ଦିନକ ପୂର୍ବରୁ NEET-UG ପ୍ରଶ୍ନପତ୍ର ଲିକ୍; ସତ ମାନିଲା ଗିରଫ ଛାତ୍ର, ୩୨ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍ !
ନୂଆଦିଲ୍ଲୀ: ଗୋଟିଏ ରାତିରେ ନିଟ୍ ପ୍ରଶ୍ନପତ୍ର ଲିକ୍ । ଛାତ୍ରଙ୍କୁ ମିଳିଥିଲା ଶହେ ପ୍ରତିଶତ ପ୍ରଶ୍ନ ସହିତ ଉତ୍ତର । ପୁତୁରା ପାଇଁ ପିଉସା କରିଥିଲେ ସମସ୍ତ ସେଟିଂ । ପରୀକ୍ଷାର ଗୋଟିଏ ରାତି ପୂର୍ବରୁ ପ୍ରଶ୍ନପତ୍ର ମିଳିବା ପରେ ଉତ୍ତର ଘୋଷିବାକୁ କୁହାଯାଇଥିଲା । ଏକ୍ସଜାମ୍ ସରିବା ପରେ ପୋଲିସ୍ ପରୀକ୍ଷାର୍ଥୀକୁ ଗିରଫ କରିଥିଲା । ବିହାର ପୋଲିସ୍ ସାମ୍ନାରେ ଗିରଫ ହୋଇଥିବା ଛାତ୍ର ତଥା ଅଭିଯୁକ୍ତ ଅନୁରାଗ ଯାଦବ 'ନିଟ୍' ମହାଘୋଟାଲକୁ ସ୍ବୀକାର କରିଛି । ୩୨ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ପିଉସା ମାଷ୍ଟରମାଇଣ୍ଡ ସାଜି ପୁତୁରା ପାଇଁ ସମସ୍ତ ସେଟିଂ କରିଥିଲେ । ଲୋକସଭା ନିର୍ବାଚନ ରେଜଲ୍ଟ ଦିନ ଅର୍ଥାତ୍ ଜୁନ୍ ୪ ତାରିଖରେ ୟୁଜି-ନିଟ୍ ଫଳ ପ୍ରକାଶ ପାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଚଳିତ ବର୍ଷ ପ୍ରଥମ ଥର ପାଇଁ ୬୭ ଛାତ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କୁ ୭୨୦ରୁ ପୂରା ୭୨୦ ଅଙ୍କ ମିଳିଛି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଟପର୍ସଙ୍କ ତାଲିକା ପ୍ରକାଶ କରିବା ପରେ ଏହି ନିଟ୍ ଘୋଟାଲା ଗୋଟିଏ ପରେ ଖିଅ ଖୋଲିଥିଲା । ଜଣେ ଛାତ୍ର ମୋଟ୍ ୭୨୦ରୁ କିପରି ୭୧୮ ନମ୍ବର ରଖିଲେ, ତାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ସାରା ଦେଶରେ ପରୀକ୍ଷାର୍ଥୀମାନେ ବିକ୍ଷୋଭ୍ ଆରମ୍ଭ କରିଥିଲେ । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ
ନୂଆଦିଲ୍ଲୀ: ଗୋଟିଏ ରାତିରେ ନିଟ୍ ପ୍ରଶ୍ନପତ୍ର ଲିକ୍ । ଛାତ୍ରଙ୍କୁ ମିଳିଥିଲା ଶହେ ପ୍ରତିଶତ ପ୍ରଶ୍ନ ସହିତ ଉତ୍ତର । ପୁତୁରା ପାଇଁ ପିଉସା କରିଥିଲେ ସମସ୍ତ ସେଟିଂ । ପରୀକ୍ଷାର ଗୋଟିଏ ରାତି ପୂର୍ବରୁ ପ୍ରଶ୍ନପତ୍ର ମିଳିବା ପରେ ଉତ୍ତର ଘୋଷିବାକୁ କୁହାଯାଇଥିଲା । ଏକ୍ସଜାମ୍ ସରିବା ପରେ ପୋଲିସ୍ ପରୀକ୍ଷାର୍ଥୀକୁ ଗିରଫ କରିଥିଲା । ବିହାର ପୋଲିସ୍ ସାମ୍ନାରେ ଗିରଫ ହୋଇଥିବା ଛାତ୍ର ତଥା ଅଭିଯୁକ୍ତ ଅନୁରାଗ ଯାଦବ 'ନିଟ୍' ମହାଘୋଟାଲକୁ ସ୍ବୀକାର କରିଛି । ୩୨ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ପିଉସା ମାଷ୍ଟରମାଇଣ୍ଡ ସାଜି ପୁତୁରା ପାଇଁ ସମସ୍ତ ସେଟିଂ କରିଥିଲେ ।
ଲୋକସଭା ନିର୍ବାଚନ ରେଜଲ୍ଟ ଦିନ ଅର୍ଥାତ୍ ଜୁନ୍ ୪ ତାରିଖରେ ୟୁଜି-ନିଟ୍ ଫଳ ପ୍ରକାଶ ପାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଚଳିତ ବର୍ଷ ପ୍ରଥମ ଥର ପାଇଁ ୬୭ ଛାତ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କୁ ୭୨୦ରୁ ପୂରା ୭୨୦ ଅଙ୍କ ମିଳିଛି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଟପର୍ସଙ୍କ ତାଲିକା ପ୍ରକାଶ କରିବା ପରେ ଏହି ନିଟ୍ ଘୋଟାଲା ଗୋଟିଏ ପରେ ଖିଅ ଖୋଲିଥିଲା । ଜଣେ ଛାତ୍ର ମୋଟ୍ ୭୨୦ରୁ କିପରି ୭୧୮ ନମ୍ବର ରଖିଲେ, ତାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ସାରା ଦେଶରେ ପରୀକ୍ଷାର୍ଥୀମାନେ ବିକ୍ଷୋଭ୍ ଆରମ୍ଭ କରିଥିଲେ । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ଘୋଟାଲାକୁ ଚାପି ଦେବାକୁ ଏନଟିଏ ଏକ ପ୍ରେସ୍ ରିଲିଜ୍ ବାହାର କରିଥିଲା । ଏଥିରେ କିଛି ପିଲାଙ୍କୁ ଗ୍ରେସ୍ ମାର୍କ ଦିଆଯାଇଥିବା କହିଥିଲା, ମାତ୍ର ପରୀକ୍ଷାର୍ଥୀ ମାନେ ଏହାକୁ ମାନି ନଥିଲେ । ପରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା । ପରେ ଜୁନ୍ ୧୩ ତାରିଖରେ ଏନଟିଏ ପୁଣି ଏକ ନୋଟିସ୍ ବାହାର କରିଥିଲା । ସେଥିରେ ଉଲ୍ଲେଖ ଥିଲା ଗ୍ରେସ୍ ମାର୍କ ପାଇଥିବା ୧୫୬୭ ପରୀକ୍ଷାର୍ଥୀ ପୁଣି ଥରେ ଏକ୍ସଜାମ୍ ଦେବେ । ସର୍ବୋଚ୍ଚ ଅଦାଲତ ଏହାକୁ ନେଇ ମଧ୍ୟ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଉପରେ ବର୍ଷିଥିଲେ ।
ଏପଟେ ଏବେ ବିହାର ଓ ଗୁଜରାଟରୁ ଆସିଥିବା ପେପର ଲିକ୍ ଖବର ଛାତ୍ରଛାତ୍ରୀଙ୍କ ରାଗକୁ ଆହୁରି ପ୍ରଜ୍ଜ୍ବଳିତ କରିଛି । ଏନଟିଏର ବିଶ୍ବସନୀୟତା ଓ ପାରଦର୍ଶିତା ଉପରେ ପ୍ରଶ୍ନ ଉଠିଛି । ପେପର ଲିକକୁ ନେଇ ବିହାର ପୋଲିସର EOU ଗିରଫ କରିଥିବା ୧୩ଜଣଙ୍କ ମଧ୍ୟରୁ ୪ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ପରୀକ୍ଷାର୍ଥୀ ନିଟ୍ ପେପର ଲିକ୍ ମହାଘୋଟାଲାକୁ ସ୍ବୀକାର କରିଛି । ପୋଲିସ୍ ଛାନଭିନ୍ ବେଳେ ଜାଣିବାକୁ ପାଇଛି, ପରୀକ୍ଷାର୍ଥୀଙ୍କୁ ନିଟ୍ ପାସ୍ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା । ପ୍ରାୟ ୩୨ ଲକ୍ଷ ଟଙ୍କାରେ ପ୍ରଶ୍ନପତ୍ର ମିଳିଥିଲା ବୋଲି ସୂଚନା ମିଳିଛି ।
ଏହି ମାମଲାରେ ଯାଞ୍ଚ ବେଳେ ପୋଲିସ୍ ପାଟଣାର କନିଷ୍ଠ ଯନ୍ତ୍ରୀ ଇଞ୍ଜିନିୟର ସିକନ୍ଦର ପ୍ରସାଦ ଯାଦବଙ୍କ ପାଖରେ ପହଞ୍ଚିଥିଲା । ତାଙ୍କୁ ପଚରାଉଚରା ସମୟରେ ସେ ଚାଞ୍ଚଲ୍ୟକର ଖୁଲାସା କରିଥିଲେ । ପୁତୁରାକୁ ନିଟ୍ ପାସ୍ କରାଇବା ପାଇଁ ମାଷ୍ଟର ମାଇଣ୍ଡ ସାଜିଥିଲେ ଇଞ୍ଜିନିୟର । ସେ ନିଜ ବୟାନ ମାଧ୍ୟମରେ ଘୋଟାଲାକୁ ସ୍ବୀକାର କରିଛନ୍ତି । ଅନୁରାଗ କହିଛନ୍ତି, ପରୀକ୍ଷାର ଗୋଟିଏ ରାତି ପୂର୍ବରୁ ପ୍ରଶ୍ନପତ୍ର ମିଳିଥିଲା । ଯେଉଁଥିରେ ପରୀକ୍ଷା ପଡ଼ିଥିବା ଶହେ ପ୍ରତିଶତ ପ୍ରଶ୍ନ ରହିଥିଲା । ରାତି ସାରା ଏହାକୁ ଛାତ୍ରଙ୍କୁ ଘୋଷିବାକୁ କୁହାଯାଇଥିଲା । ସେପଟେ ଏହି ମାମଲାରେ ବିହାର ପୋଲିସ EOU ଶାଖାର ADGଙ୍କୁ ଗୃହ ବିଭାଗ ଓ ଶିକ୍ଷା ମନ୍ତ୍ରାଳୟ ଦିଲ୍ଲୀ ଡକାଇଛି ।