ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା
ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ଲଘୁଚାପ ଜନିତ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗିରହିଛି। ଫଳରେ ରାତି ଅପେକ୍ଷା ଦିନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ପାଗ ମେଘୁଆ ଯୋଗୁ ଦାରିଙ୍ଗବାଡ଼ିକୁ ଅନ୍ଧକାର ଘେରି ରହିଛି। ଫଳରେ ଦାରିଙ୍ଗବାଡ଼ିକୁ ବୁଲିବା ପାଇଁ ଆସିଥିବା ଲୋକେ ଶୀତ ପାଇଁ ହନ୍ତସନ୍ତ ହୋଇଛନ୍ତି। ସେପଟେ ଅପରାହ୍ନ ୨ଟା ବେଳେ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ବଜାରଘାଟ ଜନଶୂନ୍ୟ ହୋଇପଡ଼ିଥିଲା। ସେହିପରି କୋହଲା […] The post ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା appeared first on Dharitri Odia News.
ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ଲଘୁଚାପ ଜନିତ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗିରହିଛି। ଫଳରେ ରାତି ଅପେକ୍ଷା ଦିନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ପାଗ ମେଘୁଆ ଯୋଗୁ ଦାରିଙ୍ଗବାଡ଼ିକୁ ଅନ୍ଧକାର ଘେରି ରହିଛି। ଫଳରେ ଦାରିଙ୍ଗବାଡ଼ିକୁ ବୁଲିବା ପାଇଁ ଆସିଥିବା ଲୋକେ ଶୀତ ପାଇଁ ହନ୍ତସନ୍ତ ହୋଇଛନ୍ତି। ସେପଟେ ଅପରାହ୍ନ ୨ଟା ବେଳେ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ବଜାରଘାଟ ଜନଶୂନ୍ୟ ହୋଇପଡ଼ିଥିଲା। ସେହିପରି କୋହଲା ପାଗ ଯୋଗୁ ଦାରିଙ୍ଗବାଡି ସମେତ ସିମନବାଡ଼ି, ବ୍ରାହ୍ମଣୀଗାଁ, ବୁଡ଼ାଗୁଡ଼ା, ବାଡ଼ାବାଙ୍ଗା ଆଦି ଅଞ୍ଚଳରେ ଲୋକଙ୍କ ଜରୁରୀ କାମ ନ ପଡ଼ିଲେ ଘରୁ ବାହାରୁ ନାହାନ୍ତି।
The post ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା appeared first on Dharitri Odia News.