ଦଳବଦଳ କରିଥିବାରୁ ୨ ବିଧାୟକଙ୍କ ପଦ ରବ୍ଦ, ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ଵର, ୧୧/୦୪ : ୨ ବିଧାୟକଙ୍କ ସଭ୍ୟପଦ ରଦ୍ଦ। ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ କରାଯାଇଛି। ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳ ବଦଳ ନିୟମ ଅନୁସାରେ ସଭ୍ୟପଦ ରଦ୍ଦ ହୋଇଛି।  ଅରବିନ୍ଦ ଓ ପ୍ରେମାନନ୍ଦ ନାୟକ ବିଜେଡିରୁ ବିଧାୟକ ହୋଇଥିଲେ। କିଛି ଦିନ ତଳେ ଉଭୟ ବିଜେପିରେ ଯୋଗ ଦେଇଥିଲେ।