ଦିନରେ କେତେବେଳେ କାକୁଡି ଖାଇବା ଉଚିତ୍ ? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ…

ନୂଆଦିଲ୍ଲୀ ୦୪।୦୪: ଗ୍ରୀଷ୍ମରୁତୁରେ କୌଣସି ସୁପରଫୁଡ୍ ଠାରୁ କମ୍ ନୁହେଁ କାକୁଡି । କାକୁଡି ଖାଇବାକୁ ପିଲା ଠାରୁ ବୟସ୍କ ସମସ୍ତେ ଭଲପାଆନ୍ତି । କମ୍ କ୍ୟାଲୋରୀ ଏବଂ ଜଳର ମାତ୍ରା ଅଧିକ ଥିବାରୁ କାକୁଡି ଓଜନ ହ୍ରାସ କରିବା ବେଶ୍‌ ସହାୟକ ହୁଏ । ଏହାସହିତ ଡିହାଇଡ୍ରେସନ୍ କରିବାରେ ମଧ୍ୟ ବହୁତ ପ୍ରଭାବଶାଳୀ । କାକୁଡି ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯାହା ଆମକୁ ରୋଗରୁ ରକ୍ଷା କରିଥାଏ ଏବଂ ହାଡକୁ ମଜବୁତ କରେ । କାକୁଡିକୁ ସାଲାଡ ଆକାରରେ ଆପଣ ଦୈନନ୍ଦିନ ଖାଇପାରିବେ ।  ଏହାବ୍ୟତୀତ କାକୁଡି ରସକୁ ଜୁସ୍‌ କରି ପିଇପାରିବେ । କିନ୍ତୁ ଜାଣନ୍ତି କି କାକୁଡିକୁ କେଉଁ ସମୟରେ ଖାଇବା ଉଚିତ୍ ?  ଯାହା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହେବ । ସକାଳେ କାକୁଡି ଖାଇବା ଦ୍ବାରା ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର । ଏହା ଶରୀରର ଓଜନ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ ହୋଇଥାଏ । ରାତିରେ କାକୁଡି ଖାଇବା ହାନୀକାରକ ହୋଇପାରେ । କାରଣ ରାତିରେ କାକୁଡି ଖାଇଲେ ପେଟ ଭାରୀ ଲାଗିଥାଏ । ଏମିତିକି ଖାଦ୍ୟ ହଜମରେ ମଧ୍ୟ କଷ୍ଟକର ହୋଇପାରେ । ଏହାବ୍ୟତୀତ କାକୁଡି ରାତିରେ ଖାଇବା ଦ୍ବାରା ନିଦ ଉପରେ ପ୍ରଭାବ ପକାଇଥାଏ । ତେଣୁ ସକାଳେ କାକୁଡି ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟୀ । 

ଦିନରେ କେତେବେଳେ କାକୁଡି ଖାଇବା ଉଚିତ୍ ? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ…

ନୂଆଦିଲ୍ଲୀ ୦୪।୦୪: ଗ୍ରୀଷ୍ମରୁତୁରେ କୌଣସି ସୁପରଫୁଡ୍ ଠାରୁ କମ୍ ନୁହେଁ କାକୁଡି । କାକୁଡି ଖାଇବାକୁ ପିଲା ଠାରୁ ବୟସ୍କ ସମସ୍ତେ ଭଲପାଆନ୍ତି । କମ୍ କ୍ୟାଲୋରୀ ଏବଂ ଜଳର ମାତ୍ରା ଅଧିକ ଥିବାରୁ କାକୁଡି ଓଜନ ହ୍ରାସ କରିବା ବେଶ୍‌ ସହାୟକ ହୁଏ । ଏହାସହିତ ଡିହାଇଡ୍ରେସନ୍ କରିବାରେ ମଧ୍ୟ ବହୁତ ପ୍ରଭାବଶାଳୀ । 

କାକୁଡି ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯାହା ଆମକୁ ରୋଗରୁ ରକ୍ଷା କରିଥାଏ ଏବଂ ହାଡକୁ ମଜବୁତ କରେ । କାକୁଡିକୁ ସାଲାଡ ଆକାରରେ ଆପଣ ଦୈନନ୍ଦିନ ଖାଇପାରିବେ ।  ଏହାବ୍ୟତୀତ କାକୁଡି ରସକୁ ଜୁସ୍‌ କରି ପିଇପାରିବେ । କିନ୍ତୁ ଜାଣନ୍ତି କି କାକୁଡିକୁ କେଉଁ ସମୟରେ ଖାଇବା ଉଚିତ୍ ? 

 ଯାହା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହେବ । ସକାଳେ କାକୁଡି ଖାଇବା ଦ୍ବାରା ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର । ଏହା ଶରୀରର ଓଜନ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ ହୋଇଥାଏ । ରାତିରେ କାକୁଡି ଖାଇବା ହାନୀକାରକ ହୋଇପାରେ ।

 କାରଣ ରାତିରେ କାକୁଡି ଖାଇଲେ ପେଟ ଭାରୀ ଲାଗିଥାଏ । ଏମିତିକି ଖାଦ୍ୟ ହଜମରେ ମଧ୍ୟ କଷ୍ଟକର ହୋଇପାରେ । ଏହାବ୍ୟତୀତ କାକୁଡି ରାତିରେ ଖାଇବା ଦ୍ବାରା ନିଦ ଉପରେ ପ୍ରଭାବ ପକାଇଥାଏ । ତେଣୁ ସକାଳେ କାକୁଡି ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟୀ ।