ଦାୟିତ୍ୱରୁ ମୁକ୍ତି ପାଇଁ ବିଷ ପିଇଲେ ପ୍ରଧାନ ଶିକ୍ଷକ
ଧାମରା: ଧାମରା ଥାନା ଅର୍ନ୍ତଗତ ସମିପାଟିଆ ବିଦ୍ୟାଳୟର ଜଣେ ଶିକ୍ଷକ ଆଜି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ଚାକିରୀ କରୁଥିବାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ନେବେ ନାହିଁ ବୋଲି ଦୀର୍ଘ ଦିନ ହେବ ସେ ଏହି କ୍ଲଷ୍ଟର ଦାୟିତ୍ୱରେ ଥିବା ସିଆରସିସି ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ ମାତ୍ର ସଂପୃକ୍ତ ସିଆରସିସି କୌଣସି କଥା ନ ବୁଝିବାରୁ ବାଧ୍ୟ ହୋଇ ସଂପୃକ୍ତ ଶିକ୍ଷକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏପରି ଅଭିଯୋଗ […]
ଧାମରା: ଧାମରା ଥାନା ଅର୍ନ୍ତଗତ ସମିପାଟିଆ ବିଦ୍ୟାଳୟର ଜଣେ ଶିକ୍ଷକ ଆଜି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ଚାକିରୀ କରୁଥିବାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ନେବେ ନାହିଁ ବୋଲି ଦୀର୍ଘ ଦିନ ହେବ ସେ ଏହି କ୍ଲଷ୍ଟର ଦାୟିତ୍ୱରେ ଥିବା ସିଆରସିସି ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ ମାତ୍ର ସଂପୃକ୍ତ ସିଆରସିସି କୌଣସି କଥା ନ ବୁଝିବାରୁ ବାଧ୍ୟ ହୋଇ ସଂପୃକ୍ତ ଶିକ୍ଷକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏପରି ଅଭିଯୋଗ ଆଣିଛନ୍ତ ବିଷ ପିଇ ଆତ୍ମହତ୍ୟା କରିଥିବା ଶିକ୍ଷକ ଅନାଦି ଚରଣ ସେଠୀ।
ଆଜି ସଂପୃକ୍ତ ଶିକ୍ଷକ ବିଷ ପିଇବା ପରେ ପ୍ରଥମେ ତାଙ୍କୁ ଧାମରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭଦ୍ରକ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ସେ ପ୍ରାଣତ୍ୟାଗ କରିଥିଲେ। ସଂପୃକ୍ତ ଶିକ୍ଷକଙ୍କ ପରିବାର ଶିକ୍ଷକ ଅନାଦୀ ସେଠୀଙ୍କ ମୃତ୍ୟୁ ପାଇଁ ସଂପୃକ୍ତ କ୍ଲଷ୍ଟର ଦାୟିତ୍ୱରେ ଥିବା ସିଆରସିସି ଏବଂ ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ ମହାରାଜ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟୀ କରିଛନ୍ତି। ସଂପୃକ୍ତ ଶିକ୍ଷକ ବହୁ ଦିନ ହେବ ପ୍ରଧାନ ଶିକ୍ଷକ ଦାୟିତ୍ୱ ନେବେ ନାହିଁ ବୋଲି ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିବା ବେଳେ ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱରୁ ଅବ୍ୟାହତି ନେଇ ସାରିଥିଲେ। ଫଳରେ ବାଧ୍ୟ ହୋଇ ଅନାଦି ସେଠୀଙ୍କୁ ବିଦ୍ୟାଳୟର ଦାୟିତ୍ୱ ବହନ କରିବାକୁ ପଡ଼ିଥିଲା। ବିଭିନ୍ନ ରୋଗରେ ପିଡୀତ ହୋଇଥିବା ଶିକ୍ଷକ ବାଧ୍ୟ ହୋଇ ଶେଷରେ ଅନ୍ୟ ଉପାୟ ନ ପାଇ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ସଂପୃକ୍ତ ଶିକ୍ଷକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅନ୍ୟ ପକ୍ଷରେ ଏନେଇ ଦାୟିତ୍ୱରେ ଥିବା ସିଆରସିସି କୌଣସି ମନ୍ତବ୍ୟ ରଖି ନଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ ମହାରାଜ ନିଜ ପ୍ରତିକ୍ରିୟାରେ ସଂପୃକ୍ତ ଶିକ୍ଷକ ଅନାଦୀ ସେଠୀ କୌଣସି ଦାୟିତ୍ୱରେ ରହିବେ ନାହିଁ ବୋଲି ଅଭିଯୋଗ ଆଣିଥିଲେ ଏବଂ ଏଥିପାଇଁ ଅନ୍ୟ ଜଣେ ଶିକ୍ଷକଙ୍କୁ ମଧ୍ୟ ସେହି ବିଦ୍ୟାଳୟରେ ନିଯୁକ୍ତି ଦିଆ ଯାଇଥିଲା ମାତ୍ର ପ୍ରାଥମିକ ପଦକ୍ଷେପ ସ୍ୱରୂପ ଅନାଦୀ ସେଠୀ ଜଣେ ସିନିୟର ଶିକ୍ଷକ ଥିବାରୁ ସମସ୍ତ ଦାୟିତ୍ୱ ତାଙ୍କୁ ଦିଆଯିବାର ଥିଲା ମାତ୍ର ସମସ୍ତ ଦାୟିତ୍ୱ ହସ୍ତାନ୍ତରିତ କରାଯାଇ ନାହିଁ ବୋଲି ସେ ନିଜର ମତ ରଖିଥିଲା ବେଳେ କେଉଁ ପରିସ୍ଥିତିରେ ସଂପୃକ୍ତ ଶିକ୍ଷକ ଆତ୍ମହତ୍ୟା କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡ଼ିଛି।