ଦାନ୍ତେଓ୍ୱାଡାରେ ଏନ୍କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ନକ୍ସଲ ନିହତ
ରାୟପୁର ୦୩।୦୯ : ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୯ ନକ୍ସଲ । ଛତିଶଗଡ଼ ଦାନ୍ତେଓ୍ୱାଡ଼ାର ବିଜାପୁର ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ହୋଇଛି ଏନ୍କାଉଣ୍ଟର । ଏବେବି ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ । ଖବର ଅନୁଯାୟୀ, ପଶ୍ଚିମ ବସ୍ତର ଡିଭିଜିନ୍ରେ ନକ୍ସଲଙ୍କ ଉପସ୍ଥିତି ଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ମିଳିତ କୁମ୍ବିଂ ଅପରେସନ । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲମାନେ ଗୁଳିଚାଳନା ଆରମ୍ଭ କରିଥିଲେ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଶେଷରେ କୌଶଳକ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ନକ୍ସଲ । ଆଉ ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ସେପଟେ ଏନ୍କାଉଣ୍ଟର ପରେ ଏବେବି ସୁରକ୍ଷାକର୍ମୀ ଏବଂ ରାଜ୍ୟ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏପିରିକି ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ ହୋଇଥିବାର ସୂଚନା ମିଳିଛି । ଜବତ ସାମଗ୍ରୀ ମଧ୍ୟରେ କିଛି ବନ୍ଧୁକ ଥିବା ଜଣାପଡିଛି ।
ରାୟପୁର ୦୩।୦୯ : ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୯ ନକ୍ସଲ । ଛତିଶଗଡ଼ ଦାନ୍ତେଓ୍ୱାଡ଼ାର ବିଜାପୁର ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ହୋଇଛି ଏନ୍କାଉଣ୍ଟର । ଏବେବି ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ ।
ଖବର ଅନୁଯାୟୀ, ପଶ୍ଚିମ ବସ୍ତର ଡିଭିଜିନ୍ରେ ନକ୍ସଲଙ୍କ ଉପସ୍ଥିତି ଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ମିଳିତ କୁମ୍ବିଂ ଅପରେସନ । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲମାନେ ଗୁଳିଚାଳନା ଆରମ୍ଭ କରିଥିଲେ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଶେଷରେ କୌଶଳକ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ନକ୍ସଲ । ଆଉ ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି ।
ସେପଟେ ଏନ୍କାଉଣ୍ଟର ପରେ ଏବେବି ସୁରକ୍ଷାକର୍ମୀ ଏବଂ ରାଜ୍ୟ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏପିରିକି ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ ହୋଇଥିବାର ସୂଚନା ମିଳିଛି । ଜବତ ସାମଗ୍ରୀ ମଧ୍ୟରେ କିଛି ବନ୍ଧୁକ ଥିବା ଜଣାପଡିଛି ।