ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରି ଚର୍ଚ୍ଚାରେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୧ା୮(ଅରୁଣ ସାହୁ): ଆଉ ମାତ୍ର କିଛିଦିନ ପରେ ଦେଶ ପାଳିବ ୭୮ ତମ ସ୍ବାଧୀନତା ଦିବସ। ଏଥିପାଇଁ ଦାରିଙ୍ଗବାଡ଼ି ଏବେଠାରୁ ଉତ୍ସବ ମୁଖର ହେବା ସହ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ପର୍ଯ୍ୟଟନକ୍ଷେତ୍ରର ସଫେଇ କରି ଅଞ୍ଚଳରେ ପ୍ରଶଂସା ସାଉଁଟିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ଛାତ୍ର ଆୟୁଷ୍ମାନ ସାହୁଙ୍କ ନେତୃତ୍ୱରେ ତାଙ୍କ ସାଙ୍ଗସାଥୀ ରବିବାର ଛୁଟିଦିନ ଥିବାରୁ ସକାଳ ସମୟରେ କଫି ବଗିଚା ନିକଟରେ ପହଞ୍ଚି ସଫେଇ […] The post ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରି ଚର୍ଚ୍ଚାରେ ଛାତ୍ରୀଛାତ୍ର appeared first on Dharitri Odia News.

ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରି ଚର୍ଚ୍ଚାରେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୧ା୮(ଅରୁଣ ସାହୁ): ଆଉ ମାତ୍ର କିଛିଦିନ ପରେ ଦେଶ ପାଳିବ ୭୮ ତମ ସ୍ବାଧୀନତା ଦିବସ। ଏଥିପାଇଁ ଦାରିଙ୍ଗବାଡ଼ି ଏବେଠାରୁ ଉତ୍ସବ ମୁଖର ହେବା ସହ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ପର୍ଯ୍ୟଟନକ୍ଷେତ୍ରର ସଫେଇ କରି ଅଞ୍ଚଳରେ ପ୍ରଶଂସା ସାଉଁଟିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ଛାତ୍ର ଆୟୁଷ୍ମାନ ସାହୁଙ୍କ ନେତୃତ୍ୱରେ ତାଙ୍କ ସାଙ୍ଗସାଥୀ ରବିବାର ଛୁଟିଦିନ ଥିବାରୁ ସକାଳ ସମୟରେ କଫି ବଗିଚା ନିକଟରେ ପହଞ୍ଚି ସଫେଇ କରିଥିଲେ। ଏଥିସହ କଫି ବଗିଚାକୁ ଆସୁଥିବା ପର୍ଯ୍ୟଟକଙ୍କୁ ସିଙ୍ଗଲ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଛାତ୍ରୀଛାତ୍ର ସଚେତନ କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମରେ ଅନ୍ୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଦ୍ୟାଶ୍ରୀ ସାହୁ,ଶ୍ୟାମସୁନ୍ଦର ସାହୁ, ପୀୟୁଷ କୁମାର ଦିଗାଲ, ରାହୁଲ ସାହୁ, କ୍ରିଷ୍ଣା ସାହୁ, ଅର୍ଚ୍ଚନା ଶୋଭାସୁନ୍ଦର, ବସନ୍ତ ନାୟକ, ବିଭୂଦାସ ଗମାଙ୍ଗ, ଅଭିଭାବକ ଝରଣା ସାହୁ, ପ୍ରଭାକର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

The post ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରି ଚର୍ଚ୍ଚାରେ ଛାତ୍ରୀଛାତ୍ର appeared first on Dharitri Odia News.