ଦାମୀ ଗାଡ଼ିରୁ ଉଡ଼ାଉଥିଲେ ବିଡ଼ା ବିଡ଼ା ଟଙ୍କା, ଏବେ ନାମ ନେଲେ; ଗଣିବେ ମୋଟା ଅଙ୍କର ଫାଇନ୍
ଧନୀ ବାପାମାଆଙ୍କ ଅଲିଅଳି ପୁଅର ବେପରୁଆ ଗାଡ଼ିଚାଳନା। ଦ୍ରୁତଗତିରେ ଗାଡ଼ି ଚଳାଇବା ସହ ରାସ୍ତାରେ ଉଡ଼ାଇଲେ ବିଡ଼ା ବିଡ଼ା ଟଙ୍କା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦାମୀ ଗାଡ଼ିରୁ ଟଙ୍କା ଉଡ଼ାଇଲେ ଯୁବକ। ଗୋଟେ କି ଦୁଇଟି ନୋଟ୍ ନୁହେଁ, ବରଂ ପୁଳା ପୁଳା ଟଙ୍କା ଉଡ଼ାଇଲେ ଯୁବକ। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିୟମ ଉଲଙ୍ଘନ ପାଇଁ ଏବେ ଗଣିବେ ମୋଟା ଅଙ୍କର ଟଙ୍କା। ଯୁବପିଢ଼ିଙ୍କ ବେପରୁଆ ଗାଡ଼ିଚାଳନା ଓ ନିୟମ ଉଲଙ୍ଗନ ପାଇଁ ନଏଡ଼ା ପୋଲିସ ପକ୍ଷରୁ ଫାଇନ୍ ଲଗାଯାଇଛି। ତେବେ ଫାଇନ୍ର ଏକ ଫଟୋ ନଏଡ଼ା ପୋଲିସ ନିଜ ଏକ୍ସ ପେଜ୍ରେ ସେୟାର କରିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।
ଧନୀ ବାପାମାଆଙ୍କ ଅଲିଅଳି ପୁଅର ବେପରୁଆ ଗାଡ଼ିଚାଳନା। ଦ୍ରୁତଗତିରେ ଗାଡ଼ି ଚଳାଇବା ସହ ରାସ୍ତାରେ ଉଡ଼ାଇଲେ ବିଡ଼ା ବିଡ଼ା ଟଙ୍କା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନଏଡ଼ା ପୋଲିସ ଯୁବକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛନ୍ତି। ୫ଟି ନିୟମ ଉଲଙ୍ଘନ ପାଇଁ ଏବେ ଗଣିବେ ମୋଟ୍ ୨୧ ହଜାର ଟଙ୍କା।
नोएडा की सड़क पर दिखा रहीसी का परचम लग्जरी गाड़ी में सवार नोटो को उड़ाता दिखा शक्स दूसरे कार से बनाई जा रही रील विडियो वीडियो सोशल मीडिया पर जमकर हो रहा है वायरल सेक्टर 20 क्षेत्र का बताया जा है वायरल @Uppolice @CP_Noida @dgpup @noidatraffic pic.twitter.com/ffwAGzszOM — Raajesh Khatri (@KhatriRajeesh) February 22, 2024
ଆଶ୍ଚର୍ଯ୍ୟର କଥା ହେଲା ନଏଡ଼ା ପୋଲିସ ଲଗାଇଥିବା ଫାଇନ୍ର ଏକ ଚାଲାଣ ନିଜ ଏକ୍ସ ପେଜ୍ରେ ସେୟାର କରିଛନ୍ତି। ଯେଉଁଥିରେ ହିନ୍ଦୀରେ ଲେଖିଛନ୍ତି କି ଘଟିଥିବା ଘଟଣା ଆଧାରରେ ଏବଂ ୫ଟି ନିୟମ ଉଲଙ୍ଘନ ପାଇଁ ଯୁବକଙ୍କୁ ୨୧ ହଜାର ଟଙ୍କାର ଫାଇନ୍ ଦେହବାକୁ ପଡ଼ିବ। ଏହାଛଡ଼ା ଏମିତି କିଛି ଘଟଣା ଆପଣ ଦେଖିଲେ ନଏଡ଼ା ପୋଲିସ ହେଲ୍ପଲାଇନ୍ ନଂ ୯୯୭୧୦୦୯୦୦୧କୁ ଫୋନ୍ କରି ଜଣାନ୍ତୁ।
उक्त शिकायत का संज्ञान लेते हुए संबंधित वाहन के विरुद्ध यातायात नियमों का उल्लंघन करने पर नियमानुसार ई-चालान (जुर्माना 21000/- रुपए) की कार्यवाही की गई है।
यातायात हेल्पलाइन नं0- 9971009001 pic.twitter.com/Mi37WrF6uX — Noida Traffic Police (@noidatraffic) February 22, 2024
ଫେବ୍ରୁଆରୀ ୨୧ରେ ଏହି ଚାଲାଣ କଟାଯାଇଛି। ରେଜେଶ ଖତ୍ରୀ ନାମକ ଜଣେ ଏକ୍ସ ୟୁଜର୍ସ ଏହାର ଏକ ଭିଡିଓ ସେୟାର କରିବା ପରେ ପୋଲିସ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଏହାପୂର୍ବରୁ କୁଲୁ ପୋଲିସ ମଧ୍ୟ ରାସ୍ତାରେ ଯୁବକଙ୍କ ବିପଦପୂର୍ଣ୍ଣ ସ୍ଟଣ୍ଟ ପାଇଁ ୩୫ ହଜାର ଟଙ୍କା ଚାଲାଣ କାଟିଥିଲେ।