ଦାବିରେ ଅଟଳ ଅନ୍ନଦାତା
ନୂଆଦିଲ୍ଲୀ: ଦାବିରେ ଅଟଳ ଅନ୍ନଦାତା। କେନ୍ଦ୍ରର ଆଲୋଚନା ଆହ୍ବାନକୁ ଅଗ୍ରାହ୍ୟ କରିଛନ୍ତି ଚାଷୀ ସଂଗଠନ। ସେପଟେ ପଞ୍ଜାବ- ହରିଆଣା ସୀମା... The post ଦାବିରେ ଅଟଳ ଅନ୍ନଦାତା appeared first on .
ନୂଆଦିଲ୍ଲୀ: ଦାବିରେ ଅଟଳ ଅନ୍ନଦାତା। କେନ୍ଦ୍ରର ଆଲୋଚନା ଆହ୍ବାନକୁ ଅଗ୍ରାହ୍ୟ କରିଛନ୍ତି ଚାଷୀ ସଂଗଠନ। ସେପଟେ ପଞ୍ଜାବ- ହରିଆଣା ସୀମା ଖାନାଉରିରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ଯୁ ନେଇ ବଢିଛି ବିବାଦ। ହତ୍ଯା ମାମଲା ରୁଜୁ କରିବାକୁ ଦାବି କରିଛନ୍ତି କୃଷକ ସଗଠନ। ତେଣେ ଆସନ୍ତାକାଲି କଳାଦିବସ ପାଳିବା ଲାଗି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପକ୍ଷରୁ ଘୋଷଣା କରାଯାଇଥିବାବେଳେ ମୃତ୍ଯୁ ପ୍ରତିବାଦରେ କାଲି ବି ପଞ୍ଜାବ-ହରିଆଣା ହାଇକୋର୍ଟ ବାର୍ ଆସୋସିଏସନର କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି।
ହରିଆଣାର ଖାନାଉରୀ ସୀମାରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ପୋଲିସ ଉପରେ ଦୋଷ ଦେଇଛି ଅଲ ଇଣ୍ଡିଆ କିଷାନ ସଭା । ପଟିଆଲାସ୍ଥିତ ରାଜେନ୍ଦ୍ର ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ମୃତକ ଶୁଭ କରଣ ସିଂଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ମୁଣ୍ଡରେ ଗୁଳିବାଜିଥିବା ଦେଖାଯାଇଛି । ହସ୍ପିଟାଲକୁ ୩ ଜଣ ଆହତଙ୍କୁ ଅଣାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଚାଷୀ ମୃତ୍ୟୁକୁ ନେଇ ପୋଲିସ ଓ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ଚାଷୀ ସଂଗଠନ ।
ସେପଟେ ଦିଲ୍ଲୀ ଚଲୋ ଅଭିଯାନକୁ ଦୁଇ ଦିନ ଲାଗି ସ୍ଥଗିତ ରଖାଯାଇଥିବାବେଳ ଚାଷୀମାନେ ଧାରଣା ଅବ୍ଯାହତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଦିଲ୍ଲୀ ଚଲୋ ଅଭିଯାନ ଜୋର ଧରିବା ପରେ ପୋଲିସ ପକ୍ଷରୁ ଲୁହବୁହା ଗ୍ଯାସ ପ୍ରୟୋଗ କରାଯାଇଥିଲା । ଶହ ଶହ ଟ୍ରାକ୍ଟର ଓ କାର ଦିଲ୍ଲୀ ଅଭିମୁଖେ ବାହାରିବା ଯୋଗୁ ସ୍ଥିତି ସଂଗୀନ ହୋଇଥିଲା । ତେବେ କିଷାନ ରାଲିକୁ ଅଟକାଇବାରେ ପୋଲିସ ସଫଳ ହୋଇଥିଲା ।
The post ଦାବିରେ ଅଟଳ ଅନ୍ନଦାତା appeared first on .