ଦାମୀ କାରରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣା : ତିନି ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର:ଦାମୀ କାରରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ଗିରଫ ତିନି ଅଭିଯୁକ୍ତଙ୍କୁ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ଗିରଫ ହୋଇଥିବା ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜିଜିଏମ ଚଞ୍ଚଳ ମୁଖାର୍ଜୀ ଓ ଦୁଇ ଠିକାଦାର ସନ୍ତୋଷ ମହାରଣା ଓ ଦେବଦତ୍ତ ମହାପାତ୍ରଙ୍କୁ କୋର୍ଟ ଜାମିନ ଦେଇଛନ୍ତି।୧ ଲକ୍ଷ ଟଙ୍କା ବେଲ ବଣ୍ଡ ଓ ଦୁଇ ଜାମିନଦାର ବଦଳରେ ଜାମିନ ମିଳିଛି। ଗତ ୭ତାରିଖରେ ୧୦ଲକ୍ଷ […]

ଦାମୀ କାରରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣା : ତିନି ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର:ଦାମୀ କାରରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ଗିରଫ ତିନି ଅଭିଯୁକ୍ତଙ୍କୁ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ଗିରଫ ହୋଇଥିବା ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜିଜିଏମ ଚଞ୍ଚଳ ମୁଖାର୍ଜୀ ଓ ଦୁଇ ଠିକାଦାର ସନ୍ତୋଷ ମହାରଣା ଓ ଦେବଦତ୍ତ ମହାପାତ୍ରଙ୍କୁ କୋର୍ଟ ଜାମିନ ଦେଇଛନ୍ତି।୧ ଲକ୍ଷ ଟଙ୍କା ବେଲ ବଣ୍ଡ ଓ ଦୁଇ ଜାମିନଦାର ବଦଳରେ ଜାମିନ ମିଳିଛି।

ଗତ ୭ତାରିଖରେ ୧୦ଲକ୍ଷ ଟଙ୍କା ଲାଞ୍ଚ କାରବାର ବେଳେ ଏହି ତିନି ଜଣଙ୍କୁ ଗିରଫ କରିଥିଲା ସିବିଆଇ। ଦୁଇ ଦୁଇ ଥର ରିମାଣ୍ଡରେ ନେଇ ଏମାନଙ୍କୁ ପଚରା ଉଚୁରା କରିଥିଲା ସିବିଆଇ।