ଦଶପଲ୍ଲାରେ ଚାଞ୍ଚଲ୍ୟ: ମାର୍ଗଶିର ଗୁରୁବାରରେ ମହିଳାଙ୍କ ତଣ୍ଟି କାଟିଦେଲେ

ଦଶପଲ୍ଲା,୧୨।୧୨: ନୟାଗଡ଼ ଜିଲା ବାଣିଗୋଚ୍ଛା ଥାନା ଗଙ୍ଗାଡିହ ଗାଁ ରାସ୍ତାକଡ଼ରୁ ଗୁରୁବାର ତଣ୍ଟିକଟା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। କେହି ମହିଳାଙ୍କୁ ହତ୍ୟା କରି ପରବର୍ତ୍ତୀ ସମୟରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷେ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ମହିଳାଙ୍କ ପରିଚୟ ଜାଣିବା ପାଇଁ ଛାନ୍‌ଭିନ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ମୁତାବକ, ତଣ୍ଟିକଟା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ସ୍ଥାନୀୟ […] The post ଦଶପଲ୍ଲାରେ ଚାଞ୍ଚଲ୍ୟ: ମାର୍ଗଶିର ଗୁରୁବାରରେ ମହିଳାଙ୍କ ତଣ୍ଟି କାଟିଦେଲେ appeared first on Dharitri Odia News.

ଦଶପଲ୍ଲାରେ ଚାଞ୍ଚଲ୍ୟ: ମାର୍ଗଶିର ଗୁରୁବାରରେ ମହିଳାଙ୍କ ତଣ୍ଟି କାଟିଦେଲେ

ଦଶପଲ୍ଲା,୧୨।୧୨: ନୟାଗଡ଼ ଜିଲା ବାଣିଗୋଚ୍ଛା ଥାନା ଗଙ୍ଗାଡିହ ଗାଁ ରାସ୍ତାକଡ଼ରୁ ଗୁରୁବାର ତଣ୍ଟିକଟା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। କେହି ମହିଳାଙ୍କୁ ହତ୍ୟା କରି ପରବର୍ତ୍ତୀ ସମୟରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷେ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ମହିଳାଙ୍କ ପରିଚୟ ଜାଣିବା ପାଇଁ ଛାନ୍‌ଭିନ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ମୁତାବକ, ତଣ୍ଟିକଟା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ମିଳିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

The post ଦଶପଲ୍ଲାରେ ଚାଞ୍ଚଲ୍ୟ: ମାର୍ଗଶିର ଗୁରୁବାରରେ ମହିଳାଙ୍କ ତଣ୍ଟି କାଟିଦେଲେ appeared first on Dharitri Odia News.