ଦଳରୁ ନିଲମ୍ବିତ, କିନ୍ତୁ ଗ୍ରୁପ୍ ଆଡମିନ୍
ଅନୁଗୋଳ, ୧୩ା୩ (ଅମିତ କୁମାର ସାମଲ): ଅନୁଗୋଳ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେବାକୁ ଏକ ସାମାଜିକ ଗଣମାଧ୍ୟମ ଗ୍ରୁପ୍ କରାଯାଇଛି। କିନ୍ତୁ ଏହି ଗ୍ରୁପ୍ର ଆଡମିନ୍ ତାଲିକାରେ ଅଛନ୍ତି ଦଳରୁ ନିଲମ୍ବିତ ହୋଇଥିବା ୨ କର୍ମୀ। ଏହି ଘଟଣା ଜଣାପଡ଼ିବା ପରେ ଅନୁଗୋଳ ବିଜେଡିର କେତେଜଣ କର୍ମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୮ ମସିହାରେ ଅନୁଗୋଳ ବିଜେଡି ପକ୍ଷରୁ ଏହି ଗ୍ରୁପ୍ କରାଯାଇଥିଲା। ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ […] The post ଦଳରୁ ନିଲମ୍ବିତ, କିନ୍ତୁ ଗ୍ରୁପ୍ ଆଡମିନ୍ appeared first on Dharitri Odia News.
ଅନୁଗୋଳ, ୧୩ା୩ (ଅମିତ କୁମାର ସାମଲ): ଅନୁଗୋଳ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେବାକୁ ଏକ ସାମାଜିକ ଗଣମାଧ୍ୟମ ଗ୍ରୁପ୍ କରାଯାଇଛି। କିନ୍ତୁ ଏହି ଗ୍ରୁପ୍ର ଆଡମିନ୍ ତାଲିକାରେ ଅଛନ୍ତି ଦଳରୁ ନିଲମ୍ବିତ ହୋଇଥିବା ୨ କର୍ମୀ। ଏହି ଘଟଣା ଜଣାପଡ଼ିବା ପରେ ଅନୁଗୋଳ ବିଜେଡିର କେତେଜଣ କର୍ମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ୨୦୧୮ ମସିହାରେ ଅନୁଗୋଳ ବିଜେଡି ପକ୍ଷରୁ ଏହି ଗ୍ରୁପ୍ କରାଯାଇଥିଲା। ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ପୁଅ ଅରୁଣାଭ ସିଂହ ଓ ବିଧାୟକଙ୍କ ୨ ଅନୁଗତ ତଥା ବିଜେଡି କର୍ମୀ ଅଜିତ ଦ୍ୱିବେଦୀ ଓ ସୁଜିତ ଦ୍ୱିବେଦୀ ଗ୍ରୁପ୍ରେ ଆଡମିନ୍ ରହିଥିଲେ। ହେଲେ ଗତ ଅକ୍ଟୋବର ୪ରୁ ସମ୍ପୃକ୍ତ ୨ କର୍ମୀଙ୍କୁ ବିଜେଡିରୁ ନିଲମ୍ବନ କରାଯାଇସାରିଛି। କିନ୍ତୁ ସେମାନଙ୍କୁ ଗ୍ରୁପ୍ ଆଡମିନ୍ ତାଲିକାରୁ ହଟାଯାଇ ନ ଥିବାରୁ ଦୁହେଁ ଏବେ ବି ଅନ୍ୟ କର୍ମୀମାନଙ୍କୁ ଉକ୍ତ ଗ୍ରୁପ୍ରେ ସାମିଲ କରୁଛନ୍ତି। ଗତ ରବିବାର ଦୁହେଁ ଏହି ଗ୍ରୁପ୍ରେ କେତେଜଣ କର୍ମୀଙ୍କୁ ଯୋଡ଼ିବା ପରେ ଘଟଣା ପଦାକୁ ଆସିଛି। ଏହାକୁ ନେଇ ଉକ୍ତ ଗ୍ରୁପ୍ରେ ଥିବା କେତେଜଣ ଦଳୀୟ କର୍ମୀ ଅସନ୍ତୋଷ ଜାହିର କରିଛନ୍ତି। ଘଟଣା ସମ୍ପର୍କରେ ଅନୁଗୋଳ ବିଜେଡି ସହ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କୁନ ବିହାରୀ ଦାସ କହିଛନ୍ତି, ଘଟଣା ସମ୍ପର୍କରେ ଜାଣିନାହିଁ। ଜିଲା ନେତୃମଣ୍ଡଳୀଙ୍କୁ ଅବଗତ କରାଯିବ।
The post ଦଳରୁ ନିଲମ୍ବିତ, କିନ୍ତୁ ଗ୍ରୁପ୍ ଆଡମିନ୍ appeared first on Dharitri Odia News.