ଦିଗପହଣ୍ଡିରେ ଉଦ୍‌ଘାଟିତ ହେଲା ନୂଆ ଦେୱାନି କୋର୍ଟ   

ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ନୂଆ ଦେୱାନି କୋର୍ଟ(ସିଭିଲ ଜଜ ସିନିୟର୍‌ ଡିଭିଜନ) ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ପୁରୁଣା କୋର୍ଟ ପରିସରରେ ଥିବା ଅସ୍ଥାୟୀ କୋଠାରେ ଏହି କୋର୍ଟ କାର୍ଯ୍ୟ କରିବ। ଓଡିଶା ହାଇକୋର୍ଟ ମୂଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଭିଡିଓ କନଫରେନସିଂ ମାଧ୍ୟମରେ ଏହାର ଶୁଭ ଉଦ୍‌ଘାଟନ କରିଥିଲେ। ଉଦଘାଟନ ସମୟରେ ଗଞ୍ଜାମ ଜିଲା ପ୍ରଶାସନିକ ଦାୟିତ୍ୱରେ ରହିଥିବା ହାଇକୋର୍ଟ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ପ୍ରାରମ୍ଭିକ ସୂଚନା […] The post ଦିଗପହଣ୍ଡିରେ ଉଦ୍‌ଘାଟିତ ହେଲା ନୂଆ ଦେୱାନି କୋର୍ଟ    appeared first on Dharitri Odia News.

ଦିଗପହଣ୍ଡିରେ ଉଦ୍‌ଘାଟିତ ହେଲା ନୂଆ ଦେୱାନି କୋର୍ଟ   
ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ନୂଆ ଦେୱାନି କୋର୍ଟ(ସିଭିଲ ଜଜ ସିନିୟର୍‌ ଡିଭିଜନ) ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ପୁରୁଣା କୋର୍ଟ ପରିସରରେ ଥିବା ଅସ୍ଥାୟୀ କୋଠାରେ ଏହି କୋର୍ଟ କାର୍ଯ୍ୟ କରିବ। ଓଡିଶା ହାଇକୋର୍ଟ ମୂଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଭିଡିଓ କନଫରେନସିଂ ମାଧ୍ୟମରେ ଏହାର ଶୁଭ ଉଦ୍‌ଘାଟନ କରିଥିଲେ।
ଉଦଘାଟନ ସମୟରେ ଗଞ୍ଜାମ ଜିଲା ପ୍ରଶାସନିକ ଦାୟିତ୍ୱରେ ରହିଥିବା ହାଇକୋର୍ଟ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ପ୍ରାରମ୍ଭିକ ସୂଚନା ଦେଇ ନୂଆ କୋର୍ଟ ଦିଗପହଣ୍ଡି ବାସିନ୍ଦା ତଥା ଆଇନଜୀବୀଙ୍କ ଦୀର୍ଘଦିନର ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ ହେବା ସହ ନ୍ୟାୟିକ ବ୍ୟବସ୍ଥାକୁ ଲୋକଙ୍କ ଅଧିକ ନିକଟତର କରାଯାଇପାରିବ ବୋଲି କହିଥିଲେ। ସେହିଭଳି ଦିଗପହଣ୍ଡି ନୂଆକୋର୍ଟ ଉଦଘାଟନୀ ସ୍ଥଳରେ ଗଞ୍ଜାମ ଜିଲା ଦୌରାଜଜ ଡ. ଭାଗ୍ୟଲକ୍ଷ୍ମୀ ରଥ, ସିଭିଲ କୋର୍ଟ ରେଜିଷ୍ଟ୍ରାର ସୌଦାମିନୀ ସିଂ, ଦିଗପହଣ୍ଡି ବରିଷ୍ଠ ଦଓ୍ବୋନି ବିଚାରପତି ମହାଶ୍ବେତା ପରିଜା, ଦିଗପହଣ୍ଡି ଜେଏମ୍‌ଏଫ୍‌ସି କୋର୍ଟର ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ, ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ନ୍ୟାୟାଧିକାରୀ ସାରୋନ ବସ୍ତିଆ, କୋର୍ଟ ମ୍ୟାନେଜର ମୋନାଲିସା ମହାପାତ୍ର, ଜିଲା ଜଜ କୋର୍ଟ ଜି.ପି ପି.ନରସିଂହ ପାତ୍ର, ବ୍ରହ୍ମପୁର ମ୍ୟୁନିସିପାଲ କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ, ବ୍ରହ୍ମପୁର ଏସ.ପି ଡ଼. ଶର୍ବଣା ବିବେକ ଏମ, ପୂର୍ତ୍ତ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ସୋମନାଥ ତ୍ରିପାଠୀ, ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ସଞ୍ଜିତ ପାଣିଗ୍ରାହୀ, ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ଚିକିଟି ଏସଡିପିଓ ବିଶ୍ବାମିତ୍ର ହରପାଲ, ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର, ବିଡିଓ ଅନାମିକା ପାଣ୍ଡେ, ପୂର୍ତ୍ତ ସହକାରୀ ଯନ୍ତ୍ରୀ ଇଂ. ସ୍ବରାଜ ପାଣିଗ୍ରାହୀ, ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଖେମୁଣ୍ଡି ଓକିଲ ସଂଘ ସଭାପତି ହୃଦୟ ରଞ୍ଜନ ମେକାପ, ସମ୍ପାଦକ ପ୍ରଦୀପ କୁମାର ନାୟକ, ସଂଘର ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟା, ସଦସ୍ୟ ଓ ବିଚାର ବିଭାଗୀୟ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

The post ଦିଗପହଣ୍ଡିରେ ଉଦ୍‌ଘାଟିତ ହେଲା ନୂଆ ଦେୱାନି କୋର୍ଟ    appeared first on Dharitri Odia News.