀତିରୁ ବିରତ ରହିବାକୁ ବିଭିନ୍ନ ମହଲରୁ ପରାମର୍ଶ ଦିଆଯାଇଛି।
The post ଦରବୃଦ୍ଧି ସମସ୍ଯାରେ ଘାଣ୍ଟି ହେଉଛନ୍ତି ଲୋକ, ରଙ୍ଗ ବଦଳାଇବାରେ ବ୍ଯସ୍ତ ରାଜ୍ଯ ସରକାର appeared first on .