ଦାରୁଦିଅଁଙ୍କୁ ଅସମ୍ମାନ: ବୈତରଣୀ ନଦୀକୂଳରେ ପକାଇ ପଳାଇଲେ
ପାଟଣା,୧୪ା୫(ବୀରକିଶୋର ଦାଶ): ପୁଣି ଦାରୁଦିଅଁଙ୍କୁ ଅସମ୍ମାନ କରାଯାଇଛି। ଜଗତର ନାଥ ଜଗନ୍ନାଥଙ୍କୁ ଅଲୋଡ଼ାଭାବେ ନଦୀକୂଳରେ ପକାଇ ଦିଆଯାଇଛି। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ପଞ୍ଚାୟତ ତ୍ରିବିନ୍ଧା ବୈତରଣୀ ନଦୀକୂଳରେ ଦେଖିବାକୁ ମିଳିଛି। ବୁଧବାର ସକାଳେ ଅଞ୍ଚଳର ଲୋକେ ନଦୀକୁ ଯାଇଥିବା ବେଳେ ନଦୀ ମଝିରେ ଥିବା ଏକ ପଥର ଉପରେ ଅଲୋଡ଼ାଭାବେ ଜଗନ୍ନାଥଙ୍କ ମୂର୍ତ୍ତି ଥିବା ଦେଖିଥିଲେ। ଘଟଣା ଜଣାପଡ଼ିବା ପରେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା। ଠାକୁରଙ୍କୁ କିଏ […] The post ଦାରୁଦିଅଁଙ୍କୁ ଅସମ୍ମାନ: ବୈତରଣୀ ନଦୀକୂଳରେ ପକାଇ ପଳାଇଲେ appeared first on Dharitri Odia News.
ପାଟଣା,୧୪ା୫(ବୀରକିଶୋର ଦାଶ): ପୁଣି ଦାରୁଦିଅଁଙ୍କୁ ଅସମ୍ମାନ କରାଯାଇଛି। ଜଗତର ନାଥ ଜଗନ୍ନାଥଙ୍କୁ ଅଲୋଡ଼ାଭାବେ ନଦୀକୂଳରେ ପକାଇ ଦିଆଯାଇଛି। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ପଞ୍ଚାୟତ ତ୍ରିବିନ୍ଧା ବୈତରଣୀ ନଦୀକୂଳରେ ଦେଖିବାକୁ ମିଳିଛି। ବୁଧବାର ସକାଳେ ଅଞ୍ଚଳର ଲୋକେ ନଦୀକୁ ଯାଇଥିବା ବେଳେ ନଦୀ ମଝିରେ ଥିବା ଏକ ପଥର ଉପରେ ଅଲୋଡ଼ାଭାବେ ଜଗନ୍ନାଥଙ୍କ ମୂର୍ତ୍ତି ଥିବା ଦେଖିଥିଲେ। ଘଟଣା ଜଣାପଡ଼ିବା ପରେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା। ଠାକୁରଙ୍କୁ କିଏ କାହିଁକି ଏଭଳି ଛାଡ଼ିଗଲେ ଜଣାପଡ଼ି ନ ଥିବା ବେଳେ ଘଟଣାଟି ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କୁ ଆଘାତ ଦେଇଛି। କେହି ନଦୀରେ ଜଗନ୍ନାଥ ମୂର୍ତ୍ତି ଭାସି ଆସିଥିବା କଥା କହୁଥିବା ବେଳେ ମୂର୍ତ୍ତିକୁ କିଏ ନିର୍ମାଣ କରି ନଦୀରେ ଛାଡ଼ି ଦେଇଥିବା କୁହାଯାଉଛି।
The post ଦାରୁଦିଅଁଙ୍କୁ ଅସମ୍ମାନ: ବୈତରଣୀ ନଦୀକୂଳରେ ପକାଇ ପଳାଇଲେ appeared first on Dharitri Odia News.