ଦିପାବଳୀ ପୂର୍ବରୁ ରେଲଓ୍ବେ କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ ଉପହାର
ନୂଆଦିଲ୍ଲୀ,୩।୧୦: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କୁ ୭୮ଦିନର ବୋନସ ଦେବାକୁ ଘୋଷଣା କରାଯାଇଛି। ରେଳ କର୍ମଚାରୀଙ୍କୁ ବୋନସ ଦଶହାରା ଏବଂ ଦିପାବଳୀ ପୂଜା ଛୁଟି ପୂର୍ବରୁ ପ୍ରଦାନ କରାଯିବ। କ୍ୟାବିନେଟର ଏହି ନିଷ୍ପତ୍ତି ପରେ ପ୍ରାୟ ୧୩ଲକ୍ଷ ରେଳ କର୍ମଚାରୀ ଲାଭ ପାଇବେ। ଆଗାମୀ ପର୍ବ ପୂର୍ବରୁ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ। ଏଥିପାଇଁ […] The post ଦିପାବଳୀ ପୂର୍ବରୁ ରେଲଓ୍ବେ କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ ଉପହାର appeared first on Dharitri Odia News.
ନୂଆଦିଲ୍ଲୀ,୩।୧୦: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କୁ ୭୮ଦିନର ବୋନସ ଦେବାକୁ ଘୋଷଣା କରାଯାଇଛି। ରେଳ କର୍ମଚାରୀଙ୍କୁ ବୋନସ ଦଶହାରା ଏବଂ ଦିପାବଳୀ ପୂଜା ଛୁଟି ପୂର୍ବରୁ ପ୍ରଦାନ କରାଯିବ। କ୍ୟାବିନେଟର ଏହି ନିଷ୍ପତ୍ତି ପରେ ପ୍ରାୟ ୧୩ଲକ୍ଷ ରେଳ କର୍ମଚାରୀ ଲାଭ ପାଇବେ।
ଆଗାମୀ ପର୍ବ ପୂର୍ବରୁ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ। ଏଥିପାଇଁ ମୋଟ ୨,୦୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ୧୧ ଲକ୍ଷ ୭୨ ହଜାର ୨୪୦ କର୍ମଚାରୀ ଏଥିରୁ ଉପକୃତ ହେବେ । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ରେଳବାଇରେ ୧୩ ଲକ୍ଷରୁ ଅଧିକ କର୍ମଚାରୀ ଅଛନ୍ତି। ଏଥିମଧ୍ୟରୁ ପ୍ରାୟ ଏକ ଲକ୍ଷ ୫୯ ହଜାର କର୍ମଚାରୀ ଗତ ଆର୍ଥିକ ବର୍ଷରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଯୋଗ୍ୟ କର୍ମଚାରୀ ୭୮ ଦିନର ସର୍ବାଧିକ ୧୭,୯୫୧ ଟଙ୍କା ପାଇବେ।
The post ଦିପାବଳୀ ପୂର୍ବରୁ ରେଲଓ୍ବେ କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ ଉପହାର appeared first on Dharitri Odia News.