ଦଳ ଡିଆଁକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ,ବିଜେଡି-ବିଜେପି ବାକଯୁଦ୍ଧ

ଭୁବନେଶ୍ବର : ରାଜ୍ୟ ରାଜନୀତିରେ ହେବ ହଲଚଲ। କେଉଁ ଦଳର ନେତା କେଉଁ ଦଳକୁ ଡ଼ିଆଁ ମାରିବେ। କେଉଁ ଦଳରେ... The post ଦଳ ଡିଆଁକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ,ବିଜେଡି-ବିଜେପି ବାକଯୁଦ୍ଧ appeared first on .

ଦଳ ଡିଆଁକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ,ବିଜେଡି-ବିଜେପି ବାକଯୁଦ୍ଧ

ଭୁବନେଶ୍ବର : ରାଜ୍ୟ ରାଜନୀତିରେ ହେବ ହଲଚଲ। କେଉଁ ଦଳର ନେତା କେଉଁ ଦଳକୁ ଡ଼ିଆଁ ମାରିବେ। କେଉଁ ଦଳରେ ହେବ ବିସ୍ଫୋରଣ। ବିଜେପି ନା ବିଜେଡି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ବୟାନବାଜି। ଉଭୟ ବିଜେଡି ଓ ବିଜେପି ପରସ୍ପରକୁ କହୁଛନ୍ତି, ତମର ନେତା ଆମ ସହିତ ମିଶିବେ। ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ପ୍ରଥମେ କହିଥିଲେ, ବିଜେଡିର ନେତାମାନେ ବିଜେପି ଯୋଗାଯୋଗରେ ଅଛନ୍ତି। ଦେଢ଼ ମାସରେ ସେମାନେ ଇସ୍ତଫା ଦେଇ ପଦ୍ମ ଧରିବେ। ଏହାର ଜବାବରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିଜେପିର ଅନେକ ନେତା ବିଜେଡି ସହିତ ସଂପର୍କରେ ଅଛନ୍ତି। ବିକାଶ ପାଇଁ ଆଗକୁ ହଲଚଲ୍ ହେବ।
୨୦୨୪ ନିର୍ବାଚନ ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କ୍ରେଜ ବୃଦ୍ଧି ପାଇବାରେ ଲାଗିଛି। ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ନବୀନଙ୍କ ଏହି କ୍ରେଜ୍ କୁ ସହିପାରୁନି ବିଜେପି। ତେଣୁ ଏହି ଦଳର ନେତା ମଝିରେ ମଝିରେ ପ୍ରଳାପ କରୁଛନ୍ତି। ଆଗକୁ ଅନେକ ନେତା ପଦ୍ମ ପୋଖରୀ ଛାଡ଼ି ଶଙ୍ଖ ଶିବିରକୁ ଡିଆଁ ମାରିବେ। ତେଣୁ ବିଜେପି ଛାନିଆ ହୋଇ ପଡ଼ିଛି। ରାଜନୈତିକ ସମୀକ୍ଷକ ବି କହିଛନ୍ତି, ଓଡ଼ିଶା ରାଜନୀତିରେ ନବୀନଙ୍କ କ୍ରେଜ୍ ଅତୁଟ ରହିଛି ।  ରାଜନୀତିରେ ଦଳ ବଦଳ ଏକ ସାଧାରଣ କଥା। ନିର୍ବାଚନ ବେଳେ ଏପରି ଦଳ ଡିଆଁ ବହୁତ ଦେଖିବାକୁ ମିଳେ। ଆସନ୍ତା ନଭେମ୍ବରରେ ନବୀନ ପଟ୍ଟନାୟକ ସାରା ଓଡ଼ିଶା ବୁଲିବାର ଥିବା ବେଳେ ଦଳ ବଦଳକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆଟାକ କାଉଣ୍ଟର ଆଟାକ ରାଜ୍ୟ ରାଜନୀତିକୁ ରୋଚକ କରିଛି।

The post ଦଳ ଡିଆଁକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ,ବିଜେଡି-ବିଜେପି ବାକଯୁଦ୍ଧ appeared first on .