ଦଳିଦେଲା ଗୋଠ ଛଡ଼ା ଦନ୍ତା: ଜଣେ ମୃତ, ଜଣେ ଗୁରୁତର

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ଜାମୁଲେଇବେଡ଼ାନର୍ଦନବେଡା ରାସ୍ତାର ପିଛୁଳାବେଡ଼ା ନିକଟରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜ​‌​‌ଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ସୁଆଁପୁର ଗ୍ରାମର ବିରଞ୍ଚି ଜେନା(୪୨)। ଯାଜପୁର ଜିଲା ମଙ୍ଗରାଜପୁର ଗ୍ରାମର ଯୋଗେନ୍ଦ୍ର ବାହାଲିଆ(୬୦) ଗୁରୁତର ଆହତ ହୋଇଛନ୍ତି। ଏକ ପୋଲ ନିର୍ମାଣ ପାଇଁ  ଠିକା ସଂସ୍ଥା ପକ୍ଷରୁ ଅସ୍ଥାୟୀ ତମ୍ବୁ ପକାଯାଇ ମାଟି ପରୀକ୍ଷା କାମ କରାଯାଉଥିଲା। ଏହି ତମ୍ବୁ […]

ଦଳିଦେଲା ଗୋଠ ଛଡ଼ା ଦନ୍ତା: ଜଣେ ମୃତ, ଜଣେ ଗୁରୁତର

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ଜାମୁଲେଇବେଡ଼ାନର୍ଦନବେଡା ରାସ୍ତାର ପିଛୁଳାବେଡ଼ା ନିକଟରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜ​‌​‌ଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ସୁଆଁପୁର ଗ୍ରାମର ବିରଞ୍ଚି ଜେନା(୪୨)। ଯାଜପୁର ଜିଲା ମଙ୍ଗରାଜପୁର ଗ୍ରାମର ଯୋଗେନ୍ଦ୍ର ବାହାଲିଆ(୬୦) ଗୁରୁତର ଆହତ ହୋଇଛନ୍ତି।

ଏକ ପୋଲ ନିର୍ମାଣ ପାଇଁ  ଠିକା ସଂସ୍ଥା ପକ୍ଷରୁ ଅସ୍ଥାୟୀ ତମ୍ବୁ ପକାଯାଇ ମାଟି ପରୀକ୍ଷା କାମ କରାଯାଉଥିଲା। ଏହି ତମ୍ବୁ ତଳେ ଯାଜପୁର ଜିଲାର ୪ଜଣ କର୍ମଚାରୀ ରହୁଥିଲେ। ଗତ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୩ଟା ପରେ ହଠାତ୍ ଏକ ଗୋଠ ଛଡ଼ା ଦନ୍ତା ତମ୍ବୁକୁ ଭାଙ୍ଗି ଶୋଇଥିବା ଶ୍ରମିକଙ୍କୁ ଦଳି ଦେଇଥିଲା। ଏଥିରେ ବିରଞ୍ଚିଙ୍କ ମୃତ୍ୟୁ ଘଟିଥିବାବେଳେ ଯୋଗେନ୍ଦ୍ର ଆହତ ହୋଇଥିଲେ। ଖବରପାଇ ପାଟଣା ବନପାଳ ନିରଞ୍ଜନ ସେଠୀ, ବନରକ୍ଷୀ ଦେବଜାନୀ ମହାନ୍ତ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଯୋଗଦେନ୍ଦ୍ରକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଘଟଗାଁ ପୁଲିସ ମୃତକଙ୍କ ଶବକୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି। ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦାର ଘଟଣାର ତଦନ୍ତ କରିଥିବା ବେଳେ ମୃତକଙ୍କ ପତ୍ନୀଙ୍କ ବ୍ୟାଙ୍କ୍ ଜମା ଖାତାରେ ବନ ବିଭାଗ ପକ୍ଷରୁ ସହାୟତା ରାଶିର ୧୦ ପ୍ରତିଶତ ବାବଦକୁ ୧ ଲକ୍ଷ ଟଙ୍କା ଜମା କରି ଦିଆଯାଇଥିବା ସୂଚନା ଦିଆଯାଇଛି।