ଦିନିକିଆ ବାୟୋମେଡିକାଲ ଆଣ୍ଡ ରିସର୍ଚ୍ଚ ଓ୍ବାର୍କଶପ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବା ପିଆର୍‌ଏମ୍‌ଏମ୍‌ସିଏଚ୍‌ ବାରିପଦା ଏବଂ ଆଇସିଏମ୍‌ଆର୍‌୍‌-ଆର୍‌ଏମ୍‌ଆର୍‌ସି ଭୁବନେଶ୍ୱରର ମିଳିତ ସହଭାଗିତାରେ ଏକ ଦିନିକିଆ କର୍ମଶାଳା ‘ଜୈବ ଚିକତ୍ସା ଏବଂ ସ୍ବାସ୍ଥ୍ୟ ଗବେଷଣା’ ଶୀର୍ଷକ ଆଲୋଚନା ଚକ୍ର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ପିଆର୍‌ଏମ୍‌ଏମ୍‌ସିଏଚ୍‌ର ଡିନ୍‌ ପ୍ରଫେସର ଡା. ପ୍ରତିଭା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ହସ୍ପିଟାଲର ଫାର୍ମାକୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ପ୍ରୀତି ଦାସ ଏବଂ ସର୍ଜରି […] The post ଦିନିକିଆ ବାୟୋମେଡିକାଲ ଆଣ୍ଡ ରିସର୍ଚ୍ଚ ଓ୍ବାର୍କଶପ appeared first on Dharitri Odia News.

ଦିନିକିଆ ବାୟୋମେଡିକାଲ ଆଣ୍ଡ ରିସର୍ଚ୍ଚ ଓ୍ବାର୍କଶପ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବା ପିଆର୍‌ଏମ୍‌ଏମ୍‌ସିଏଚ୍‌ ବାରିପଦା ଏବଂ ଆଇସିଏମ୍‌ଆର୍‌୍‌-ଆର୍‌ଏମ୍‌ଆର୍‌ସି ଭୁବନେଶ୍ୱରର ମିଳିତ ସହଭାଗିତାରେ ଏକ ଦିନିକିଆ କର୍ମଶାଳା ‘ଜୈବ ଚିକତ୍ସା ଏବଂ ସ୍ବାସ୍ଥ୍ୟ ଗବେଷଣା’ ଶୀର୍ଷକ ଆଲୋଚନା ଚକ୍ର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ପିଆର୍‌ଏମ୍‌ଏମ୍‌ସିଏଚ୍‌ର ଡିନ୍‌ ପ୍ରଫେସର ଡା. ପ୍ରତିଭା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ହସ୍ପିଟାଲର ଫାର୍ମାକୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ପ୍ରୀତି ଦାସ ଏବଂ ସର୍ଜରି ବିଭାଗର ମୁଖ୍ୟ ଡା. ଏଲ୍‌. ଭି. ଗୌରୀ ପ୍ରମୁଖ ସହଯୋଗ କରିଥିଲେ। ଏତଦ୍‌ବ୍ୟତୀତ ଆଇସିଏମଆର୍‌-ଆରଏମ୍‌ଆର୍‌ସି ଭୁବନେଶ୍ୱରର ଡା. ସିଦ୍ଧାର୍ଥ ଗିରି ଓ ଡା. ଜୟା ସିଂହ ଖତ୍ରିଙ୍କ ସମେତ ଏମ୍ସ ଭୁବନେଶ୍ୱରର ଡା. ଅରବିନ୍ଦ କୁମାର ଏବଂ ପିଆରଏମ୍‌ଏମ୍‌ସିଏଚର ପ୍ରଫେସର ଡା. ପ୍ରୀତି ଦାସ ପ୍ରମୁଖ ଜୈବ ଚିକିତ୍ସା ଓ ଗବେଷଣା ତଥା ଔଷଧ ଏବଂ ଚିକିତ୍ସାଳୟ ପରୀକ୍ଷଣ ନିୟମାବଳୀ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସେହିଭଳି ଏହି କର୍ମଶାଳା ପିଆର୍‌ଏମ୍‌ଏମସିଏଚ୍‌ର ଫାର୍ମାକୋଲୋଜି ଏବଂ ବହୁମୁଖୀ ଗବେଷଣା ବିଭାଗ ଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଇଥିଲା। ଅପରପକ୍ଷରେ ପିଆର୍‌ଏମ୍‌ଏମସିଏଚ୍‌ର ଅଧୀକ୍ଷକ ପ୍ରଫେସର ଡା. ରବୀନ୍ଦ୍ର କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ ଏବଂ ଛାତ୍ରୀଛାତ୍ରଙ୍କ ସହ ଅନୁଷ୍ଠାନର ଛାତ୍ରୀଛାତ୍ର ଓ ଅନ୍ୟମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

The post ଦିନିକିଆ ବାୟୋମେଡିକାଲ ଆଣ୍ଡ ରିସର୍ଚ୍ଚ ଓ୍ବାର୍କଶପ appeared first on Dharitri Odia News.