ଦାବି ପୂରଣ ନ ହେଲେ ଆନ୍ଦୋଳନ: ଆଉଟସୋର୍ସିଂ କର୍ମଚାରୀଙ୍କ ଧମକ
କେସିଙ୍ଗା,୨୪।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ସମେତ ୧୩ଟି ବ୍ଳକର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଆଉଟସୋର୍ସିଂ କର୍ମଚାରୀ କାର୍ଯ୍ୟ କରି ଆସୁଛନ୍ତି l ସ୍ବଳ୍ପ ଦରମା, ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଗତି କରୁଥିଲେ ମଧ୍ୟ ନୂଆ ସରକାର ଆସିବା ପରେ ସେମାନଙ୍କ କଥା ବିଚାର କରି ନ ଥିବାରୁ ଜିଲାପାଳଙ୍କ ନିକଟରେ ୩ ଦଫା ଦାବି ପତ୍ର ପ୍ରଦାନ କରି ଆସନ୍ତା ୨୬ ତାରିଖରେ ଗଣ ଆନ୍ଦୋଳନ କରିବା ପାଇଁ ସମସ୍ତ […] The post ଦାବି ପୂରଣ ନ ହେଲେ ଆନ୍ଦୋଳନ: ଆଉଟସୋର୍ସିଂ କର୍ମଚାରୀଙ୍କ ଧମକ appeared first on Dharitri Odia News.
କେସିଙ୍ଗା,୨୪।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ସମେତ ୧୩ଟି ବ୍ଳକର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଆଉଟସୋର୍ସିଂ କର୍ମଚାରୀ କାର୍ଯ୍ୟ କରି ଆସୁଛନ୍ତି l ସ୍ବଳ୍ପ ଦରମା, ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଗତି କରୁଥିଲେ ମଧ୍ୟ ନୂଆ ସରକାର ଆସିବା ପରେ ସେମାନଙ୍କ କଥା ବିଚାର କରି ନ ଥିବାରୁ ଜିଲାପାଳଙ୍କ ନିକଟରେ ୩ ଦଫା ଦାବି ପତ୍ର ପ୍ରଦାନ କରି ଆସନ୍ତା ୨୬ ତାରିଖରେ ଗଣ ଆନ୍ଦୋଳନ କରିବା ପାଇଁ ସମସ୍ତ ଆଉଟସୋର୍ସିଂ କର୍ମଚାରୀ ସଜବାଜ ହେଉଥିବାର ସଭାପତି ସୁଜିତ କୁମାର ବିଶ୍ବାଳ ପ୍ରକାଶ କରିଛନ୍ତି।
ରାଜ୍ୟ ଆଉଟସୋର୍ସିଂ ନେତୃ ମଣ୍ଡଳୀର ନିର୍ଦ୍ଦେଶ କ୍ରମେ ମାର୍ଚ୍ଚ ୧୭ରୁ ରାଜ୍ୟର ସମସ୍ତ ସରକାରୀ ଆଉଟସୋର୍ସିଂ କର୍ମଚାରୀ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରି ଆସୁଛନ୍ତି। ଉକ୍ତ କର୍ମଚାରୀବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ୩ଦଫା ଦାବି ଯଥା ଛଟେଇ ବନ୍ଦ ସହ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଦୈନିକ ବେତନଧାରିଙ୍କୁ ମାସିକ ଦରମା ସହ ସମସ୍ତ ବର୍ଗର ଆଉଟସୋର୍ସିଂ କର୍ମଚାରୀ ଙ୍କୁ ସ୍ଥାୟୀ କରିବା ପାଇଁ ଉଲ୍ଲେଖ କରାଯାଇଛି l ଯଦି ସରକାର ଏହି ସମୟ ମଧ୍ୟରେ ଦାବି ଗୁଡିକ ପୂରଣ ନ କରନ୍ତି, ତାହେଲେ ଆସନ୍ତା ୨୬ରେ ସମସ୍ତ ବର୍ଗର ସରକାରୀ ଆଉଟସୋର୍ସିଂ କର୍ମଚାରୀ ଏକତ୍ରୀତ ହୋଇ ଭୁବନେଶ୍ବରର ଗାନ୍ଧୀ ମାର୍ଗରେ ବିଶାଳ ଆନ୍ଦୋଳନରେ ସାମିଲ ହେବେ ବୋଲି ଜିଲା ସଭାପତି ସୁଜିତ୍ କୁମାର ବିଶ୍ବାଳ ପ୍ରକାଶ କରିଛନ୍ତି l ଏହିଠାରେ ଉପସ୍ଥିତ ଥିବା ଜିଲ୍ଲା ସମ୍ପାଦକ ବିନୟ ପାତ୍ର, ଉପ ସଭାପତି ଅବକାଶ ଠାକୁର, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ବlଣୁଆ, ଜିଲ୍ଲା ମିଡିଆ ସଂଯୋଜକ ଶେଷଦେବ ନାୟକ ସରକାରଙ୍କ ବୈମାତୃକ ମନୋଭାବ ଉପରେ ଆଲୋକପାତ କରିଥିଲେ ଓ ଆନ୍ଦୋଳନ କୁ ସଫଳ କରିବା ପାଇଁ କହିଥିଲେ l
The post ଦାବି ପୂରଣ ନ ହେଲେ ଆନ୍ଦୋଳନ: ଆଉଟସୋର୍ସିଂ କର୍ମଚାରୀଙ୍କ ଧମକ appeared first on Dharitri Odia News.