ଦଳାଚକଟା ପରେ ଭୟରେ ଶ୍ରଦ୍ଧାଳୁ ! କ୍ୟାନ୍ସଲ କରୁଛନ୍ତି ହୋଟେଲ୍‌ ବୁକିଂ ।

କନକ ବ୍ୟୁରୋ: ମହାକୁମ୍ଭକୁ ଯିବାକୁ ମନ ବଳାଉ ନାହାନ୍ତି ଶ୍ରଦ୍ଧାଳୁ । ଦଳାଚକଟା ପରେ ଏବେ ଶ୍ରଦ୍ଧାଳୁଙ୍କ ମନରେ ଅନେକ ପ୍ରଶ୍ନ । ଯେଉଁମାନେ ମହାକୁମ୍ଭ ଆସିବା ପାଇଁ ପୂର୍ବରୁ ହୋଟେଲ ବୁକିଂ କରିଥିଲେ । ସେମାନେ ଏବେ ବୁକିଂ କ୍ୟାନ୍ସଲ କରାଉଛନ୍ତି । ଅଧିକାଂଶ ପର୍ଯ୍ୟଟକ ଏବେ ମହାକୁମ୍ଭ ଯାତ୍ରାକୁ ସ୍ଥଗିତ ରଖିଛନ୍ତି । ମହାକୁମ୍ଭକୁ ଏମାନେ ଆସିବେ କି ନାହିଁ ତାହାକୁ ନେଇ ଆଶଙ୍କା ସୃଷ୍ଟି ହେଲାଣି । ଗତ ଜାନୁଆରୀ ୨୯ ତାରିଖରେ ମୌନୀ ଅମାବାସ୍ୟା ବେଳେ ମହାକୁମ୍ଭରେ ଦଳାଚକଟା ସ୍ଥିତି ଉପୁଜିଥିଲା । ଏହି ଘଟଣାରେ ଏବେ ୩୦ ଜଣଙ୍କ ଜୀବନ ଯାଇଥିବା ନେଇ ସରକାରୀ ସୂଚନା ରହିଛି । ତେବେ ଏହି ସଂଖ୍ୟା ଆହୁରି ଅଧିକ ବୋଲି ଅଭିଯୋଗ ହେଉଛି ।   ଦଳଚକଟା ପରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫ ପ୍ରତିଶତ ହୋଟେଲ୍‌ ବୁକିଂ କ୍ୟାନ୍ସଲ ହୋଇ ସାରିଛି । ଏହାଦ୍ୱାରା ପ୍ରୟାଗରାଜ୍‌ରେ ହୋଟେଲ୍‌ ବ୍ୟବସାୟ, ରେଷ୍ଟୁରାଣ୍ଟ୍‌ ବ୍ୟବସାୟ ପ୍ରଭାବିତ ହୋଇଥିବା ନେଇ ସ୍ଥାନୀୟ ବ୍ୟବସାୟୀ ପ୍ରକାଶ କରିଛନ୍ତି । ତେବେ ଯେଉଁମାନେ କ୍ୟାନ୍ସଲ କରାଇଛନ୍ତି ସେମାନେ ସ୍ଥିତି ସାମାନ୍ୟ ହେଲେ ପୁଣି ସୂଚନା ଦେବାକୁ କିମ୍ବା ମହାକୁମ୍ଭ ପରେ ଅନ୍ୟ କୌଣସି ଦିନ ପାଇଁ ବୁକିଂ ରାଶି ବ୍ୟବହାର କରିବାକୁ ନିବେଦନ କରିଛନ୍ତି ।   ସେପଟେ ହୋଟେଲ ବ୍ୟବସାୟୀ ଓ ରେଷ୍ଟୁରାଣ୍ଟ୍‌ ମାଲିକ ସଂଘ ମଧ୍ୟ ଶ୍ରଦ୍ଧାଳୁଙ୍କୁ ମହାକୁମ୍ଭକୁ ଆସିବାକୁ ଅିପଲ୍‌ କରିଛନ୍ତି । ବ୍ୟବସାୟୀଙ୍କ

ଦଳାଚକଟା ପରେ ଭୟରେ ଶ୍ରଦ୍ଧାଳୁ ! କ୍ୟାନ୍ସଲ କରୁଛନ୍ତି ହୋଟେଲ୍‌ ବୁକିଂ ।

କନକ ବ୍ୟୁରୋ: ମହାକୁମ୍ଭକୁ ଯିବାକୁ ମନ ବଳାଉ ନାହାନ୍ତି ଶ୍ରଦ୍ଧାଳୁ । ଦଳାଚକଟା ପରେ ଏବେ ଶ୍ରଦ୍ଧାଳୁଙ୍କ ମନରେ ଅନେକ ପ୍ରଶ୍ନ । ଯେଉଁମାନେ ମହାକୁମ୍ଭ ଆସିବା ପାଇଁ ପୂର୍ବରୁ ହୋଟେଲ ବୁକିଂ କରିଥିଲେ । ସେମାନେ ଏବେ ବୁକିଂ କ୍ୟାନ୍ସଲ କରାଉଛନ୍ତି । ଅଧିକାଂଶ ପର୍ଯ୍ୟଟକ ଏବେ ମହାକୁମ୍ଭ ଯାତ୍ରାକୁ ସ୍ଥଗିତ ରଖିଛନ୍ତି । ମହାକୁମ୍ଭକୁ ଏମାନେ ଆସିବେ କି ନାହିଁ ତାହାକୁ ନେଇ ଆଶଙ୍କା ସୃଷ୍ଟି ହେଲାଣି । ଗତ ଜାନୁଆରୀ ୨୯ ତାରିଖରେ ମୌନୀ ଅମାବାସ୍ୟା ବେଳେ ମହାକୁମ୍ଭରେ ଦଳାଚକଟା ସ୍ଥିତି ଉପୁଜିଥିଲା । ଏହି ଘଟଣାରେ ଏବେ ୩୦ ଜଣଙ୍କ ଜୀବନ ଯାଇଥିବା ନେଇ ସରକାରୀ ସୂଚନା ରହିଛି । ତେବେ ଏହି ସଂଖ୍ୟା ଆହୁରି ଅଧିକ ବୋଲି ଅଭିଯୋଗ ହେଉଛି ।

 

ଦଳଚକଟା ପରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫ ପ୍ରତିଶତ ହୋଟେଲ୍‌ ବୁକିଂ କ୍ୟାନ୍ସଲ ହୋଇ ସାରିଛି । ଏହାଦ୍ୱାରା ପ୍ରୟାଗରାଜ୍‌ରେ ହୋଟେଲ୍‌ ବ୍ୟବସାୟ, ରେଷ୍ଟୁରାଣ୍ଟ୍‌ ବ୍ୟବସାୟ ପ୍ରଭାବିତ ହୋଇଥିବା ନେଇ ସ୍ଥାନୀୟ ବ୍ୟବସାୟୀ ପ୍ରକାଶ କରିଛନ୍ତି । ତେବେ ଯେଉଁମାନେ କ୍ୟାନ୍ସଲ କରାଇଛନ୍ତି ସେମାନେ ସ୍ଥିତି ସାମାନ୍ୟ ହେଲେ ପୁଣି ସୂଚନା ଦେବାକୁ କିମ୍ବା ମହାକୁମ୍ଭ ପରେ ଅନ୍ୟ କୌଣସି ଦିନ ପାଇଁ ବୁକିଂ ରାଶି ବ୍ୟବହାର କରିବାକୁ ନିବେଦନ କରିଛନ୍ତି ।

 

ସେପଟେ ହୋଟେଲ ବ୍ୟବସାୟୀ ଓ ରେଷ୍ଟୁରାଣ୍ଟ୍‌ ମାଲିକ ସଂଘ ମଧ୍ୟ ଶ୍ରଦ୍ଧାଳୁଙ୍କୁ ମହାକୁମ୍ଭକୁ ଆସିବାକୁ ଅିପଲ୍‌ କରିଛନ୍ତି । ବ୍ୟବସାୟୀଙ୍କ ମୁତାବକ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ସବୁକିଛି ସ୍ୱାଭାବିକ ଢଙ୍ଗରେ ଚାଲିଥିଲା । କିନ୍ତୁ ଦଳଚକଟା ଘଟଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ମନରେ କେଉଁଠି ନା କେଉଁଠି ଭୟ ସଞ୍ଚାର ହୋଇଥିବା ଅନୁମାନ କରାଯାଉଛି । ଯେଉଁଥି ପାଇଁ ଶ୍ରଦ୍ଧାଳୁମାନେ ପ୍ରୟାଗରାଜ ମହାକୁମ୍ଭକୁ ଆସିବାକୁ ବର୍ତ୍ତମାନ ସମୟର ମନ ବଳାଉ ନାହାନ୍ତି । ବସନ୍ତ ପଞ୍ଚମୀ ଅମୃତ ସ୍ନାନ ପରେ ମହାକୁମ୍ଭର ଶେଷ ସାହି ସ୍ନାନ । ଏହାପରେ ପୁଣି ଥରେ ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । 

 

ମହାକୁମ୍ଭରେ ଏଥର ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ମହାପୂଣ୍ୟ ଅର୍ଜନ କରିଛନ୍ତି । ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରଯାଉଥିଲା । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ବି କରିଥିଲେ ସରକାର । ହେଲେ ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ କମି ବ୍ୟବସାୟୀଙ୍କ ଚିନ୍ତାରେ ପକାଇ ଦେଇଛି । ଖାଲି ସେତେକି ନୁହେଁ ଏହି ଘଟଣା ପରେ ମହାକୁମ୍ଭରେ ସ୍ଥଳକୁ କୌଣସି ଗାଡ଼ିକୁ ଛଡ଼ା ଯାଉନି । ଏଣୁ ଛୋଟଛୋଟ ବ୍ୟବସାୟୀମାନେ ବି ପ୍ରଭାବିତ ହୋଇଛନ୍ତି ।

 

ଗତ ଜାନୁଆରୀ ୨୯ରେ ମୌନୀ ଅମାବାସ୍ୟା ସାହିସ୍ନାନ ବେଳେ ଦଳାଚକଟା ସ୍ଥିତି ଉପୁଜିଥିଲା । ଏହି ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଥିଲେ । ଭିଡ଼ ନିୟନ୍ତ୍ରଣ ପାଇଁ ସହର ସୀମାରେ ହିଁ ଅଧିକାଶଂ ଗାଡ଼ିକୁ ଅଟକାଇ ଦିଆଯାଇଥିଲା । ଫଳରେ ଅନେକ ଯାତ୍ରୀ ମହାକୁମ୍ଭ ସ୍ଥଳରେ ବା ନିଜ ନିଜ ହୋଟେଲ୍‌ରେ ପହଞ୍ଚି ପାରିନଥିଲେ ।