ଦିଗମ୍ବର ଠେଲାଙ୍କ ସ୍ବପ୍ନ ସାକାର: ଅନ୍ତ୍ୟୋଦୟ ଗୃହ ଯୋଜନାରେ ୪ ମାସରେ କଲେ ଗୃହ ନିର୍ମାଣ

ଭବାନୀପାଟଣା,୧ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବୋରବୋର୍ଡା ପଞ୍ଚାୟତ ଅନ୍ତର୍ଗତ ଫପସୀ ଗ୍ରାମର ଦିଗମ୍ବର ଠେଲା ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପାଇ ୪ ମାସ ମଧ୍ୟରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିଛନ୍ତି। ସେ ଶତପ୍ରତିଶତ ଦିବ୍ୟାଙ୍ଗ (ଦୃଷ୍ଟିବାଧିତ) ହୋଇଥିବାବେଳେ ଦୀର୍ଘ ଦିନରୁ ଘରଟିଏ ନିର୍ମାଣ କରିବାର ସ୍ବପ୍ନ ତାଙ୍କର ସାକାର ହୋଇଛି। ପ୍ରକାଶ ଯେ, ଗତ ମାର୍ଚ୍ଚ ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରୁ ଭବାନୀପାଟଣା ବ୍ଲକ ରିଶିଗାଁଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର […] The post ଦିଗମ୍ବର ଠେଲାଙ୍କ ସ୍ବପ୍ନ ସାକାର: ଅନ୍ତ୍ୟୋଦୟ ଗୃହ ଯୋଜନାରେ ୪ ମାସରେ କଲେ ଗୃହ ନିର୍ମାଣ appeared first on Dharitri Odia News.

ଦିଗମ୍ବର ଠେଲାଙ୍କ ସ୍ବପ୍ନ ସାକାର: ଅନ୍ତ୍ୟୋଦୟ ଗୃହ ଯୋଜନାରେ ୪ ମାସରେ କଲେ ଗୃହ ନିର୍ମାଣ

ଭବାନୀପାଟଣା,୧ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବୋରବୋର୍ଡା ପଞ୍ଚାୟତ ଅନ୍ତର୍ଗତ ଫପସୀ ଗ୍ରାମର ଦିଗମ୍ବର ଠେଲା ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପାଇ ୪ ମାସ ମଧ୍ୟରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିଛନ୍ତି। ସେ ଶତପ୍ରତିଶତ ଦିବ୍ୟାଙ୍ଗ (ଦୃଷ୍ଟିବାଧିତ) ହୋଇଥିବାବେଳେ ଦୀର୍ଘ ଦିନରୁ ଘରଟିଏ ନିର୍ମାଣ କରିବାର ସ୍ବପ୍ନ ତାଙ୍କର ସାକାର ହୋଇଛି। ପ୍ରକାଶ ଯେ, ଗତ ମାର୍ଚ୍ଚ ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରୁ ଭବାନୀପାଟଣା ବ୍ଲକ ରିଶିଗାଁଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କାର୍ଯ୍ୟାଦେଶ ଭାବେ ଦିଗମ୍ବର ଠେଲାଙ୍କୁ ପ୍ରଦାନ କରିଥିଲେ। ଏହି ଗୃହ ତାଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ ହେବା ସହିତ ଆତ୍ମବିଶ୍ୱାସ, ଗର୍ବ ଓ ଗୌରବର ଅନୁଭୂତି ଆଣିପାରିଛି। ଦିଗମ୍ବର ତାଙ୍କ ଧର୍ମପତ୍ନୀଙ୍କ ସହ ଏକ ଛୋଟ ତେଜରାତି ଦୋକାନ ଚଳାଇ ଜୀବିକା ନିର୍ବାହ କରନ୍ତି। ତାଙ୍କର ଧର୍ମପତ୍ନୀ ଓ ପରିବାର ସଦସ୍ୟଙ୍କ ସହଯୋଗରେ ମାତ୍ର ୪ ମାସ ମଧ୍ୟରେ ସେ ନୂଆ ଘର ନିର୍ମାଣ କାମ ଶେଷ କରି ପାରିଛନ୍ତି। ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଯେପରି ଦିବ୍ୟାଙ୍ଗ ଲୋକଙ୍କ ନିକଟକୁ ସରକାରୀ ସେବା ଯୋଗାଇ ଦେଉଛନ୍ତି ତାହାର ଏକ ଉଦାହରଣ ପାଲଟିଛି।

The post ଦିଗମ୍ବର ଠେଲାଙ୍କ ସ୍ବପ୍ନ ସାକାର: ଅନ୍ତ୍ୟୋଦୟ ଗୃହ ଯୋଜନାରେ ୪ ମାସରେ କଲେ ଗୃହ ନିର୍ମାଣ appeared first on Dharitri Odia News.