ଦାଦାଙ୍କୁ କାହିଁକି ସମସ୍ତେ ଭଲ ପାଉଥିଲେ, ସେ କଥା କହିଲେ ଅନୁଭବ

ଦାଦା (ସମୀର ଦେ)ଙ୍କ ବ୍ୟବହାର ପାଇଁ ସମସ୍ତେ ତାଙ୍କୁ ଭଲ ପାଆନ୍ତି। ତାଙ୍କ ପାଖରୁ କେହି ଅପମାନିତ ହୋଇ ଫେରନ୍ତି ନାହିଁ।

ଦାଦାଙ୍କୁ କାହିଁକି ସମସ୍ତେ ଭଲ ପାଉଥିଲେ, ସେ କଥା କହିଲେ ଅନୁଭବ

ଅଶ୍ୱିନୀ ହସ୍‌ପିଟାଲରେ ଗୋଟିଏ ବେଡ୍ ଛାଡ଼ି ବାପା ଓ ଦାଦା (ସମୀର ଦେ)ଙ୍କ ଡାୟାଲିସିସ ହେଉଥିଲା। ଖୁସି ଥିଲୁ ଯେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ପରେ ଦାଦା ଆରୋଗ୍ୟ ହେଉଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଆଉ ଆମ ଗହଣରେ ନାହାନ୍ତି। ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି।