ଦିନକୁ ୨୭ ଟଙ୍କା ଦେଇ ବାହାଦୂରୀ ନେବାକୁ ଚାହୁଁଛି ଭାଜପା: ନବୀନ

ଭୁବନେଶ୍ୱର,୮ା୩: ଭାଜପା ଦିନକୁ ୨୭ ଟଙ୍କା ଦେଇ ବାହାଦୂରୀ ନେବାକୁ ଚେଷ୍ଟା କରୁଛି ବୋଲି ମହିଳା ଦିବସ ଅବସରରେ ଭାଜପାକୁ ଟାର୍ଗେଟ କରି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୁବାବୁ ମହିଳାଙ୍କୁ ସଶକ୍ତ କରିଛନ୍ତି ବୋଲି ନବୀନ କହିଛନ୍ତି। ନବୀନ କହିଛନ୍ତି, ମା’ ମାନେ ଦେଶର ଶକ୍ତି, ପରିବାର ଶକ୍ତି ଏବଂ ସାରା ବିଶ୍ୱର ଶକ୍ତି।  ପୂର୍ବର ବିଜେଡି ସରକାର ସବୁବେଳେ ମହିଳମାନଙ୍କ ଚିନ୍ତା କରି ଆସୁଥିଲା। ଏବେ ଭାଜପା ସୁଭଦ୍ରା ଯୋଜନାରେ ୬ ମାସରେ […] The post ଦିନକୁ ୨୭ ଟଙ୍କା ଦେଇ ବାହାଦୂରୀ ନେବାକୁ ଚାହୁଁଛି ଭାଜପା: ନବୀନ appeared first on Dharitri Odia News.

ଦିନକୁ ୨୭ ଟଙ୍କା ଦେଇ ବାହାଦୂରୀ ନେବାକୁ ଚାହୁଁଛି ଭାଜପା: ନବୀନ

ଭୁବନେଶ୍ୱର,୮ା୩: ଭାଜପା ଦିନକୁ ୨୭ ଟଙ୍କା ଦେଇ ବାହାଦୂରୀ ନେବାକୁ ଚେଷ୍ଟା କରୁଛି ବୋଲି ମହିଳା ଦିବସ ଅବସରରେ ଭାଜପାକୁ ଟାର୍ଗେଟ କରି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୁବାବୁ ମହିଳାଙ୍କୁ ସଶକ୍ତ କରିଛନ୍ତି ବୋଲି ନବୀନ କହିଛନ୍ତି। ନବୀନ କହିଛନ୍ତି, ମା’ ମାନେ ଦେଶର ଶକ୍ତି, ପରିବାର ଶକ୍ତି ଏବଂ ସାରା ବିଶ୍ୱର ଶକ୍ତି।  ପୂର୍ବର ବିଜେଡି ସରକାର ସବୁବେଳେ ମହିଳମାନଙ୍କ ଚିନ୍ତା କରି ଆସୁଥିଲା। ଏବେ ଭାଜପା ସୁଭଦ୍ରା ଯୋଜନାରେ ୬ ମାସରେ ଥରେ ୫୦୦୦ ଟଙ୍କା ଦେଇ ବାହାଦୂରୀ ନେଉଛି। ହିସାବ କଲେ ଏହି ଟଙ୍କା ଦିନକୁ ୨୭ ଟଙ୍କା ପଡୁଛି। ଭାଜପା ମିଛି କହି ନିର୍ବାଚନ ଜିତିଛି। ଏବେ ମା’ମାନଙ୍କୁ ଭୁଆଁ ବୁଲାଉଛି ବୋଲି କହିଛନ୍ତି ନବୀନ।

The post ଦିନକୁ ୨୭ ଟଙ୍କା ଦେଇ ବାହାଦୂରୀ ନେବାକୁ ଚାହୁଁଛି ଭାଜପା: ନବୀନ appeared first on Dharitri Odia News.