ଦାଉ ସାଧିଲା ଅଦିନିଆ ବର୍ଷା, ଚାଷ ଜମିରେ ପଡ଼ି ପଡ଼ି ଗଜା ହେଲାଣି ଧାନ

ଚଣ୍ଡିଖୋଲ ୨୬।୧୨: ଲଘୁଚାପ ଜନିତ ଲଗାଣ ବର୍ଷା କମିଛି ସତ ବଢ଼ାଇ ଦେଇଛି ଚାଷୀଙ୍କ ଦୁର୍ଦ୍ଦଶା । ଚାଷ ଜମିରେ ବର୍ଷା ପାଣି ଜମି ରହିଥିବାରୁ ପାଣିରେ ଭାସୁଛି ସୁନାର ଫସଲ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଚଣ୍ଡିତଳ ପଞ୍ଚାୟତରେ ଚାଷୀ ମାନେ ଏକର ଏକର ଚାଷ ଜମିରେ ଧାନ ଫସଲ କରିଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ଧାନ ଫସଲ । ଧାନ କଟାଯାଇ ବିଲରେ ପଡି ରହିଥିବା ବେଳେ ଲଗାଣ ବର୍ଷା ଯୋଗୁ ଜମିରେ ପାଣି ଜମି ରହିଥିବାରୁ ଧାନ ଗଜା ହୋଇ ଗଲାଣି । ଧାର, ଉଦ୍ଧାର କରି ଚାଷୀ ଧାନ ଫସଲ କରିଥିବା ବେଳେ ଧାନ ଫସଲ କ୍ଷତିଗ୍ରସ୍ତ ହେବାରୁ ଚିନ୍ତାରେ ଚାଷୀ କୂଳ ।You Can Read:କାଳ ସାଜିଲା ସମୁଦ୍ର ସ୍ନାନ, ଜଣେ ପର୍ଯ୍ୟଟକ ନିଖୋଜ

ଦାଉ ସାଧିଲା ଅଦିନିଆ ବର୍ଷା, ଚାଷ ଜମିରେ ପଡ଼ି ପଡ଼ି ଗଜା ହେଲାଣି ଧାନ

ଚଣ୍ଡିଖୋଲ ୨୬।୧୨: ଲଘୁଚାପ ଜନିତ ଲଗାଣ ବର୍ଷା କମିଛି ସତ ବଢ଼ାଇ ଦେଇଛି ଚାଷୀଙ୍କ ଦୁର୍ଦ୍ଦଶା । ଚାଷ ଜମିରେ ବର୍ଷା ପାଣି ଜମି ରହିଥିବାରୁ ପାଣିରେ ଭାସୁଛି ସୁନାର ଫସଲ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଚଣ୍ଡିତଳ ପଞ୍ଚାୟତରେ ଚାଷୀ ମାନେ ଏକର ଏକର ଚାଷ ଜମିରେ ଧାନ ଫସଲ କରିଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ଧାନ ଫସଲ । ଧାନ କଟାଯାଇ ବିଲରେ ପଡି ରହିଥିବା ବେଳେ ଲଗାଣ ବର୍ଷା ଯୋଗୁ ଜମିରେ ପାଣି ଜମି ରହିଥିବାରୁ ଧାନ ଗଜା ହୋଇ ଗଲାଣି । ଧାର, ଉଦ୍ଧାର କରି ଚାଷୀ ଧାନ ଫସଲ କରିଥିବା ବେଳେ ଧାନ ଫସଲ କ୍ଷତିଗ୍ରସ୍ତ ହେବାରୁ ଚିନ୍ତାରେ ଚାଷୀ କୂଳ ।


You Can Read:

କାଳ ସାଜିଲା ସମୁଦ୍ର ସ୍ନାନ, ଜଣେ ପର୍ଯ୍ୟଟକ ନିଖୋଜ