ଦାରିଙ୍ଗବାଡ଼ିରେ ଲଘୁଚାପର ପ୍ରଭାବ: ଝିପିଝିପି ବର୍ଷା ସହ କୋହଲା ପବନ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୦ା୧୨(ଅରୁଣ ସାହୁ): ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଗୁରୁବାର ପାଗ ମେଘୁଆ ସହ କୋହଲା ପବନ ବୋହୁଥିଲା। ବିଳମ୍ବିତ ରାତିରୁ ବର୍ଷା ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ବର୍ଷା ଜାରିରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଧାନକଟା କାର୍ଯ୍ୟ ଚାଲିଥିବାରୁ ଧାନଫସଲ ନଷ୍ଟ ହେବା ଆଶଙ୍କା କରାଯାଇଛି। ବର୍ଷା ସହ କୋହଲା ପବନ ଯୋଗୁ ଶୀତର ପ୍ରଭାବ ଅଧିକ ଦେଖିବାକୁ ମିଳିଛ। ଆଗକୁ ବଡ଼ ଦିନ ରହିଥିବାରୁ ଅଞ୍ଚଳବାସୀ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ […] The post ଦାରିଙ୍ଗବାଡ଼ିରେ ଲଘୁଚାପର ପ୍ରଭାବ: ଝିପିଝିପି ବର୍ଷା ସହ କୋହଲା ପବନ, ଜନଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.

ଦାରିଙ୍ଗବାଡ଼ିରେ ଲଘୁଚାପର ପ୍ରଭାବ: ଝିପିଝିପି ବର୍ଷା ସହ କୋହଲା ପବନ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୦ା୧୨(ଅରୁଣ ସାହୁ): ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଗୁରୁବାର ପାଗ ମେଘୁଆ ସହ କୋହଲା ପବନ ବୋହୁଥିଲା। ବିଳମ୍ବିତ ରାତିରୁ ବର୍ଷା ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ବର୍ଷା ଜାରିରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଧାନକଟା କାର୍ଯ୍ୟ ଚାଲିଥିବାରୁ ଧାନଫସଲ ନଷ୍ଟ ହେବା ଆଶଙ୍କା କରାଯାଇଛି। ବର୍ଷା ସହ କୋହଲା ପବନ ଯୋଗୁ ଶୀତର ପ୍ରଭାବ ଅଧିକ ଦେଖିବାକୁ ମିଳିଛ। ଆଗକୁ ବଡ଼ ଦିନ ରହିଥିବାରୁ ଅଞ୍ଚଳବାସୀ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବଜାର ଯିବା କଷ୍ଟକର ହୋଇପଡ଼ିଛି। ସେହିପରି ବିଭିନ୍ନ ବିଦ୍ୟାଳୟରେ ଉପସ୍ଥାନ ସଂଖ୍ୟା କମିଥିବା ଜଣାପଡ଼ିଛି। କାମଧନ୍ଦା ନିମନ୍ତେ ବାହାରକୁ ଯିବା ଲୋକଙ୍କ ପାଇଁ ବାଧା ସୃଷ୍ଟି କରିଛି।

The post ଦାରିଙ୍ଗବାଡ଼ିରେ ଲଘୁଚାପର ପ୍ରଭାବ: ଝିପିଝିପି ବର୍ଷା ସହ କୋହଲା ପବନ, ଜନଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.