ଦରମା ବଢିଲାନି ବୋଲି ତାତିଲେ ସ୍ଵଛ ସାଥି ଓ ସୁପରଭାଇଜର, ଜିଲ୍ଲା ପ୍ରଶାସନକୁ ଦେଲେ ଲିଖିତ ପତ୍ର

ଭଦ୍ରକ ୨୩/୦୭: ସବୁ ବିଭାଗର କର୍ମଚାରୀଙ୍କର ଦରମା ବଢ଼ିଲା । ଦରମା ଲାଗୁ ମଧ୍ୟ ହେଲା । କିନ୍ତୁ ଏବେ ପର୍ଯ୍ୟନ୍ତ ସ୍ଵଛ ସାଥି ଓ ସ୍ଵଛ ସୁପରଭାଇଜର ମାନଙ୍କ ପାଇଁ ଦରମା ବୃଦ୍ଧି ଘୋଷଣା କାର୍ଯ୍ୟକାରୀ ହୋଇନାହିଁ । ତେଣୁ ଆନ୍ଦୋଳନ ଆରମ୍ଭ କରିଛନ୍ତି ସ୍ଵଛ ସାଥି ଓ ସ୍ଵଛ ସୁପରଭାଇଜର । ଭଦ୍ରକ ଜିଲ୍ଲାର ଭଦ୍ରକ ପୌରପାଳିକା, ଧାମନଗର ଏନଏସି, ଚାନ୍ଦବାଲି ଏନଏସି, ବାସୁଦେବପୁର ପୌରପାଳିକା ଅଧିନର ୮୩ ଜଣ କାର୍ଯ୍ୟରତ ଅଛନ୍ତି । କୋଭିଡ ମହାମାରୀ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିଲେ ଏହିମାନେ । ଘରକୁ ଘର ଯାଇ ସ୍ୱଚ୍ଛ ସଚେତନତା, ସ୍ୱଚ୍ଛ ସର୍ଭେ, ୟୁଜର ଫି ସଂଗ୍ରହ ଭଳି କାର୍ଯ୍ୟ କରୁଛନ୍ତି । କିନ୍ତୁ ଦରମା ଵୃଦ୍ଧି ଘୋଷଣା ନିର୍ବାଚନ ପୂର୍ବରୁ ହୋଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ବର୍ଦ୍ଧିତ ଦରମା ମିଳିନଥିବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲା ପ୍ରଶାସନକୁ ମଧ୍ୟ ଲିଖିତ ପତ୍ର ଦେଇଛନ୍ତି । ଆଗକୁ ରାଜ୍ୟର ସମସ୍ତ ସ୍ଵଛ ସାଥି ଓ ସ୍ଵଛ ସୁପରଭାଇଜର ଆନ୍ଦୋଳନକୁ ଜୋରଦାର କରିବେ ବୋଲି କହିଛନ୍ତି।  

ଦରମା ବଢିଲାନି ବୋଲି ତାତିଲେ ସ୍ଵଛ ସାଥି ଓ ସୁପରଭାଇଜର, ଜିଲ୍ଲା ପ୍ରଶାସନକୁ ଦେଲେ ଲିଖିତ ପତ୍ର

ଭଦ୍ରକ ୨୩/୦୭: ସବୁ ବିଭାଗର କର୍ମଚାରୀଙ୍କର ଦରମା ବଢ଼ିଲା । ଦରମା ଲାଗୁ ମଧ୍ୟ ହେଲା । କିନ୍ତୁ ଏବେ ପର୍ଯ୍ୟନ୍ତ ସ୍ଵଛ ସାଥି ଓ ସ୍ଵଛ ସୁପରଭାଇଜର ମାନଙ୍କ ପାଇଁ ଦରମା ବୃଦ୍ଧି ଘୋଷଣା କାର୍ଯ୍ୟକାରୀ ହୋଇନାହିଁ । ତେଣୁ ଆନ୍ଦୋଳନ ଆରମ୍ଭ କରିଛନ୍ତି ସ୍ଵଛ ସାଥି ଓ ସ୍ଵଛ ସୁପରଭାଇଜର । 

ଭଦ୍ରକ ଜିଲ୍ଲାର ଭଦ୍ରକ ପୌରପାଳିକା, ଧାମନଗର ଏନଏସି, ଚାନ୍ଦବାଲି ଏନଏସି, ବାସୁଦେବପୁର ପୌରପାଳିକା ଅଧିନର ୮୩ ଜଣ କାର୍ଯ୍ୟରତ ଅଛନ୍ତି । କୋଭିଡ ମହାମାରୀ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିଲେ ଏହିମାନେ । ଘରକୁ ଘର ଯାଇ ସ୍ୱଚ୍ଛ ସଚେତନତା, ସ୍ୱଚ୍ଛ ସର୍ଭେ, ୟୁଜର ଫି ସଂଗ୍ରହ ଭଳି କାର୍ଯ୍ୟ କରୁଛନ୍ତି । 

କିନ୍ତୁ ଦରମା ଵୃଦ୍ଧି ଘୋଷଣା ନିର୍ବାଚନ ପୂର୍ବରୁ ହୋଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ବର୍ଦ୍ଧିତ ଦରମା ମିଳିନଥିବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲା ପ୍ରଶାସନକୁ ମଧ୍ୟ ଲିଖିତ ପତ୍ର ଦେଇଛନ୍ତି । ଆଗକୁ ରାଜ୍ୟର ସମସ୍ତ ସ୍ଵଛ ସାଥି ଓ ସ୍ଵଛ ସୁପରଭାଇଜର ଆନ୍ଦୋଳନକୁ ଜୋରଦାର କରିବେ ବୋଲି କହିଛନ୍ତି।