ଦାଦନ ଶ୍ରମିକରୁ ସଫଳ ଚାଷୀ । ମାଛ ଓ ମାଛ ଯାଆଁଳ ଚାଷ କରି ସ୍ୱାବଲମ୍ବୀ ।
କନକ ବ୍ୟୁରୋ: ଦାଦନ ଶ୍ରମିକରୁ ଜଣେ ସଫଳ ଯୁବ ଚାଷୀ । ମଛ, ଯାଆଁଳ ଚାଷ ସହ କୁକୁଡା ଓ ବତକ ଚାଷ କରି ବେଶ ଦୁଇ ପାଇସା ରୋଜଗାର କରୁଛନ୍ତି ଯୁବକ । ସ୍ଥାନୀୟ ଦାଦନ ଶ୍ରମିକ ଓ ବେକାର ଯୁବକ ଯୁବତୀଙ୍କ ପାଇଁ ପଲଟିଛନ୍ତି ଉଦାହରଣ । ଆସନ୍ତୁ ଦେଖିବା ଗଞ୍ଜାମରୁ ଏହି ରିପୋର୍ଟ । ଦୀର୍ଘ ୧୫ ବର୍ଷ ଧରି ବାହାର ରାଜ୍ୟରେ ରହି ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଏବେ ଭିଟାମାଟିକୁ ଫେରି ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରୁଛନ୍ତି । ଗଞ୍ଜାମ ବେଗୁନିଆପାଡା ବ୍ଲକ ଅନ୍ତର୍ଗତ ନୁଆଗଡ ଗାଁର ଯୁବକ ସନ୍ତୋଷ କୁମାର ଭୁୟାଁଙ୍କ ଚାଷ ଏବେ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି । ୧୯ ବର୍ଷ ବୟସରେ ପରିବାର ପ୍ରତିପୋଷଣ ପାଇଁ ସୂଦୁର ହାଇଦ୍ରାବଦରେ ରହି ବିଭିନ୍ନ କମ୍ପାନୀରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଗାଁକୁ ଆସିବା ପରେ ତାଳସର ଗାଁର ଜଣେ ଉଦ୍ୟୋଗୀ ଯୁବକଙ୍କ ନିକଟରୁ ପ୍ରେରଣା ପାଇ ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରୁଛନ୍ତି ସନ୍ତୋଷ । ମତ୍ସ୍ୟ ବିଭାଗ ସହ ଯୋଗାଯୋଗ କରି ସରକାରୀ ସହାୟତାରେ ମାଛ ଚାଷ ପାଇଁ ୮ଟି ସେମେଣ୍ଟ କୁଣ୍ଡ କରିଛନ୍ତି । ୧ ଲକ୍ଷ ୬୦ ହଜାର ଲିଟର ପାଣିରେ ରୋହି, ଭାକୁର ଓ ମିଟିକାଳି ମାଛ ଯାଆଁଳ ଉତ୍ପାଦନ କରୁଛନ୍ତି । ସେହି କୁଣ୍ଡ ନିକଟରେ ୨ଟି ଟ୍ରିଟମେଣ୍ଟ ସେଲ୍ କରାଯାଇ ଋଗୁଣ ମାଛକୁ ଚିକିତ୍ସା କରାଯାଉଛି । ଅନ୍ୟ ଦୁଇଟି ଟ୍ୟାଙ୍କରରେ ଜଳଙ୍ଗ, କଉ ଓ ରୂପ ଚାନ୍ଦି ମାଛ ଚାଷ କରୁଛନ୍ତି । ମାଛ ସହ ମାଛ

କନକ ବ୍ୟୁରୋ: ଦାଦନ ଶ୍ରମିକରୁ ଜଣେ ସଫଳ ଯୁବ ଚାଷୀ । ମଛ, ଯାଆଁଳ ଚାଷ ସହ କୁକୁଡା ଓ ବତକ ଚାଷ କରି ବେଶ ଦୁଇ ପାଇସା ରୋଜଗାର କରୁଛନ୍ତି ଯୁବକ । ସ୍ଥାନୀୟ ଦାଦନ ଶ୍ରମିକ ଓ ବେକାର ଯୁବକ ଯୁବତୀଙ୍କ ପାଇଁ ପଲଟିଛନ୍ତି ଉଦାହରଣ । ଆସନ୍ତୁ ଦେଖିବା ଗଞ୍ଜାମରୁ ଏହି ରିପୋର୍ଟ ।
ଦୀର୍ଘ ୧୫ ବର୍ଷ ଧରି ବାହାର ରାଜ୍ୟରେ ରହି ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଏବେ ଭିଟାମାଟିକୁ ଫେରି ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରୁଛନ୍ତି । ଗଞ୍ଜାମ ବେଗୁନିଆପାଡା ବ୍ଲକ ଅନ୍ତର୍ଗତ ନୁଆଗଡ ଗାଁର ଯୁବକ ସନ୍ତୋଷ କୁମାର ଭୁୟାଁଙ୍କ ଚାଷ ଏବେ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି । ୧୯ ବର୍ଷ ବୟସରେ ପରିବାର ପ୍ରତିପୋଷଣ ପାଇଁ ସୂଦୁର ହାଇଦ୍ରାବଦରେ ରହି ବିଭିନ୍ନ କମ୍ପାନୀରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଗାଁକୁ ଆସିବା ପରେ ତାଳସର ଗାଁର ଜଣେ ଉଦ୍ୟୋଗୀ ଯୁବକଙ୍କ ନିକଟରୁ ପ୍ରେରଣା ପାଇ ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରୁଛନ୍ତି ସନ୍ତୋଷ ।
ମତ୍ସ୍ୟ ବିଭାଗ ସହ ଯୋଗାଯୋଗ କରି ସରକାରୀ ସହାୟତାରେ ମାଛ ଚାଷ ପାଇଁ ୮ଟି ସେମେଣ୍ଟ କୁଣ୍ଡ କରିଛନ୍ତି । ୧ ଲକ୍ଷ ୬୦ ହଜାର ଲିଟର ପାଣିରେ ରୋହି, ଭାକୁର ଓ ମିଟିକାଳି ମାଛ ଯାଆଁଳ ଉତ୍ପାଦନ କରୁଛନ୍ତି । ସେହି କୁଣ୍ଡ ନିକଟରେ ୨ଟି ଟ୍ରିଟମେଣ୍ଟ ସେଲ୍ କରାଯାଇ ଋଗୁଣ ମାଛକୁ ଚିକିତ୍ସା କରାଯାଉଛି । ଅନ୍ୟ ଦୁଇଟି ଟ୍ୟାଙ୍କରରେ ଜଳଙ୍ଗ, କଉ ଓ ରୂପ ଚାନ୍ଦି ମାଛ ଚାଷ କରୁଛନ୍ତି । ମାଛ ସହ ମାଛ ଯାଆଁଳ ବିକ୍ରି କରି ଲାଭବାନ ହେଉଛନ୍ତି ଯୁବଚାଷୀ ସନ୍ତୋଷ ।
ମାଛ ଚାଷ ସହିତ ସନ୍ତୋଷ ସେହି ସ୍ଥାନରେ ଦେଶୀ କୁକୁଡା, ବତକ ପାଳନ କରୁଛନ୍ତି । ଅଳ୍ପ ଜାଗାରେ ମାଛ, ଯାଆଁଳ ସହ ଦେଶୀ କୁକୁଡା ଓ ବତକ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ସନ୍ତୋଷ ଉତ୍ପାଦନ କରୁଥିବା ମାଛ ସ୍ଥାନୀୟ ବେଗୁନିଆପଡା ବଜାର ଓ ଆଖ ପାଖ ଗାଁରେ ବିକ୍ରି କରିଥାନ୍ତି । ଉତ୍ପାଦନ ହେଉଥିବା ମାଛ ଯାଆଁଳ ଅନ୍ୟ ଚାଷୀ ମାନେ କିଣି ନେଉଛନ୍ତି । ଯାହା ଫଳରେ ସନ୍ତୋଷ ଦୁଇ ପଇସା ରୋଜଗାର କରି ଲାଭବାନ ହେଉଛନ୍ତି । ବାହାର ରାଜ୍ୟରେ ରହି କାମ କରିବା ଅପେକ୍ଷା ନିଜସ୍ବ ଉଦ୍ୟମରେ ରୋଜଗାର କରି ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସନ୍ତୋଷ ।