ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ଟିଏମସିର ମହିଳା କାଉନସିଲର

ମାଡ଼ ଖାଇଥିବା ଟିଏମସି କର୍ମୀ ଜଣଙ୍କ ଦଳର ଜଣେ ଯୁବ ସଭାପତି। ତାଙ୍କୁ ଚାପୁଡ଼ା ମାରିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ଟିଏମସିର ମହିଳା କାଉନସିଲର

ବିବାଦରେ ପଶ୍ଚିମବଙ୍ଗର କ୍ଷମତାସୀନ ଟିମଏସିର ଜଣେ ମହିଳା କାଉନସିଲର। କୋଲକାତା ପୌର ନଗମ(କେଏମସି)ର ଜଣେ ମହିଳା କାଉନସିଲର ସର୍ବସମ୍ମୁଖରେ ଟିଏମସିର ଜଣେ ପୁରୁଷ କର୍ମୀଙ୍କୁ ଚାପୁଡ଼ା ମାରିଛନ୍ତି।

ମାଡ଼ ଖାଇଥିବା ଟିଏମସି କର୍ମୀ ଜଣଙ୍କ ଦଳର ଜଣେ ଯୁବ ସଭାପତି। ତାଙ୍କୁ ଚାପୁଡ଼ା ମାରିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ୧୮ ନମ୍ବର ୱାର୍ଡର କାଉନସିଲର ସୁନନ୍ଦା ସରକାର ସେହି ୱାର୍ଡର ଟିଏମସି ଯୁବ ସଭାପତି କେଦାର ଦାସଙ୍କୁ ଚାପୁଡ଼ା ମାରୁଛନ୍ତି।

ଏକାଧିକ ହେରଫେର ଘଟଣାରେ ସୁନନ୍ଦା ସଂପୃକ୍ତ ଥିବା କେଦାର ଅଭିଯୋଗ କରିଥିଲେ। ଏଥିପାଇଁ ସୁନନ୍ଦା ତାଙ୍କୁ ବିଚ୍‌ ରାସ୍ତାରେ ଚାପୁଡ଼ା ମାରିଥିବା କୁହାଯାଉଛି।

ଟିଏମସି ମୁଖପାତ୍ର କୁନାଲ ଘୋଷ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି। ଏଥିସହ ବରିଷ୍ଠ ନେତା ଓ ଜନପ୍ରତିନିଧିମାନେ ଅଧିକ ସତର୍କ ରହିବା ଉଚିତ। ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି ।