'ଦିନେ ତମ ମାଆ ଭଉଣୀଙ୍କୁ ଜୀବନ ବଞ୍ଚାଇଥିଲେ', ପାକିସ୍ତାନ କ୍ରିକେଟରଙ୍କୁ ମୁହଁତୋଡ ଜବାବ ଦେଲେ ହରଭଜନ
ନୂଆଦିଲ୍ଲୀ ୧୧/୦୬: ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଦେଖିବାକୁ ମିଳେ ଅନେକ ଚର୍ଚ୍ଚା । ସେ ଖେଳାଳି ହେଉ ବା ପ୍ରଶଂସକ । ଅନେକ ଚର୍ଚ୍ଚା ବି ହୁଏ । ଏବେ ସେମିତି ପୁଣିଥିରେ ସମାଲେଚନାର ଶିକାର ହୋଇଛନ୍ତି ପାକିସ୍ତାନ କ୍ରିକେଟର । ପୂର୍ବତନ କ୍ରିକେଟର କାମ୍ରାନ୍ ଆକମଲ ଅର୍ଶଦୀପ ସିଂଙ୍କୁ ପରିହାସ କରି ଶିଖ ଧର୍ମ ଉପରେ ପ୍ରଶ୍ନ ଉଠାଇଥିଲେ, ଏହା ପରେ ହରଭଜନ ସିଂ ଏହି ପାକିସ୍ତାନୀ ପୂର୍ବତନ କ୍ରିକେଟରଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ହଙ୍ଗାମା । ଟି-୨୦ ବିଶ୍ୱକପ ୨୦୨୪ରେ ପାକିସ୍ତାନ ଭାରତଠାରୁ ଏକ ପରାଜୟର ସମ୍ମୁଖୀନ ହୋଇଥିଲା । ପାକିସ୍ତାନ ଦଳ ହାରିଗଲା କିନ୍ତୁ ଏହାର ପୂର୍ବତନ କ୍ରିକେଟରମାନେ ସେମାନଙ୍କ କୁକର୍ମ ଛାଡିନଥିଲେ । ଯେତେବେଳେ ନ୍ୟୁୟର୍କରେ ଭାରତ-ପାକିସ୍ତାନ ମ୍ୟାଚ୍ ଚାଲିଥିଲା, ସେତେବେଳେ ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ବାବର ଆଜାମଙ୍କ ସମ୍ପର୍କୀୟ କାମ୍ରାନ୍ ଆକମଲ ଶିଖ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । Absolutely disgusting, hateful and deplorable statements by Pakistani specialists including former Pak cricketer Kamran Akmal covering #INDVPAK match against Indian player Arshdeep Singh because he is Sikh. pic.twitter.com/1GFrIsImWT— Megh Updates ????™ (@MeghUpdates) Jun
ନୂଆଦିଲ୍ଲୀ ୧୧/୦୬: ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଦେଖିବାକୁ ମିଳେ ଅନେକ ଚର୍ଚ୍ଚା । ସେ ଖେଳାଳି ହେଉ ବା ପ୍ରଶଂସକ । ଅନେକ ଚର୍ଚ୍ଚା ବି ହୁଏ । ଏବେ ସେମିତି ପୁଣିଥିରେ ସମାଲେଚନାର ଶିକାର ହୋଇଛନ୍ତି ପାକିସ୍ତାନ କ୍ରିକେଟର ।
ପୂର୍ବତନ କ୍ରିକେଟର କାମ୍ରାନ୍ ଆକମଲ ଅର୍ଶଦୀପ ସିଂଙ୍କୁ ପରିହାସ କରି ଶିଖ ଧର୍ମ ଉପରେ ପ୍ରଶ୍ନ ଉଠାଇଥିଲେ, ଏହା ପରେ ହରଭଜନ ସିଂ ଏହି ପାକିସ୍ତାନୀ ପୂର୍ବତନ କ୍ରିକେଟରଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ହଙ୍ଗାମା ।
ଟି-୨୦ ବିଶ୍ୱକପ ୨୦୨୪ରେ ପାକିସ୍ତାନ ଭାରତଠାରୁ ଏକ ପରାଜୟର ସମ୍ମୁଖୀନ ହୋଇଥିଲା । ପାକିସ୍ତାନ ଦଳ ହାରିଗଲା କିନ୍ତୁ ଏହାର ପୂର୍ବତନ କ୍ରିକେଟରମାନେ ସେମାନଙ୍କ କୁକର୍ମ ଛାଡିନଥିଲେ । ଯେତେବେଳେ ନ୍ୟୁୟର୍କରେ ଭାରତ-ପାକିସ୍ତାନ ମ୍ୟାଚ୍ ଚାଲିଥିଲା, ସେତେବେଳେ ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ବାବର ଆଜାମଙ୍କ ସମ୍ପର୍କୀୟ କାମ୍ରାନ୍ ଆକମଲ ଶିଖ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।
Absolutely disgusting, hateful and deplorable statements by Pakistani specialists including former Pak cricketer Kamran Akmal covering #INDVPAK match against Indian player Arshdeep Singh because he is Sikh. pic.twitter.com/1GFrIsImWT— Megh Updates ????™ (@MeghUpdates) June 10, 2024
ଯାହା ପରେ ହରଭଜନ ସିଂହ ତାଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି । ଏକ ଶୋ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ମ୍ୟାଚର ଶେଷ ଓଭର ପୂର୍ବରୁ କାମାରନ ଅକମଲ ଅର୍ଶଦୀପ ସିଂଙ୍କ ଉପରେ ମନ୍ତବ୍ୟ ଦେଉଥିଲେ । ସେ କହିଛନ୍ତି ଯେ ଅର୍ଶଦୀପ ସିଂ ୨୦ ଓଭରରେ ବୋଲିଂ କରିବେ ଏବଂ ସେ ମଧ୍ୟ ରନ୍ ଦେଇପାରିବେ। ଏହା କହିବାବେଳେ ସେ ଶିଖ ଧର୍ମକୁ ଅପମାନିତ କରିବାକୁ ଚେଷ୍ଟା କରିଥିଲେ ।
ବର୍ତ୍ତମାନ ହରଭଜନ ସିଂହ କାମରାନ୍ ଅକମଲଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି । ହରଭଜନ ସିଂହ ଟ୍ୱିଟ୍ କରି ଲେଖିଛନ୍ତି, 'କାମରାନ୍ ଅକମଲ୍, ତୁମକୁ ଲଜ୍ଜା । କିଛି କହିବା ପୂର୍ବରୁ ତୁମେ ଶିଖ ଧର୍ମର ଇତିହାସ ବିଷୟରେ ଜାଣିବା ଉଚିତ୍ । ଆମର ଶିଖମାନେ ତୁମ ମାଆ ଏବଂ ଭଉଣୀମାନଙ୍କୁ ଆମେ ଆତଙ୍କୀଙ୍କ କବଳରୁ ବଞ୍ଚାଇଛୁ । ସେତେବେଳେ ଅବସ୍ଥା ଥିଲା ସଂଗୀନ । ତୁମକୁ ଲଜ୍ଜା ଲାଗିବା ଉଚିତ୍ ।
କାମରାନ୍ ଅକମଲ ଅର୍ଶଦୀପ ସିଂଙ୍କୁ ଅବମାନନା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହି ବାମହାତୀ ଦ୍ରୁତ ବୋଲର ପାକିସ୍ତାନ ବିପକ୍ଷରେ ଚମତ୍କାର ବୋଲିଂ କରିଥିଲେ। ଏହି ଖେଳାଳି ୪ ଓଭରରେ ୩୧ ରନ୍ କରି ଗୋଟିଏ ୱିକେଟ୍ ନେଇଥିଲେ । ଇମାଦ୍ ୱାସିମଙ୍କ ପାଇଁ ପାଭିଲିୟନକୁ ଯାଇଥିଲେ । ଶେଷ ଓଭରରେ ଅର୍ଶଦୀପ ସିଂ ମାତ୍ର ୧୧ ରନ୍ ଖର୍ଚ୍ଚ କରିଥିଲେ । ପାକିସ୍ତାନ ମ୍ୟାଚକୁ ୬ ରନରେ ହରାଇଥିଲା । ଏହି ପ୍ରଦର୍ଶନ ଆଧାରରେ ସେ କାମରାନ୍ ଆକମଲ ଏବଂ ପାକିସ୍ତାନକୁ ଚୁପ୍ କରିଦେଇଥିଲେ ।